Home ଜିଲ୍ଲା ପରିକ୍ରମା ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ, ମୁଖ୍ୟ ଚିକିତ୍ସାଧିକାରୀଙ୍କୁ...

ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିକ୍ଷୋଭ, ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଦାବିପତ୍ର

17

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ବହୁ ଅବ୍ୟବସ୍ଥା ଓ କର୍ମଚାରୀଙ୍କର ଦବଙ୍ଗଗିରିକୁ ନେଇ ତାତିଛି ବିଜେପି ଓ ମହିଳା ଯୁବମୋର୍ଚ୍ଚା । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟର ଟିକେଟ୍ କାଉଣ୍ଟରରେ ଥିବା ଜଣେ କର୍ମଚାରୀ ମହିଳା ରୋଗୀଙ୍କ ସହ ଦୁର୍ବବ୍ୟହାର ପ୍ରଦର୍ଶନ କରିଥିଲେ । ସଂପୃକ୍ତ କର୍ମଚାରୀ ଜଣକ ମୁହଁରେ ମାସ୍କ ପିନ୍ଧିଥିଲା ନା ବେକରେ ପରିଚୟ ପତ୍ର ଥିଲା । ଅନୁରୂପ ଜଣେ ରୋଗୀ ନିଜର ସ୍ୱାସ୍ଥ୍ୟ ଦେଖାଇବା ପାଇଁ ଆଉଟଡୋରକୁ ଆସୁଥିବାବେଳେ ତାର ସମ୍ମୁଖରେ ଥିବା ଢାଙ୍କୁଣା ବିହୀନ ନାଳରେ ପଡି ଆହତ ହୋଇଥିଲେ । ତାଙ୍କ ଗୋଡରେ ଗଭୀର ଆଘାତ ଲାଗିଥିଲା । ଏହାର ଖବର ପାଇ ଆଜି ଜିଲା ବିଜେପି ଯୁବମୋର୍ଚ୍ଚା ସଭାପତି ବିକାଶ ଶ୍ରେଷ୍ଠା, ମହିଳା ମୋର୍ଚ୍ଚା ସଭାନେତ୍ରୀ ହରପ୍ରିୟା ସାହୁ, ମଣ୍ଡଳ ସଭାପତି ଉତ୍ତମ ପାତ୍ର, ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ମହମ୍ମଦ ସବିର ଅଲ୍ଲୀ, ଯୁବନେତା ବୃଷଭାନୁ ସାହୁ, ଶଶାଙ୍କ ଶେଖର ଦାସ, ଉଷା ପାଢୀ, ବିଷ୍ଣୁପ୍ରିୟା ଲେଙ୍କା, ସ୍ୱର୍ଣ୍ଣଲତା ମିଶ୍ର, ରାଜେଶ ରାୟ, ରଜନୀକାନ୍ତ ଦାସ, ବିଜୟ ନାୟକ, ଚନ୍ଦନ ଭୋଇ ଓ ରାକେଶ ନାୟକ ପ୍ରମୁଖ ଡାକ୍ତରଖାନାରେ ପହଞ୍ôଚ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏବଂ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଉକ୍ତ ସ୍ମାରକପତ୍ର ମୂଳେ ସଂପୃକ୍ତ ମହିଳାଙ୍କୁ ଦୁର୍ବବ୍ୟହାର ପ୍ରଦର୍ଶନ କରୁଥିବା କର୍ମଚାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ, ଉଚିତ୍ ସ୍ଥାନରେ କୋଭିଡ୍ ସେଣ୍ଟର ବୋର୍ଡ ଲଗାଇବା, ମେଡିକାଲରେ ଗାଡି ପାର୍କିଂର ବ୍ୟବସ୍ଥା, ହେଲପ୍ ଡେସ୍କର ସୁବିଧାକୁ ଠିକ୍ ଭାବରେ ପାଳନ କରିବା ଏବଂ ଲୋକଙ୍କ ଯାତାୟତ ପଥରେ ଥିବା ଡ୍ରେନ୍ ଗୁଡିକର ଭଙ୍ଗା ଢାଙ୍କୁଣୀ ଗୁଡିକର ମରାମତି କରିବା ଭଳି ଦାବି ରହିଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.