Home ଓଡ଼ିଶା ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଆହାତ ଅବସ୍ଥାରେ ୪ମାସର ଶିଶୁକନ୍ୟା ଉଦ୍ଧାର, ସ୍ବାସ୍ଥ୍ୟ...

ଅଜଣା ଗାଡ଼ି ଧକ୍କାରେ ସ୍ବାମୀ ସ୍ତ୍ରୀ ମୃତ, ଆହାତ ଅବସ୍ଥାରେ ୪ମାସର ଶିଶୁକନ୍ୟା ଉଦ୍ଧାର, ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କେନ୍ଦୁଝର ସ୍ଥାନାନ୍ତର

579

ହରିଚନ୍ଦନପୁର,ତା ୩୦ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ଖଡ଼ିବାହାଳୀ ନିକଟସ୍ଥ ବାଘୁଆ ନାଳ ନିକଟରେ ଏକ ଅଜଣା ଗାଡି ଧକ୍କା ଦେଲା ବାଇକକୁ ଘଟଣାସ୍ଥଳରେ ସ୍ତ୍ରୀ ମୃତ ସ୍ବାମୀ ଗୁରୁତର ଓ ୪ମାସର ଶିଶୁ କନ୍ୟା ଆହାତ ହୋଇଥିଲେ । ଖବରରୁ ପ୍ରକାଶଯେ, ଯାଜପୁର ଜିଲ୍ଲା ଡ଼ୁବୁରୀ ଥାନା ନଡ଼ିଆଭଙ୍ଗା ଗ୍ରାମର ଦୁଃଖିରାମ ମାରାଣ୍ଡି ସ୍ତ୍ରୀ ସଞ୍ଜୁ ମାରାଣ୍ଡି ଓ ଛୁଆକୁ ନେଇ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ଅଜଣା ଗାଡ଼ି ଧକ୍କାର ଶିକାର ହୋଇଥିଲେ । ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଦୁଃଖିରାମ ଓ ୪ମାସର ଶିଶୁ କନ୍ୟାକୁ ବ୍ରାହ୍ମଣୀପାଳରୁ ଫେରୁଥିବା ମୋବାଇଲ ଟିମ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେଠାରେ ପ୍ରାଥମିକ ଚିକିତ୍ସା ଆରମ୍ଭ ପୂର୍ବରୁ ଦୁଃଖିରାମଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ୪ମାସର ଶିଶୁ କନ୍ୟାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ନଥିବାରୁ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ଘଟଣାର ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.