Home ଜିଲ୍ଲା ପରିକ୍ରମା ୧୨୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

୧୨୨ ଗ୍ରାମ ବ୍ରାଉନସୁଗାର ଜବତ, ୨ କୋର୍ଟ ଚାଲାଣ

27

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାର ଥାନା ପୁଲିସ୍ ଗତକାଲି ବିଳମ୍ବିତ ରାତିରେ ଭଦ୍ରକ-ଚାନ୍ଦବାଲି ରାସ୍ତାର ସରକାର ନଗର ନିକଟରେ କରୋନା ଜନିତ ଏମ୍‌ଭିଆଇ ଏନଫୋର୍ସମେଣ୍ଟ ଚେକିଂ କରୁଥିବାବେଳେ ୨ ଜଣ ଯୁବକଙ୍କୁ ସନ୍ଦେହରେ ଅଟକାଇଥିଲେ । ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାନ୍ଦିଆର ଚେଙ୍ଗଗଡିଆ ଗ୍ରାମନିବାସୀ ଫକୀର ପଢିଆରୀଙ୍କ ପୁତ୍ର ଅଜୟ ଓରଫ ଅଜୁ (୪୨) ଓ ବରପଦାର ଅରଞ୍ଜି ଗ୍ରାମନିବାସୀ ଘନଶ୍ୟାମ ବେହେରାଙ୍କ ପୁତ୍ର କାଳନ୍ଦୀ (୪୨) ଙ୍କୁ ପୁଲିସ୍ ଯାଞ୍ଚ କରି ସେମାନଙ୍କ ନିକଟରୁ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ୧୨୨ ଗ୍ରାମର ବ୍ରାଉନସୁଗାର, ନଗଦ ୪ ଶହ ଟଙ୍କା, ମୋବାଇଲ୍‌, ବ୍ରାଉନସୁଗାର ମୋଡାଯାଉଥିବା ଖାଲି କାଗଜ ପୁଡିଆ, ଦିଆସିଲି ଓ ଗୋଟିଏ ଛୁରୀ ଜବତ କରି ସେମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ବୋଲି ପୁରୁଣାବଜାର ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଭଦ୍ରକ ଏସ୍‌ଡିପିଓ ସାର୍ଥକ ରାୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଏହି ଦୁଇଜଣ ଯୁବକ ବ୍ରାଉନସୁଗାର ଗୁଡିକୁ ଇଚ୍ଛାପୁରକୁ ନେଇ ଯାଉଥିଲେ ବୋଲି ଜଣାପଡିଛି । ଏ ସଂପର୍କରେ ପୁଲିସ୍ ଅଧିକ ତଦନ୍ତ କରୁଥିବା ବିଷୟ ଶ୍ରୀ ରାୟ ସୂଚାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.