Home ଜିଲ୍ଲା ପରିକ୍ରମା ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଅଭିଯୁକ୍ତ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଅଭିଯୁକ୍ତ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ

31

ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାର ବିଚାର କରି ଅଭିଯୁକ୍ତ ତିହିଡି ଥାନା ଅଧୀନସ୍ଥ ଛତ୍ରପଦା ଗ୍ରାମର ବୈଷ୍ଣବ ମହାଳିକଙ୍କ ଦୁଇପୁତ୍ର ଉମେଶ ଓ ରମେଶଙ୍କୁ ୩୨୫ ଦଫାରେ ଦୋଷୀ ସାବ୍ୟସ୍ତ କରି ୩ ବର୍ଷ ସଶ୍ରମ କାରାଦଣ୍ଡ ଓ ୨ ହଜାର ଜରିମାନା ଅନାଦେୟ ଅଧିକ ୨ ମାସ ସଶ୍ରମ କାରାଦଣ୍ଡର ଆଦେଶ ଦେଇଛନ୍ତି । ଘଟଣାରୁ ପ୍ରକାଶ ଏକ ପାରିବାରିକ ଜମିଜମା ମାମଲାକୁ ନେଇ ଉକ୍ତ ଗ୍ରାମର ପ୍ରଶାନ୍ତ ମହାଳିକଙ୍କୁ ଦୁଇଭାଇ ରମେଶ, ଉମେଶ ଓ ସେମାନଙ୍କର ପତ୍ନୀ ମେନକା ଓ ସୁଲୋଚନା ମିଶି ଗତ ୨୦୧୭ ମାର୍ଚ୍ଚ ୪ ତାରିଖ ଦିନ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରିଥିଲେ । ଏହି ଘଟଣାରେ ପ୍ରଶାନ୍ତ ମହାଳିକଙ୍କ ଅଭିଯୋଗ କ୍ରମେ ତିହିଡି ଥାନାରେ ସେମାନଙ୍କ ବିରୁଦ୍ଧରେ ଥାନା କେଶ୍ ନଂ ୬୯/୨୦୧୭, ଦଫା ୩୦୭, ୩୨୩, ୩୨୫, ୫୦୬ ଓ ୩୪ ରେ ଏକ ମାମଲା ରୁଜୁ ହୋଇ ଅଭିଯୁକ୍ତମାନେ ଗିରଫ ହୋଇଥିଲେ । ପରେ ଜାମିନ୍‌ରେ ଆସିଥିଲେ । ମାମଲାଟି ତଦନ୍ତ ପରେ ଚାର୍ଜସିଟ୍ ହୋଇ ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟଙ୍କ ବିଚାରପତିଙ୍କ ଅଦାଲତରେ ଏସ୍‌ଟି ନଂ ୨୧/୧୮ ରେ ବିଚାର ହୋଇ ଆଜି ଉପରୋକ୍ତ ରାୟ ପ୍ରକାଶ ପାଇଛି । ମାନ୍ୟବର କୋର୍ଟ ଦୁଇ ମହିଳା ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଥିବାବେଳେ ଦୁଇଭାଇଙ୍କୁ ୩୨୫ ଦଫାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ବିଧାନ କରିଛନ୍ତି । ସରକାରଙ୍କ ପକ୍ଷରୁ ଭଦ୍ରକର ଅତିରିକ୍ତ ପବ୍ଲିକ୍ ପ୍ରସିକ୍ୟୁଟର ଯତିକାନ୍ତ ନାୟକ ମାମଲା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.