Home ଜିଲ୍ଲା ପରିକ୍ରମା ୧୦୪ ହେକ୍ଟର ଧାନଚାଷ ପ୍ରଭାବିତ, ବାସ୍ତବତାକୁ ନେଇ ଉଠିଲା ପ୍ରଶ୍ନ, ମିଳୁନି ପନିପରିବା ଚାଷ ରିପୋର୍ଟ

୧୦୪ ହେକ୍ଟର ଧାନଚାଷ ପ୍ରଭାବିତ, ବାସ୍ତବତାକୁ ନେଇ ଉଠିଲା ପ୍ରଶ୍ନ, ମିଳୁନି ପନିପରିବା ଚାଷ ରିପୋର୍ଟ

28

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ଚଳିତ ବନ୍ୟାରେ ୧୦୪ ହେକ୍ଟର ଖରିଫ ଧାନଚାଷ ପ୍ରଭାବିତ ହୋଇଛି ବୋଲି ବ୍ଲକ କୃଷି ବିଭାଗ ରିପୋର୍ଟ ପ୍ରସ୍ତୁତ କରିଛି। ଷୋଳମପୁର, ମାଳଦା, ରହଣିଆ, କୁରିଗାଁ, ବାଲିପୋଖରୀ, ସରସଦା ଆଦି ପଞ୍ଚାୟତର ୨୫ଟି ରାଜସ୍ୱ ଗ୍ରାମରେ ବର୍ଷା ଯୋଗୁଁ ଋଆ ଧାନ ଓ ଧାନତଳି ପ୍ରଭାବିତ ହୋଇଛି ବୋଲି ରିପୋର୍ଟ ପ୍ରଦାନ କରାଯାଇଛି। ବନ୍ୟାପ୍ରବଣ ନପଙ୍ଗ ପଞ୍ଚାୟତକୁ ପ୍ରଭାବିତ ରିପୋର୍ଟରୁ ବାଦ ଦିଆଯାଇଥିବାରୁ ରିପୋର୍ଟର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଏଥିସହ ନଦୀପଠାରେ ଅବସ୍ଥିତ ବନ୍ୟାପ୍ଳାବିତ ପଞ୍ଚାୟତ ଭାବେ ଜଣାଶୁଣା ଝୁଟୁଣା ଓ ବନ୍ଦାଳୋ-ମଢିଆଳି ପଞ୍ଚାୟତ ଦ୍ୱୟର ଧାନଚାଷ କ୍ଷୟକ୍ଷତି ରିପୋର୍ଟକୁ ଅଣଦେଖା କରାଯାଇଛି। ଏବେ ଭଣ୍ଡାରିପୋଖରୀ ବ୍ଲକ କୃଷି ବିଭାଗର ୨ ଅଧିକାରୀ ନଥିବାରୁ ଧାମନଗର କୃଷି ବିଭାଗ ଅଧିକାରୀମାନେ ଅତିରିକ୍ତ ଭାବେ ଭଣ୍ଡାରିପୋଖରୀ ଦାଇତ୍ୱ ତୁଲାଉଛନ୍ତି। ଏହାଦ୍ୱାରା କୃଷି ବିଭାଗ ଉପଯୁକ୍ତ ଭାବେ କାର୍ଯ୍ୟ କରିପାରୁ ନଥିବାରୁ ରିପୋର୍ଟ ପ୍ରସ୍ତୁତି ତୃଟିପୂର୍ଣ୍ଣ ହୋଇଛି ବୋଳି ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ନଈ କୂଳିଆ ପଞ୍ଚାୟତ ଷୋଳମପୁର, ମାଳଦା, ବାଲିପୋଖରୀ, ବନ୍ଦାଳୋ-ମଢିଆଳି, ଝୁଟୁଣା ଆଦି ପଞ୍ଚାୟତରେ ବ୍ୟାପକ ଭାବେ ପନିପରିବା ଚାଷ ପ୍ରଭାବିତ ହୋଇଥିବା ଜଣାଯାଇଛି। ବ୍ଲକ ଉଦ୍ୟାନକୃଷି ବିଭାଗ ରାଜନୈତିକ ଛତ୍ରଛାୟା ତଳେ ପରିଚାଳିତ ହେଉଥିବାରୁ ପନିପରିବା ଚାଷ କ୍ଷୟକ୍ଷତି ରିପୋର୍ଟ ମିଳିପାରୁ ନାହିଁ। ଚାଷୀମାନଙ୍କ ସହ ସମ୍ପର୍କ ନଥିବା ଉଦ୍ୟାନକୃଷି ବିଭାଗ ସ୍ଥାଣୁ ପାଲଟିଛି। ଫଳରେ ବାସ୍ତବ ପନିପରିବା ଚାଷୀମାନେ ଉଦ୍ୟାନକୃଷି ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଯୋଜନାରୁ ବାଦ ପଡୁଥବା ଅଭିଯୋଗର ଫର୍ଦ୍ଦ କ୍ରମେ ଲମ୍ବିବାରେ ଲାଗିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.