Home କନ୍ଧମାଳ କୋମାରେ ସୁବର୍ଣ୍ଣଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ନା ଅଛନ୍ତି ଡାକ୍ତର ନା ଅଛନ୍ତି ଫାର୍ମାସିଷ୍ଟ :...

କୋମାରେ ସୁବର୍ଣ୍ଣଗିରିର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର : ନା ଅଛନ୍ତି ଡାକ୍ତର ନା ଅଛନ୍ତି ଫାର୍ମାସିଷ୍ଟ : ହନ୍ତସନ୍ତ ହେଉଛନ୍ତି ରୋଗୀ….

104

ବାଲିଗୁଡା, ୬/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) ସ୍ୱାସ୍ଥ୍ୟ ସେବାକୁ ସୁଧାରିବା ପାଇଁ ଆକ୍ସନ ମୋଡରେ ସରକାର। ୫-ଟି ସଚିବ ଘନଘନ ଡାକ୍ତରଖାନା ଗସ୍ତ କରି ସ୍ଥିତି ପରଖିଲେ, ରୋଗୀଙ୍କୁ ଭେଟି ଆଲୋଚନା କରିବା ସହ ଡାକ୍ତରଖାନାର ସ୍ଥିତି ସୁଧାରିବା ପାଇଁ ନିର୍ଦେଶ ଦେଲେ ରାଜ୍ୟ ସରକାର। ହେଲେ କନ୍ଧମାଳର ଜିଲ୍ଲା ବାଲିଗୁଡା ଉପଖଣ୍ଡର ଏମିତି ଏକ ଡାକ୍ତରଖାନା ଦେଖିବା ଯେଉଁଠି କୋମାରେ ସ୍ୱାସ୍ଥ୍ୟସେବା।

ଆଦିବାସୀ ଅଂଚଳରେ ରୋଗୀଙ୍କୁ ଲୋକଙ୍କ ହାତ ପାହାନ୍ତାରେ ସ୍ୱାସ୍ଥ୍ୟ ସେବା ଯୋଗାଇବା ଉଦେଶ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର ଦୁର୍ଗମ ଅଂଚଳ କୋଟଗଡ ବ୍ଲକ ସୁବର୍ଣ୍ଣଗିରିରେ ପ୍ରତିଷ୍ଠା ହୋଇଥିଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର। ଯେଉଁ ଡାକ୍ତରଖାନା କୋମାରେ କହିଲେ ଚଳେ। ସ୍ୱାସ୍ଥ୍ୟସେବା ତ ଦୂରର କଥା ଏଠାରେ ନା ଡାକ୍ତର ଅଛନ୍ତି ନା ଫାର୍ମାସିଷ୍ଟ କି କୌଣସି କର୍ମଚାରୀ। ଫଳରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ନିରାସ ହୋଇ ଫେରୁଥିବା ଅଭିଯୋଗ ହୋଇଛି।

ଏହି ସୁବର୍ଣ୍ଣଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରନ୍ତି ୧୦ଟି ପଂଚାୟତର ପ୍ରାୟ ୫୦ ହଜାର ଲୋକ। ବର୍ଷ ବର୍ଷ ଧରି ଡାକ୍ତରଖାନା ଅଚଳ ହୋଇ ପଡିଥିବା ବେଳେ ମେଳି ବାନ୍ଧିଛନ୍ତି ସ୍ଥାନୀୟ ବାସିନ୍ଦା। ବାରମ୍ବାର ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଏବେ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି ଲୋକେ। ଆଗାମୀ ୧୫ ଦିନ ଭିତରେ ଡାକ୍ତରଖାନାରେ ଡାକ୍ତର ଏବଂ ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତ ନହେଲେ ଲୋକେ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.