Home ଓଡ଼ିଶା ଯୋଡା : ଆନ୍ତଃରାଜ୍ୟ ଚୋରା ସ୍କ୍ରାପ ବେପାରୀ ଗିରଫ, ସ୍କ୍ରାପ ବୋଝେଇ ଗାଡି ଜବତ

ଯୋଡା : ଆନ୍ତଃରାଜ୍ୟ ଚୋରା ସ୍କ୍ରାପ ବେପାରୀ ଗିରଫ, ସ୍କ୍ରାପ ବୋଝେଇ ଗାଡି ଜବତ

176

ଯୋଡା,୩୦/୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ପ୍ରାତଃ ସମୟରେ ଯୋଡା ପୁଲିସ ୨ଜଣ ଆନ୍ତଃରାଜ୍ୟ ସ୍କ୍ରାପ ବେପାରୀକୁ ଗିରଫ କରିଥିବା ଜଣାପଡିଛି । ସେମାନେ ହେଲେ ଝାଡଖଣ୍ଡର ସଞ୍ଜୟ ଗୁପ୍ତା ଏବଂ ଯୋଡା ହୁଡିସାହିରେ ରହୁଥିବା ମହେଶ ପୋଦ୍ଦାର । ଦୀର୍ଘ ଦିନରୁ ସେମାନେ ଯୋଡା ଅଞ୍ଚଳରୁ ସ୍କ୍ରାପ ଲୁହା କିଣି ଏକ ଟାଟା ସୁମୋ ନଂ. ଜେଏଚ୍- ୦୫ବି-୧୦୩୦ରେ ବୋଝେଇ କରି ପଡୋଶୀ ଝାଡଖଣ୍ଡକୁ ଚୋରା ଚାଲାଣ କରିଆସୁଥିଲେ । ସକାଳ ପେଟ୍ରୋଲିଂ ସମୟରେ ପୁଲିସ ଏହି ଗାଡିଟିକୁ ସନେ୍ଦହ କରି ଅଟକାଇଥିଲା । ଏଥିରେ ୪ଟନ୍ ପରିମାଣର ଲୁହା ସ୍କ୍ରାପ ଥିବା ଜଣାପଡିଥିଲା । କମାରଯୋଡା ଠାରୁ ଏହି ସ୍କ୍ରାପ ଝାଡଖଣ୍ଡକୁ ଚାଲାଣ କରାଯାଉଥିବା ବେଳେ ର୍ୟାକେଟର ମୁଖ୍ୟ ମହେଶ ପୋଦ୍ଦାର ଏବଂ ସୁମୋ ଚାଳକ ସଞ୍ଜୟ ଗୁପ୍ତା ଏହି କାରବାର ଚଳାଇଆସୁଥିଲେ । ତେବେ ଏହି ର୍ୟାକେଟରେ ଆଉ କେଉଁମାନେ ସମ୍ପୃକ୍ତ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଗିରଫ ଅଭିଯୁକ୍ତ ଦୁହେଁଙ୍କୁ ସମୋବାର ଦିନ କୋର୍ଟ ଚାଲାଣ କରିବା ସହିତ ସ୍କ୍ରାପ ବୋଝେଇ ଗାଡିଟିକୁ ଜବତ କରିଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.