Home ଜିଲ୍ଲା ପରିକ୍ରମା ବିଲରୁ ମିଳିଲା ବିରଳ ମୂର୍ତ୍ତି

ବିଲରୁ ମିଳିଲା ବିରଳ ମୂର୍ତ୍ତି

213

ଭଦ୍ରକ, ୩୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଚାଷଜମିରେ ହିଡ ହାଣୁଥିବା ସମୟରେ ଜଣେ ଯୁବ ଚାଷୀଙ୍କୁ ମିଳିଛି ଏକ ବହୁପ୍ରାଚୀନ ବିରଳ ମୂର୍ତ୍ତି । ଏହି ମୂର୍ତ୍ତିଟି କଳା ମୁଗୁନି ପଥରରେ ହୋଇଥିବାବେଳେ ଚାରିପାଶ୍ୱର୍ରେ କୌଣସି ଭଗବାନଙ୍କ ଚିତ୍ର ଖୋଦେଇ ହୋଇଥିବାର ଜଣାପଡିଛି । ଏହି ମୂର୍ତ୍ତିଟି ମିଳିବା ପରେ ଉକ୍ତ ଗାଁରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି । ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଭଦ୍ରକ ଗ୍ରାମାଞ୍ଚଳଥାନା ଅଧୀନସ୍ଥ ଜଳଙ୍ଗା ଗ୍ରାମର ରମେଶ ମଳିକ ନାମକ ଜଣେ ଚାଷୀ ବିଲରେ ଆଜି ହଳ କରିବା ପରେ ହିଡ ହାଣୁଥିଲେ । ଏହି ସମୟରେ ତାଙ୍କ କୋଦାଳରେ ପଥର ବାଜିବାର ଜୋର ଶବ୍ଦ ହେଲା । ପରେ ସେ ମାଟି ଭିତରୁ ଗୋଟିଏ ମନ୍ଦିର ଆକୃତି କଳା ମୁଗୁନି ପଥର ଶିଳାର ଚତୁଃର୍ପାଶ୍ୱର୍ରେ କୌଣସି ଭଗବାନଙ୍କ ଚିତ୍ର ଖୋଦେଇ ହୋଇଥିବାର ଦେଖିବାକୁ ପାଇଥିଲେ । ସେ ଏହା ଦେଖି ଚାଷକାର୍ଯ୍ୟ ଛାଡି ଭାବବିହ୍ୱଳ ହୋଇ ମୂର୍ତ୍ତିଟିକୁ ଗାଁକୁ ନେଇ ପଳାଇ ଆସିଥିଲେ । ଗ୍ରାମଲୋକେ ତାହା ଦେଖିବା ପରେ ଫୁଲ ଅର୍ଘ୍ୟ ଦେଇ ପୂଜା କରିଛନ୍ତି । ଯାହା ଏବେ ଉକ୍ତ ଅଂଚଳରେ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଛି । ତେବେ ମୂର୍ତ୍ତିଟି ବହୁ ପ୍ରାଚୀନ ବୋଲି ଗ୍ରାମର ପୁରୁଖା ଲୋକମାନେ ଗଣମାଧ୍ୟମକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.