Home ଓଡ଼ିଶା ୧୨ଜଣ କରୋନା ଯୋଦ୍ଧାଙ୍କ ସହ ୨୬ଜଣ ନୂଆ ପଜିଟିଭ ଚିହ୍ନଟ,ଚିତ୍ରକୋଣ୍ଡା ଅଚଂଳକୁ କଟେଂନମେଟଂ ଜୋନଘୋଷଣା ।

୧୨ଜଣ କରୋନା ଯୋଦ୍ଧାଙ୍କ ସହ ୨୬ଜଣ ନୂଆ ପଜିଟିଭ ଚିହ୍ନଟ,ଚିତ୍ରକୋଣ୍ଡା ଅଚଂଳକୁ କଟେଂନମେଟଂ ଜୋନଘୋଷଣା ।

83

ମାଲକାନଗିରି,୩୧ା୭(ଓଡିଆ ପୁଅ) ଆଜି ଜିଲ୍ଲାରେ ପୁଣି ୨୬ ଜଣ ନୁଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୨ଜଣ ପୁଲିସ କର୍ମଚାରୀ କରୋନା ଯୋଦ୍ଧା ଥିବା ବେଳେ ଅନ୍ୟ ୧୪ ଜଣ ସ୍ଥାନୀୟ ଜନସାଧରଣ ଅଛନ୍ତି । ମାଲକାନଗିରି ପୌରପରିଷଦ କଟେଂନମେଟଂ ଜୋନରୁ କେବଳ ୧୪ଜଣ ସ୍ଥାନୀୟ ବ୍ୟକ୍ତି,ପୌରପରିଷଦ ର ହାଇଟେକ କଲୋନିରୁ ଜଣେ,ନର୍ସରୀ କଲୋନିରୁ ଜଣେ,ରିକ୍ଲାମେସନ କଲୋନିରୁ ୩ଜଣ,ବାଲିସାଗର ସାହିରୁ ଜଣେ,୧୧୯କଲୋନିରୁ ଜଣେ,ଭେଟନାରି ସହିରୁ ଜଣେ,ଝାଟିମାଟି କଲୋନି,ବ୍ଲକ କଲୋନି,ଦୁର୍ଗାଗୁଡିସାହି ଓ ଏସପି ଅଫିସ ନିକଟରୁ ଜଣେଲେଖା କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ପୁରଣାପୋଷ୍ଟ ଅଫିସ ଲାଇଲରୁ ୨ଜଣ ଚିହ୍ନଟ ହୋଇଛନ୍ତି । ଏମାନେ ପୁବ ର୍ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସିଥିବାର ଜଣାପଡିଛି । ଅନ୍ୟ କେତେଜଣଙ୍କର ଜ୍ୱର,କାଶ,ଲକ୍ଷଣ ଥିବାର ଜଣାପଡିଛି । ଚିତ୍ରକୋଣ୍ଡା ଥାନାଅଚଂଳରୁ ଗତ କାଲି ୬ଜଣଙ୍କର ପଜିଟିଭି ବାହାରିଥିବା ବେଳେ ଆଜି ପୁଣି କୋଭିଡ ଯୋଦ୍ଧା ୧୨ଜଣ ଚିତ୍ରକୋଣ୍ଡା ଥାନାକର୍ମଚାରୀ ଙ୍କର ପଜିଟିଭ ବାହାରିଛି,ଏହି ୧୨ଜଣ କରୋନା ଯୋଦ୍ଧା ପୁବ ର୍ ସଂକ୍ରମଣ ଙ୍କ ସଂସ୍ପର୍ଷରେ ଆସିଥିଲେ । ଚିତ୍ରକୋଣ୍ଡା ଥାନାକୁ ସାନିଟାଇଜ କରାଯାଇ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଚିତ୍ରକୋଣ୍ଡା ଅଚଂଳକୁ କଟେଂନମେଟଂ ଜୋନଭାବେ ଘୋଷଣା କରାଯାଇଛି । ଆଜିର ସଂକ୍ରମିତ ଙ୍କୁ ମିଶାଇ ମାଲକାନଗିରି ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୩୬ ହୋଇଥିବା ବେଳେ ସଥିମଧ୍ୟରୁ ୩୪୧ ଜଣ ସୁସ୍ଥ ହୋଇ ନିଜ ଘରକୁ ଫେରିଛନ୍ତି ଓ ୧୯୩ ଜଣ କରୋନା ଆକ୍ରାନ୍ତ ଙ୍କୁ କୋଭିଡ ହସପିଟାଲରେ ଚିକିତ୍ସା କରାଯାଉ ଥିବାବେଳେ ୨ଜଣଙ୍କର ମୃତ୍ୟୁ ହୋଇଥିବାର ଜିଲ୍ଲାପ୍ରଶାସନ ସୁତ୍ରରୁ ଜଣାପଡିଛି । ମାଲକାନଗିରି ଜିଲ୍ଲାରୁ ଆଜି ଚିହ୍ନଟ ହୋଇଥିବା ୨୬ ଜଣ ଆକ୍ରାନ୍ତ ଅନ୍ୟ କେଉଁ ଲୋକଙ୍କ ସଂସ୍ପର୍ଷରେ ଆସିଛନ୍ତି କି ନାହିଁ ତାହାର ଜାଚଂ ଜୋରଦାର ଚାଲିଛି ।ଦିନକୁ ଦିନ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସଂକ୍ରମଣରୁ ସୁରକ୍ଷିତ ରିହାବା ପାଇଁ ମାଲକାନଗିରି ପୌରାଚଂଳ ଓ ବାଲିମେଳା ଏନଏସି ଅଚଂଳକୁ ଜିଲ୍ଲାପ୍ରଶାସନ ପକ୍ଷରୁ ଗୁରୁବାର ରାତ୍ର୯ଟା ଠାରୁ ଅଗଷ୍ଟ ୨ତାରିଖ ରାତ୍ର ୧୨ଟା ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରାଯାଇଛି । କରୋନା ଚିହ୍ନଟ ହୋଇଥିବା ମାଲକାନଗିରି ପୌରାଚଂ,ଚିତ୍ରକୋଣ୍ଡା ଥାନା ଅଚଂଳ କୁ କଟେଂନମେଟଂ ଜୋନ ଘୋଷଣା କରାଯାଇ ସହରର ବିଭିନ୍ନ ଛକ ସ୍ଥାନରେ ପୁଲିସ ପକ୍ଷରୁ କଡାସୁରକ୍ଷା ବ୍ୟବସ୍ଥା କରାଯାଇ ସାହିବସ୍ତିକୁ ନାକା ବନ୍ଦିକରିଦିଆ ଯାଇଛି । ମାଲକାନଗିରି ପୌରପରିଷଦ,ଚିତ୍ରକୋଣ୍ଡା ଥାନା ଅଚଂଳରେ ଦିନକୁ ଦିନ ଅଧିକ ମାତ୍ରାରେ କରୋନା ପଜିଟିଭ ଚିହ୍ନଟ ହେଉଥିବାରୁ ଅଗ୍ନିଶମ ବିଭାଗ ପକ୍ଷରୁ ସହରର ସାହିବସ୍ତି ଗୁଡିକରେ ବିଶୋଧନ କାର୍ଯ୍ୟଚଳାଇଛନ୍ତି । ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନଓ୍ୟାର୍ଡି କର୍ମୀ, ଶିକ୍ଷକ ,ଶିକ୍ଷୟତ୍ରୀ ମାନେ ଘରଘର ବୁଲି କୋଭିଡ ଲକ୍ଷଣ ଓ ପରିବାରର ସ୍ୱାସ୍ଥ୍ୟ ବିବରଣୀ ସଂଗ୍ରହ କରୁଛନ୍ତି । କରୋନା ସଂକ୍ରମଣ ଠାରୁ ସତର୍କ ରହିବା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି ,କରୋନା ମହାମାରି ପାଇଁ କେହି ଛାନିଆ କିମ୍ବା ଭୟଭିତ ହୁଅନ୍ତୁନାହିଁ,ଘରେ ରୁହନ୍ତୁ ସୁସ୍ଥ ରୁହନ୍ତୁ,ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ବଜାୟୀ ରଖନ୍ତୁ, ଲକଡାଉନ ନିୟମକୁ ମାନି ସହରବାସୀ ଜିଲ୍ଲାପ୍ରଶାସନକୁ ସହଯୋଗ କରି କରୋନା ସଂକ୍ରମଣ ଠାରୁ ଦୁରେଇ ରୁହନ୍ତୁ ବୋଲି ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.