Home ଖେଳ ୧୦ମ ବିରଂଚି ନାରାୟଣ ମେମୋରିଆଲ କପ୍ ୨୦୧୯ ରେ ମଂଚେଶ୍ୱର ବିଜୟୀ

୧୦ମ ବିରଂଚି ନାରାୟଣ ମେମୋରିଆଲ କପ୍ ୨୦୧୯ ରେ ମଂଚେଶ୍ୱର ବିଜୟୀ

210

ନୟାଗଡ/୧୬/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ଲୋଧାଚୁଆ ୧୦ମ ବିରଂଚି ନାରାୟଣ ମେମୋରିଆଲ୍ କପ୍ ୨୦୧୯ ର ଫାଇନାଲ ହୋଇଯାଇଛି। ବ୍ରଦର୍ସ କ୍ରିକେଟ୍ କ୍ଲବ୍ ଆନୁକୁଲ୍ୟରେ ଏହି ମ୍ୟାଚ୍ ଅନୁଷ୍ଠିତ ହେଉଥିଲା। ଏହି କ୍ରିକେଟ୍ ମ୍ୟାଚ୍‌ରେ ସମୁଦାୟ ୮ ଗୋଟି ଟିମ୍ ଯୋଗ ଦେଇଥିଲେ। ଫାଇନାଲ୍ ମ୍ୟାଚ୍ ମଂଚେଶ୍ୱର ଭୁବନେଶ୍ୱର ଓ କଳିଙ୍ଗ ଟାଇଗର୍ସ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହୋଇଥିଲା। କଳିଙ୍ଗ ଟାଇଗର୍ସ ଟିମ୍ ଟସ୍ ଜିତି ବ୍ୟାଟିଙ୍ଗ କରିଥିଲା। ନିର୍ଦ୍ଧାରିିତ ୨୦ ଓଭର ଖେଳରେ ୨୧୧ ରନ୍ ସଂଗ୍ରହ କରିଥିଲେ। ମଂଚେଶ୍ୱର ଭୁବନେଶ୍ୱର ଗୋଟିଏ ଓି୍ୱକେଟ୍ ବିନିମୟରେ ୨୧୬ ରନ୍ ସଂଗ୍ରହ କରି ବିଜୟଲାଭ କରିଥିଲା। ମାନ୍ୟବର ପୁର୍ବତନ ସମବାୟ ରାଷ୍ଟ୍ର ମନ୍ତ୍ରୀ ଶ୍ରୀମତୀ ସୁରମା ପାଢୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଜୟୀ ମଂଚେଶ୍ୱର ଦଳକୁ ଟ୍ରଫି ପ୍ରଦାନ କରିଥିଲେ। କଳିଙ୍ଗ ଟାଇଗର୍ସ ଟିମ୍ କୁ ରନର୍ସଅପ୍ ଟ୍ରଫି ପ୍ରଦାନ କରିଥିଲେ। ମଂଚେଶ୍ୱର ଦଳର ଅଭୟ ମଲ୍ଲିକ୍ ମ୍ୟାନ୍ ଅଫ୍ ଦି ସିରିଜ୍ ଓ ମ୍ୟାନ୍ ଅଫ୍ ଦି ମ୍ୟାଚ ଭାବେ ସମ୍ମାନିତ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ଲୋଧାଚୁଆ ସରପଂଚ ଜୟନ୍ତ କୁମାର ନାୟକ, ସମାଜ ସେବୀ ବିଭୁଦତ୍ତ ଗୁମାନସିଂ, ଘନଶ୍ୟାମ ସେନାପତି ଯୋଗ ଦେଇଥିଲେ।। ସଂଜୟ କୁମାର ନାୟକ, ଜିତେନ୍ଦ୍ର କୁମାର ସାମନ୍ତରାୟ ଖେଳ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.