Home ଓଡ଼ିଶା ନୋଭେଲ କୋରୋନା ଭୂତାଣୁର ସଦ୍ୟତମ ସୂଚନା : ମାମଲା ଓ ପରିଚାଳନା

ନୋଭେଲ କୋରୋନା ଭୂତାଣୁର ସଦ୍ୟତମ ସୂଚନା : ମାମଲା ଓ ପରିଚାଳନା

672

ନୂଆ ଦିଲ୍ଲୀ ୬-୩ (ଓଡ଼ିଆ ପୁଅ) ନୋଭେଲ କୋରୋନା ଭୂତାଣୁ (କୋଭିଡ-୧୯) ଯାଂଚରେ ଆଉ ଜଣେ ସନ୍ଦିଗ୍ଧଙ୍କ ରକ୍ତ ନମୁନା ପଜିଟିଭ ଆସିଛି। ଏହି ସଂକ୍ରମିତ ଥାଇଲାଣ୍ଡ ଏବଂ ମାଲେସିଆ ଗସ୍ତ କରିବା ପରେ ଭୂତାଣୁ ସଂକ୍ରମଣରେ ଆସିଥିବା ସୂଚନା ମିଳିଛି। ତାଙ୍କୁ ଡାକ୍ତରଖାନାରେ ଅଲଗା ରଖାଯାଇ ଚିକିତ୍ସା କରାଯାଉଛି। ବର୍ତମାନ ତାଙ୍କର ଅବସ୍ଥା ସ୍ଥିର ରହିଛି। ଦେଶରେ ଏବେ କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ୩୧ରେ ପହଁଚିଛି। ଏମାନଙ୍କ ମଧ୍ୟରୁ ୧୬ ଜଣ ଇଟାଲୀ ନାଗରିକ।

ସଦ୍ୟତମ ମାର୍ଗଦର୍ଶିକା ଅନୁଯାୟୀ ଯେକୌଣସି ଦେଶରୁ ଆସୁଥିବା ସମସ୍ତ ଅନ୍ତର୍ଜାତୀୟ ଯାତ୍ରୀଙ୍କୁ ବ୍ୟାପକ ଡାକ୍ତରୀ ଯାଂଚର ସମ୍ମୁଖୀନ ହେବା ବାଧ୍ୟତାମୂଳକ। ଏଥିପାଇଁ ଯାଂଚର ପର୍ଯ୍ୟାପ୍ତ ବ୍ୟବସ୍ଥା କରାଯାଇଛି। ବର୍ତମାନ ୨୧ଟି ବିମାନ ବନ୍ଦର ସମେତ ଅତିରିକ୍ତ ୯ଟି ବିମାନ ବନ୍ଦରରେ ଯାଂଚ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହା ସହିତ ବର୍ତମାନ ସୁଦ୍ଧା ମୋଟ ୩୦ଟି ବିମାନ ବନ୍ଦରରେ କୋଭିଡ-୧୯ର ଯାଂଚ କରାଯାଉଛି।

ଏହାବ୍ୟତୀତ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଏବଂ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ କୋଭିଡ-୧୯ ସମ୍ପର୍କରେ ଦିନିକିଆ ଜାତୀୟ ସ୍ତରର ପ୍ରଶିକ୍ଷଣ ଆୟୋଜିତ ହୋଇଛି। ଏହାକୁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ସୁଶ୍ରୀ ପ୍ରୀତି ସୁଦାନ ଉଦଘାଟନ କରିଥିଲେ। ଏଥିରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ଅଧିକାରୀଙ୍କ ସମେତ ରେଳବାଇ, ପ୍ରତିରକ୍ଷା ଏବଂ ଅର୍ଦ୍ଧସାମରିକ ବାହିନୀ ହସ୍ପିଟାଲର ୨୮୦ ଜଣ କର୍ମକର୍ତା ଭାଗ ନେଇଥିଲେ। ସାରା ଦେଶର ପାଖାପାଖି ୧୦୦୦ କେନ୍ଦ୍ର ଜରିଆରେ ଏଥିରେ ବହୁ ଲୋକ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.