Home ଓଡ଼ିଶା ସର୍ପାଘାତରେ ବାଳକର ମୃତ୍ୟୁ, ଗାଁ’ରେ ଶୋକର ଛାୟା

ସର୍ପାଘାତରେ ବାଳକର ମୃତ୍ୟୁ, ଗାଁ’ରେ ଶୋକର ଛାୟା

91

ମାହାଙ୍ଗା -୨୪/୦୯ (ଓଡ଼ିଆ ପୁଅ/ ଅଭୟ ଜେନା )କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଲଳିତଗିରି ଗାଁରେ ଘଟିଛି ଅଭାବନୀୟ ଘଟଣା।

ଏହି ଗ୍ରାମର ଅରକ୍ଷୀତ ବାରିକ୍ ଙ୍କ ଶିଶୁପୁତ୍ର ବିଶ୍ୱରଞ୍ଜନ ବାରିକଙ୍କୁ ଏକ ବିଶାକ୍ତ ସାପ କାମୁଡି ଦେବାରୁ ସେ ଗୁରୁତର ହୋଇପଡ଼ିଥିଲା।

ପିଲାଟି ନିଜ ଘରେ ଖେଳୁଥିବା ସମୟରେ ସର୍ପାଘାତର ଶୀକାର ହୋଇଥିଲା।

ଘରଲୋକେ ପ୍ରଥମେ ପିଲାଟିକୁ ମାହାଙ୍ଗା ଗୋଷ୍ଟି ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରିଥିଲେ।

ସେଠାରୁ ତାକୁ କଟକ ବଡଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା।

ତେବେ ପିଲାଟିର କଟକ ବଡ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ପିଲାଟିର ଶବ ବ୍ୟବଛେଦ କରାଯିବା ପରେ ନିଜ ଗ୍ରାମ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଛି।

ଅରକ୍ଷୀତ ଜଣେ ଜଣେ ଗରିବ ଶ୍ରେଣୀର ଲୋକ ଓ ସେ ଅଟୋ ଚଳାଇ ନିଜର ଜିବିକା ନିର୍ବାହ କରନ୍ତି।

ତାଙ୍କର ଏକମାତ୍ର ପୁଅ ବିଶ୍ୱରଞ୍ଜନକୁ ହରାଇ ସପରିବାର ଦୁଃଖରେ ଭାଙ୍ଗି ପଡିଥିବା ବେଳେ ସାରା ଗାଁରେ ଶୋକର ଛାୟା ଖେଳିଯିବା ଦେଖିବାକୁ ମିଳିଛି।

ତେବେ ଲଳିତଗିରି ଅଞ୍ଚଳରେ ବନ୍ୟା ପାଣି ଆସିବାରୁ ବିଭିନ୍ନ ସରିଶୃପ ଘରଭିତରକୁ ପଶିଆସିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିବା ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.