Home ଓଡ଼ିଶା ୧୨ଲକ୍ଷଟଙ୍କାର ଗଜେଂଇ ସହ ୨ଟି ଗାଡି ଜବତ, ୫ ଜଣ ଗିରଫ

୧୨ଲକ୍ଷଟଙ୍କାର ଗଜେଂଇ ସହ ୨ଟି ଗାଡି ଜବତ, ୫ ଜଣ ଗିରଫ

83

ମାଲକାନଗିରି,୨୨ା୭ (ଓଡିଆ ପୁଅ )ମାଲକାନଗିରି ଆଦର୍ଶ ଥାନା ଓ ଓରକେଲ ଥାନା ପୁଲିସ କୁ ମିଳିଛି ବଡ ସଫଳତା,ଏହି ଦୁଇଟି ଥାନାପୁଲିସ ପୃଥକ ପୃଥକ ସ୍ଥାନରେ ଚଢଉକରି ୧୨ଲକ୍ଷଟଙ୍କାର ଗଜେଂଇ ୨ଟି ଗାଡି ଜବତ କରି ୫ଜଣ ଚାଲାଣ କାରିଙ୍କୁ ଗିରଫ କରିଛନ୍ତି । ମାଲକାନଗିରି କାଲିମେଳା ଜାତୀୟ ରାଜପଥ ଶିଖପାଲି ଛକଠାରେ ମାଲକାନଗିରି ଆଦର୍ଶ ଥାନା ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ସେହି ରାସ୍ତାଦେଇ ଦୃତ ଗତିରେ ଏକ ମହିନ୍ଦ୍ରା ସ୍କରଫିଓ ଗାଡି ଯାଉଥିବାର ଦେଖିଥିଲେ, ଗାଡିଟିକୁ ଅଟକାଇବାରୁ ସେ ନ ଅଟକି ଦୃତ ଗତିରେ ପଳାଇଥିଲା । ପୁଲିସ ଗୋଡାଇ ଗାଡିଟିକୁ ଧରିଥିଲେ । ଗାଡି ଯାଚଂ କରିବାରୁ ସେଥିରେ ଗଜେଂଇଥିବାର ଦେଖିବାକୁ ପାଇଥିଲେ ।ଗାଡିରେ ଥିବା ଦୁଇଜଣଙ୍କୁ ଗିରଫ କରି ଗଜେଂଇ ଗାଡି ଜବତ କରି ଥାନାକୁ ନେଇ ଯାଇଥିଲେ । ଗଜେଂଇ ଗୁୁଡିକୁ ଓଜନ କରିବାରୁ ୫୨କେଜି୫୦୦ ଗ୍ରାମର ଗଜେଂଇ ହୋଇଥିଲା , ଏହି ଗଜେଂଇ ଗୁଡିକୁ ଚିତ୍ରକୋଣ୍ଡା ଅଚଂଳରୁ କ୍ରୟକରି ଆନ୍ଦ୍ରପ୍ରଦେଶ ରାଜମେନ୍ଦ୍ରି କୁ ଚାଲାଣ ନିମନ୍ତେ ନିଆଯାଉଥିଲା ।ଏ ସଂପର୍କରେ ମାଲକାନଗିରି ଥାନା କେସ ନମ୍ବର ୨୭୪ ତାରିଖ ୨୨.୭.୨୦୨୧ ରୁଜୁକରାଯାଇ ଚିତ୍ରକୋଣ୍ଡା ଥାନାସ୍ଥ ବେନିୟାଗୁଡା ଗ୍ରାମର ପବିତ୍ର ବେନିୟା ଓ ଏମଭି୮ ଗ୍ରାମର ଆକାଶ ବିଶ୍ୱାସ ଙ୍କୁ ଚୋରାଗଜେଂଇ ଚାଲାଣ ଅଭିଯୋଗରେ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି ବୋଲି ଆଦର୍ଶ ଥାନା ଆଇଆଇସି ରାମପ୍ରସାଦ ନାଗ ସୁଚନା ଦେଇଛନ୍ତି ।
ଠିକ ସେହିପରି ଓରକେଲ ଥାନା ପୁଲିସ କୁ ମିଳିଛି ଏକ ସଫଳତା,ଏକ କାରରେ ଚୋରା ଗଜେଂଇ ଚାଲାଣ କରୁଥିବା ସମୟରେ ପୁଲିସ ହାବୁଡରେ ପଡି ୩ଜଣ ଯୁବକ ଗିରଫ ହେବା ସହ ଗଜେଂଇ ଓ କାର କୁ ପୁଲିସ ଜବତ କରିଛନ୍ତି । ଓରକେଲ ଥାନା ପୁଲିସ ବାଲିମେଳା ଜୟପୁର ରାଜପଥ କୁଡୁମୁଲୁଗୁମ୍ମା ନିକଟରେ ପେଟ୍ରୋଲିଂ କରୁଥିବା ବେଳେ ସେହି ରାସ୍ତାରେ ବାଲିମେଳା ଆଡୁ ଏକ କାର ଦୃତ ଗତିରେ ଜୟପୁର ଅଭିମୁଖେ ଯାଉଥିବା ବେଳେ ପୁଲିସ ଅଟକାଇଥିଲେ । କାରଟି ନ ଅଟକି ଦୃତଗତିରେ ପଳାଉଥିବା ସମୟରେ ତାକୁ ପୁଲିସ ଗୋଡାଇ ଧରିଥିଲେ । କାରଟିକୁ ଯାଚଂ କରିବାରୁ ସେଥିରୁ ୨୧କେଜି ଓଜନର ଗଜେଂଇ କେକ ମିଳିଥିଲା । ପୁଲିସ ଗଜେଂଇ କାର ଜବତ କରି ସେଥିରେ ଥିବା ୩ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଓରକେଲ ଥାନା କେସ ନମ୍ବର ୧୨୮/୨୦୨୧ ରେ ଏକ ମାମଲା ରୁଜୁକରି ବେଆଇନ ଗଜେଂଇ ଚାଲାଣ କରିବା ଅଭିଯୋଗରେ ନବରଙ୍ଗପୁର ରାଇଘର ର ସପନଗାଇନ, ମାଲକାନଗରି ଜିଲ୍ଲା ଏମଭି୮୩ ଗ୍ରାମର ତାପସ ଦାସ,ଗଙ୍ଗଲା ଗ୍ରାମର ଭୁଟି ମାହାନ୍ତି ଙ୍କୁ ପୁଲିସ ଗିରଫ କରି କୋର୍ଟଚାଲାଣ କରିଛନ୍ତି, ଏହି ଘଟଣାରେ ଅନ୍ୟକାହର ହାତ ରହିଛିକି ସେ ନେଇ ପୁଲିସ ପକ୍ଷରୁ ଅଧିକ ତଦନ୍ତ ଜାରିରହିଛି ବୋଲି ଓରକେଲ ଥାନା ଅଧିକାରୀ ଜନ କୁଜୁର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.