Home ଜିଲ୍ଲା ପରିକ୍ରମା ୧୦.୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

୧୦.୫ ଲକ୍ଷର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

30

ଭଦ୍ରକ, ୧୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କୋଭିଡ୍ କଟକଣାକୁ ନେଇ ଗାଡି ଯାଞ୍ଚ ହେଉଥିବାବେଳେ ୧୬ ନଂ ଜାତୀୟ ରାଜପଥର ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ରାଣୀତାଲ ନିକଟରେ ପୁଲିସ୍ ଏକ ନମ୍ବର ବିହୀନ ସୁଇଫ୍ଟ ଗାଡିରୁ ପ୍ରାୟ ୧୦.୫ ଲକ୍ଷ ଟଙ୍କାର ୧୦.୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ସହ ବିଭିନ୍ନ ମାରଣାସ୍ତ୍ର ଜବତ କରି ୩ ଜଣ ଡ୍ରଗ୍ସ ବେପାରୀଙ୍କୁ ଗିରଫ କରିଛି । ଏହି ଘଟଣା ନେଇ ଆଜି ଜିଲା ଅତରିକ୍ତ ଆରକ୍ଷୀ ଅଧିକ୍ଷକ ଯତିନ କୁମାର ପଣ୍ଡା ଓ ଥାନାଧିକାରୀ ଆଲୋକ ଜେନା ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଇଥିବା ସୂଚନା ମୂଳେ ଗତକାଲି ରାତିରେ କୋଭିଡ୍ କଟକଣାକୁ ନେଇ ଭଦ୍ରକ ରାଣୀତାଲ ଛକ ନିକଟରେ ଗ୍ରାମାଞ୍ଚଳ ପୁଲିସ୍ ଗାଡି ଯାଞ୍ଚ କରୁଥିଲା । ଏହି ସମୟରେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ଏକ ନମ୍ବର ବିହୀନ ସୁଇଫ୍ଟ ଗାଡି ପୁଲିସ୍‌ର ସଂକେତ ନମାନି କୁପାରୀ ଆଡକୁ ପଳାଇଯିବାର ଉଦ୍ୟମ କରିଥିଲା । ତେବେ ରେଳ ଲେବୁଲ କ୍ରସିଂ ପଡିଯାଇଥିବାରୁ ଗାଡିଟି ଆଗକୁ ଯାଇପାରିନଥିଲା । ମାତ୍ର ପୁଲିସ୍‌କୁ ଦେଖି ଡ୍ରାଇଭର ପାଖରେ ବସିଥିବା ମୁଖ୍ୟ ଡ୍ରଗ୍ସ ମାଫିଆ ଜଣକ ଅଧିକ ବ୍ରାଉନସୁଗାର ନେଇ ଫେରାର ହୋଇଯାଇଥିଲା । ଉକ୍ତ ଗାଡିରୁ ୧୦.୫ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ଗୋଟିଏ ଖଣ୍ଡା, ଦୁଇଟି ଛୁରୀ, ଗୋଟିଏ ବାଉଁଶ ବାଡି ଓ ଦୁଇଟି ଖେଳଣା ପିସ୍ତଲକୁ ପୁଲିସ୍ ଜବତ କରିଛି । ଗିରଫ କାର୍ ଚାଳକ ଓ ପଛରେ ବସିଥିବା ୨ ଜଣ ଯୁବକଙ୍କ ଠାରୁ ଉକ୍ତ ବ୍ରାଉନ୍‌ସୁଗାର ଜବତ ହୋଇଥିବାବେଳେ ସେମାନେ ଫେରାର ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିଲେ ବୋଲି କହିଛନ୍ତି । ଜିଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ଗଣମାଧ୍ୟମକୁ ଦେଇଥିବା ସୂଚନା ମୂଳେ ଫେରାର ମୁଖ୍ୟ ଅଭିଯୁକ୍ତ ଚିଣ୍ଟୁର ପରିଚୟ ମିଳିଥିବାବେଳେ ତାକୁ ଖୁବଶୀଘ୍ର ଗିରଫ କରାଯାଇ ଏମାନଙ୍କର ଚେର କେତେଦୂର ଲମ୍ବିଛି, ସେ ସଂପର୍କରେ ତଦନ୍ତ ଚାଲୁ ରହିଛି । ଗିରଫ ୩ ଅଭିଯୁକ୍ତ ହେଲେ ପୁରୀ ଜିଲା ସତ୍ୟବାଦୀ ଥାନା ବଳରାମପୁରଗଡର ସିତେଶ ପାତ୍ର, ଭଦ୍ରକ ଗ୍ରାମାଞ୍ଚଳ ଥାନା ବଉଳପୋଖରୀ ଗ୍ରାମର ରବିନ ଦାସ ଓ ଉମାକାନ୍ତ ମଲିକ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.