Home ଓଡ଼ିଶା ୧୦ ନମ୍ବର ରାଜପଥରେ ଜଳିଗଲା ୧୪ ଚକିଆ ଟ୍ରକ କ୍ୟାବିନ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ...

୧୦ ନମ୍ବର ରାଜପଥରେ ଜଳିଗଲା ୧୪ ଚକିଆ ଟ୍ରକ କ୍ୟାବିନ୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର

319

ବଡ଼ବିଲ, ୨୯ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ନାଲଦା ୧୦ ନମ୍ବର ରାଜ୍ୟ ରାଜପଥରେ ଏକ ଟ୍ରକର କ୍ୟାବିନ୍‌ଜଳିଗଲା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର। ମିଳିଥିବା ଖବର ଅନୁଯାୟୀ, ଶନିବାର ଅପରାହ୍ନରେ ବେଲକୁଣ୍ଡି ଠାରେ ଠିଆ ହୋଇଥିବା (ସିଜି ୦୪ ଏମ୍‌କ୍ୟୁ ୬୩୦୧) ନମ୍ବର ବିଶିଷ୍ଟ ଏକ ୧୪ ଚକିଆ ଟ୍ରକ କ୍ୟାବିନ୍‌ରେ ହଠାତ୍ ନିଆଁ ଲାଗିଯାଇଥିଲା। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳେକୁ ଟ୍ରକର କ୍ୟାବିନ୍‌ସମ୍ପୂର୍ଣ୍ଣ ଭାବେ ଜଳିଯାଇଥିଲା, କିନ୍ତୁ ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ଟ୍ରକଟି ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିରୁ କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋସ୍ଥିତ କେଏନ ରାମ ଖଣିରୁ ଲୁହାପଥର ବୋଝେଇ ନିମନ୍ତେ ଆସିଥିଲା। ରାସ୍ତାରେ ଟ୍ରକ ରଖି ଡ୍ରାଇଭର ଓ ହେଲପର ବାହାରେ ବୁଲାବୁଲି କରୁଥିବାରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବାର ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.