Home ଓଡ଼ିଶା ପାଚେରୀ ଡେଇଁ ଭୋଜି ଖାଇବା ମହଙ୍ଗା ପଡିଲା, ବିଦ୍ୟୁତ୍ ଆଘାତରେ ନାବାଳର ଜୀବନ ଗଲା

ପାଚେରୀ ଡେଇଁ ଭୋଜି ଖାଇବା ମହଙ୍ଗା ପଡିଲା, ବିଦ୍ୟୁତ୍ ଆଘାତରେ ନାବାଳର ଜୀବନ ଗଲା

372

ାା ଯୋଡା, ୧୬/୧୨ (ଓଡିଆ ପୁୁଅ / ସେକ୍ ଜାବିର ମହମ୍ମଦ) : ରବିବାର ଯୋଡା କଲ୍ୟାଣ ମଣ୍ଡପ ଠାରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳର ମୃତ୍ୟୁ ଘଟିଥିବା ନେଇ ହନୁମାନ ହାଟିଂରେ ଶୋକର ଛାୟା ଖେଳିଯାଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲି ଯୋଡା ପୌରପାଳିକା ଅଧିନ କଲ୍ୟାଣ ମଣ୍ଡପରେ ଏକ ବିବାହ ଭୋଡି ଚାଲିଥିବା ବେଳେ ନିକଟସ୍ଥ ହନୁମାନ ହଟିଂର କେତେ ଜଣ ଶିଶୁ କଲ୍ୟାଣ ମଣ୍ଡପ ପାଚେରୀ ଡେଇଁ ଭିତରକୁ ଭୋଜି ଖାଇବାକୁ ପସିଥିଲେ । ତେବେ କଲ୍ୟାଣ ମଣ୍ଡପ ର ବାଉଣ୍ଡାରୀରେ ବିଭିନ୍ନ ପ୍ରକାରର ଲିଚୁ ସଜା ହୋଇଥିଲା ଏବଂ ଏକ କୋଣରେ ବିଦୁ୍ୟତ ଟ୍ରାନ୍ସଫର୍ମରଟି ଖୋଲା ରହିଥିବା ବେଳେ କୌଣସି ପ୍ରକାରରେ ପାଚେରୀ ଡେଇଁବା ସମୟରେ ବିକି ପରିଛା (୧୩) ନାମକ ଜଣେ ଶିଶୁ ଏହି ବିଦୁ୍ୟତ ସ୍ପର୍ଶରେ ଆସିଥିଲା । ଫଳରେ ସେଠାରେ ସେ ତଳେ ପଡିଯାଇଥିଲା । ତାର ସାଙ୍ଗମାନେ ତାକୁ ଅଚେତ ଅବସ୍ଥାରେ ତୁରନ୍ତ ଘରକୁ ନେଇଯାଇଥିଲେ । ସେଠାରୁ ତାକୁ ନିକଟସ୍ଥ ମେହେତା ନର୍ମିଂ ହୋମ କୁ ଅଣାଯାଇଥିଲା । ଡାକ୍ତର ନାବଳକଟିକୁ ମୃତ ଘୋଷଣା କରିଥିଲେ । ନାବାକଟିର ବାପା ଭିମସେନ ପରିଛା ଖଣ୍ଡବନ୍ଧର ଏକ କ୍ୟାଣ୍ଟିନରେ କାର୍ଯ୍ୟ କରିଥାନ୍ତି । ସେ ଖବର ପାଇ ଘରକୁ ଆସିବା ସହ କ୍ଷତୀ ପୂରଣ ଦାବି କରି ଏ ସଂକ୍ରାନ୍ତରେ ଯୋଡା ଥାନାରେ ଏକ ଏତଲା ଦାୟର କରିଥିବା ଜଣାପଡିଛି । ସୂଚନା ଯୋଗ୍ୟରେ ପୌରପାଳିକା ଏବଂ ଉକ୍ତ ଡେକୋରେଟର ଅବହେଳା ଯୋଗୁଁ କଲ୍ୟାଣ ମଣ୍ଡପ ଭିତରେ ଟ୍ରାନ୍ସଫର୍ମରଟିରେ କୌଣସି ବାରିକେଟ ଦିଆଯାଇନାହିଁ ଏବଂ ଜେନେରେଟରଟି ମଧ୍ୟ ଖୋଲାରେ ରହିଛି । ଏହା ସହିତ କେତେକ ଅଭିଭାବକ ସେମାନଙ୍କ ପିଲାମାନଙ୍କ ଯନô ନନେଇ ଅବହେଳିତ ଅବସ୍ଥାରେ ବାହାରେ ଛାଡିଦେଉଥିବାରୁ ସେମାନେ ବିଭିନ୍ନ ନିଶା ସେବନର ବଶବର୍ତ୍ତି ହେବା ସହ ଯୋଡା ବସ୍ ଷ୍ଟାଣ୍ଡରେ ଏହି ହାଡ ଭଙ୍ଗା ଶୀତରେ ଘରକୁ ନଯାଇ ମଧ୍ୟ ବାହାରେ ଶୋଇ ରାତ୍ରୀ ବିତାଉଥିବା ଦେଖିବାକୁ ମିଳିଛି । ଅଭିଭାବକଙ୍କ ଅସଚେତନତା କାରଣରୁ ଏଭଳି ଦୁର୍ଘଟଣାରେ ଘଟୁଥିବା ନେଇ ସାଧାରଣରେ ଆଲଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.