Home ଓଡ଼ିଶା ୧୨୪ ଏକର ସରକାରୀ ଜମି ଜବର ଦଖଲ ଅଭିଯୋଗ ଉଛେଦ ପାଇଁ ଗ୍ରାମବାସୀଙ୍କ ଅନୁରୋଧ

୧୨୪ ଏକର ସରକାରୀ ଜମି ଜବର ଦଖଲ ଅଭିଯୋଗ ଉଛେଦ ପାଇଁ ଗ୍ରାମବାସୀଙ୍କ ଅନୁରୋଧ

496

ନୟାଗଡ/୩୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ତହସିଲ୍ ଅଂଚଳର ରାଣୀଗାଡିଆ ଓ ବଳରାମପୁର ଗ୍ରାମର ୧୨୪ଏକର ସରକାରୀ ଜମି ଜବର ଦଖଲ ହୋଇଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ।ନୟାଗଡ ଜିଲ୍ଲାପାଳଙ୍କୁ ଜବର ଦଖଲ ଉଛେଦ ପାଇଁ ଅନୁରୋଧ କରିଥିବା ଜଣା ପଡିଛି ।  କିଛି ବ୍ୟକ୍ତି ଏହି ସରକାରୀ ଜମିକୁ ଜବର ଦଖଲ କରି ଉପଭୋଗ କରିବାରେ ଲାଗିଛନ୍ତି । ତେଣୁ  ରାଣୀଗାଡିଆ ଓ ବଳରାମପୁର ଗ୍ରାମବାସୀମାନେ ମିଳିତ ହୋଇ ଜବର ଦଖଲ ଉଛେଦ ପାଇଁ ଅଣ୍ଟା ଭିଡିଥିବା ଜଣା ପଡିଛି । ଏହି ଉଭୟ ମୌଜାର ୭୫ ଏକର ୯୫ ଡିସିମିଲି ଗ୍ରାମ୍ୟ ଜଙ୍ଗଲ ୩ ଏକର ୮୫ ଡିସିମିଲି ଆବାଦ ଯୋଗ୍ୟ ଅନାବାଦି ଜବାନ ମାନଙ୍କ ପାଇଁ ସଂରକ୍ଷିତ ୧୭ ଏକର ୧୭ ଡିସିମିଲି,୨୭ ଏକର ୫୦ ଡିସିମିଲି ଗ୍ରାମ୍ୟ ଜଙ୍ଗଲକୁ କାଜୁ ଉନ୍ନୟନ ନିଗମ ଲିଜ୍ ସୁତ୍ରେ ନେଇ କାଜୁ ଜଙ୍ଗଲ କରିଥିଲେ । ଇତି ମଧ୍ୟରେ ଲିଜ୍ ଅବଧି ଶେଷ ହୋଇଯାଇଥିବା ଗ୍ରାମବାସୀମାନେ ଜଣାଇଛନ୍ତି । ଉକ୍ତ ସରକାରୀ ଜାଗା ଗୁଡିକ ଗ୍ରାମ୍ୟ ଜଙ୍ଗଲ ଭାବରେ ସଂରକ୍ଷିତ ଅଛି । ଉଭୟ ଗ୍ରାମର ଲୋକସଂଖ୍ୟା ପ୍ରାୟ ୧ ହଜାରରୁ ଉର୍ଦ୍ଧ୍ୱ ହେବ । ଗାଇ ଗୋରୁଙ୍କ ସଂଖ୍ୟା ୫୦୦ରୁ ଉର୍ଦ୍ଧ୍ୱ । ଉକ୍ତ ସରକାରୀ ଜମି ଉପରେ ଉଭୟ ଗ୍ରାମର ବାସିନ୍ଦାମାନେ ସମ୍ପୁର୍ଣ୍ଣ ନିର୍ଭରଶୀଳ । କିଛି ମାଫିଆ ବାହୁବଳ ବିସ୍ତାର କରି ଉକ୍ତ ସରକାରୀ ଜାଗାରେ ଥିବା କାଜୁ ଜଙ୍ଗଲକୁ ଜବର ଦଖଲ କରି ଚାଲିଛନ୍ତି । ପୁର୍ବରୁ ଏହି ସରକାରୀ ଜାଗାରେ ଉଭୟ ଗ୍ରାମବାସୀ ଧାନ,ମାଣ୍ଡିଆ ଓ କୁହୁରି ଆଦି ଚାଷ କରି ଗୁଜୁରାଣ ମେଣ୍ଟାଇ ଆସୁଥିଲେ । ତେଣୁ ଗ୍ରାମବାସୀମାନେ ଏହି ସରକାରୀ ଜାଗାକୁ ମାଫିଆଙ୍କ କବଳରୁ ମୁକ୍ତ କରିବା ସହ ଗ୍ରାମ୍ୟ ଜଙ୍ଗଲର ସୁରକ୍ଷା ପାଇଁ ରଣପୁର ତହସିଲଦାର ଙ୍କ ମାଧ୍ୟମରେ ଲିଖିତ ଭାବେ ନିବେଦନ କରିଛନ୍ତି । ଏହାର ଅବିକଳ ନକଲ ରାଇପଡା ସରପଂଚ,ଚାନ୍ଦପୁର ଥାନା ଓ ରଣପୁର ବିଧାୟକଙ୍କୁ ମଧ୍ୟ ପ୍ରଦାନ କରିଥିବା ଜଣା ପଡିଛି । ଏ ସମ୍ପର୍କେ ରଣପୁର ତହସିଲ୍‌ଦାର ସୁଶାନ୍ତ କୁମାର ପତିଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଗ୍ରାମବାସୀଙ୍କ ଅଭିଯୋଗ ପାଇଅଛୁ । ଗ୍ରାମବାସୀମାନେ ଅଭିଯୋଗରେ ଲେଖିଥିବା ଜବର ଦଖଲକାରୀଙ୍କୁ ୭ଦିନ ମଧ୍ୟରେ ନୋଟିସ୍ କରି ଡକାଯିବ ତା ପରେ ଯଦି ପ୍ରକୃତରେ କାଜୁ ଉନ୍ନୟନ ନିଗମର ଲିଜ୍ ଅବଧି ଶେଷ ହୋଇଥିବ ତାହେଲେ ଜବର ଦଖଲକାରୀଙ୍କ କବଳରୁ ସରକାରୀ ଜମି ଉଦ୍ଧାର କରାଯିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.