Home ଜିଲ୍ଲା ପରିକ୍ରମା କବି କମଳାକାନ୍ତ ଲେଙ୍କା ଥିଲେ ଏକାଏକା ବାଦଶାହା

କବି କମଳାକାନ୍ତ ଲେଙ୍କା ଥିଲେ ଏକାଏକା ବାଦଶାହା

53

ଭଦ୍ରକ, ୧୮ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଯଶୋଦା ହୋଟେଲ ସମ୍ମିଳନୀ କକ୍ଷରେ ଆଜି ସନ୍ଧ୍ୟାରେ ଓଡ଼ିଶାର ପ୍ରଖ୍ୟାତ କବି ତଥା ଆଧୁନିକ ଓଡ଼ିଆ କବିତା ସାମ୍ରାଜ୍ୟରେ ଏକାଏକା ବାଦଶାହା କବି କମଳାକାନ୍ତ ଲେଙ୍କାଙ୍କ ୨୪ ତମ ଶ୍ରାଦ୍ଧ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। କବି କମଳାକାନ୍ତ ସାହିତ୍ୟ ସମାଜର ସଭାପତି ଗାଳ୍ପିକ ରଜନୀକାନ୍ତ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସଭାରେ ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ତ୍ୟାଗଭୂମିର ସଭାପତି ଅଜୟ ନାୟକ, ସାହିତ୍ୟପ୍ରେମୀ ଅରୁଣ ଖିଲାର ଓ କବି ଗୀତାରାଣୀ ଆଇଚ। ସମସ୍ତ ଅତିଥି ପ୍ରଦୀପ ପ୍ରଜ୍ଜ୍ୱଳନ କରି କମଳାକାନ୍ତ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିବା ସହିତ ନିଜ ନିଜର ଅଭିମତ ପ୍ରକାଶ କରିଥିଲେ। କବି କମଳାକାନ୍ତ ଥିଲେ ଆଧୁନିକ ଓଡ଼ିଆ କବିତା ସାମ୍ରାଜ୍ୟରେ ଏକାଏକା ବାଦଶାହା। ତାଙ୍କ କବିତାରେ ଜୀବନବୋଧ ଓ ମାନବିକତାର ପରିଚୟ ମିଳିଥାଏ। ସମଗ୍ର କାବ୍ୟ ଜଗତକୁ ଅନ୍ଧାରରୁ ଆଲୋକକୁ ଆଣିବା କବି କମଳାକାନ୍ତ ଏକ ସ୍ୱତନ୍ତ୍ର ଉଦାହରଣ ବୋଲି ବକ୍ତାମାନେ କହିଥିଲେ। ଏହି ସଭାରେ କବି ଡଃ ଅବନୀ ପ୍ରଧାନ, ବରିଷ୍ଠ ସାମ୍ବାଦିକ ତଥା କବି ପ୍ରମୋଦ ରାୟ, ଅକ୍ଷୟ ଜେନା, ସଂଜିତ ବଳ, ସ୍ତମ୍ଭକାର ଅଭୟ ଦ୍ୱିବେଦୀ, କିଶୋର ପାଣିଗ୍ରାହୀ, ଡଃ ରାଧାରାଣୀ ମହାପାତ୍ର, ପ୍ରଫେସର କମଳାକାନ୍ତ ସ୍ୱାଇଁ, ଅଧ୍ୟାପକ ନିହାର ରଂଜନ କର, ନାଟ୍ୟଶ୍ରୀ ନିର୍ମଳ ରାଉତ, ରଙ୍ଗରାଜର ସଂପାଦକ ପ୍ରଦୀପ୍ତ ମହାନ୍ତି, ରତିକାନ୍ତ ବେହେରା, ବିଜୟ ବହଳି, ମନୋରଂଜନ ମୁଦୁଲି, ବିଚିତ୍ରାନନ୍ଦ ଜେନା, ବୀଣାପାଣି ତ୍ରିପାଠୀ, ଡଃ ପ୍ରଭାତ ନଳିନୀ ମହାପାତ୍ର, ଦମୟନ୍ତୀ ନାଥ, ଭରତ ଚନ୍ଦ୍ର ଦାଶ, ବିକାଶ ଶତପଥୀ, ନିର୍ମଳ ସେନାପତି, ସଂଜିତ ବଳ, ମଧୁସ୍ମିତା ନାୟକ, କାଳନ୍ଦୀ ମଲ୍ଲିକ, ମମତା ସାହୁ, ଡ. କାନୁନ୍ ମହାନ୍ତି ପ୍ରମୁଖ କବି କମଳାକାନ୍ତଙ୍କ ସଂପର୍କରେ କବିତା ପାଠ କରିବା ସହିତ ତାଙ୍କ ଜୀବନୀ ଓ ସାହିତ୍ୟ ବିଷୟରେ ଆଲୋଚନା କରିଥିଲେ। କବି କମଳାକାନ୍ତଙ୍କ ସୁପୁତ୍ର କବି ସୀତାଂଶୁ ଲେଙ୍କା ସଂପାଦକୀୟ ବିବରଣୀ ପାଠ କରିଥିବାବେଳେ କବି ଅକ୍ଷୟ ଜେନା ମଂଚ ସଂଯୋଜନା କରିଥିଲେ। ଶେଷରେ ଚୈତାଳି ଖିଲାର ଧନ୍ୟବାଦ ଅର୍ପଣ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.