Home ଓଡ଼ିଶା ୧୦ଦଫା ଦାବିନେଇ ଠିକାଦାରଙ୍କ ଆନ୍ଦୋଳନ ତେଜିଲା, ତୁରନ୍ତ ଦାବିପୂରଣ ନ ହେଲେ ଉନ୍ନୟନ କାର୍ଯ୍ୟକୁ ବନ୍ଦକରିଦିଆ...

୧୦ଦଫା ଦାବିନେଇ ଠିକାଦାରଙ୍କ ଆନ୍ଦୋଳନ ତେଜିଲା, ତୁରନ୍ତ ଦାବିପୂରଣ ନ ହେଲେ ଉନ୍ନୟନ କାର୍ଯ୍ୟକୁ ବନ୍ଦକରିଦିଆ ଯିବାର ଧମକ

130

ମାଲକାନଗିରି, ୪ା୧୧(ଓଡିଆ ପୁଅ ) ରାଜ୍ୟସରକାର ଠିକାଦାରଙ୍କ ମାନଙ୍କ ଉପରେ ବାଲି, ଗୋଡି, ଚିପ୍ସ, ବୋଲ୍ଡର, ମୋରମ, ଫଥର ର ରଏଲ୍ଟି ସହ ତାର ମୂଲ୍ୟର ବୋଝ ଲଦି ଦେଇଥିବାରୁ ସମଗ୍ର ଠିକାଦାର ମହଲରେ ଏହାକୁ ବିରୋଧ କରି ଆନ୍ଦୋଳନର ପନ୍ଥାଅବଲମ୍ବନ କରିବା ପାଇଁ ନିଷ୍ପତି ନେଇଛନ୍ତି। ୧୦ଦଫା ଦାବିନେଇ ନିଖିଳ ଓଡିଶା ଠିକାଦାର ମହାସଂଘ ର ଆହ୍ୱାନକ୍ରମେ ମାଲକାନଗିରି ବ୍ରାହ୍ମଣ ସମାଜ ସଭାଗୃହରେ ମାଲକାନଗିରି ଜିଲ୍ଲା ଠିକାଦାର ସଂଘ ସଭାପତି ପ୍ରଫୁଲ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳିନ ବୈଠକ ସହିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଟିତ ହୋଇ ଯାଇଛି। ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଉନ୍ନତମାନର ଆବଶ୍ୟକିୟ ପରିମାଣର ବାଲି, ଚିପ୍ସ, ମେଟାଲ ମୋରମ ମିଳୁନଥିବା ବେଳେ ନିର୍ମାଣ ସାମଗ୍ରୀ ଗୁଡିକର ରୟଲ୍ଟି ସହ ତାହାର ମୂଲ୍ୟଦେବାକୁ ପଡିବବୋଲି ସରକାର ଠିକାଦାର ଙ୍କ ଉପରେ ବୋଝ ଉପରେ ନଳିତାବିଡା ଲଦି ଦେଉଛନ୍ତି। ମାଓପ୍ରବଣ ଅଞ୍ଚଳରେ ଜୀବନକୁ ବାଜିଲଗାଇ ରାସ୍ତାଘାଟ, ପୋଲ, ଘର ଆଦି ନିର୍ମାଣ କାମକରୁଥିବା ଠିକାଦାରଙ୍କ ପାଇଁ ଏହା ଅନ୍ୟାୟ, ତୁରନ୍ତ ଏହାକୁ ପ୍ରତ୍ୟାହାର କରାନଗଲେ ଆଗାମି ଦିନରେ ଆନ୍ଦୋଳନର ପନ୍ଥା ଅବଲମ୍ବନ କରାଯିବାସହିତ ନିଖିଳ ଓଡିଶା ଠିକାଦାର ସଂଘକୁ ସମର୍ଥନ ଜଣାଇ ରାଜ୍ୟ ସରକାର ତୁରନ୍ତ ୧୦ଦଫା ଦାବିପୁରଣ ନକଲେ ଜିଲ୍ଲାର ସମସ୍ତ ଠିକାଦାରମାନେ ଉନ୍ନୟନ କାର୍ଯ୍ୟବନ୍ଦ କରିଦେବେ ବୋଲି ନିଷ୍ପତି ନେଇଛନ୍ତି। ଦାବିଗୁଡିକ ମଧ୍ୟରେ ମୁଖ୍ୟତ ୨୦୧୪ର ସ୍ଥିରିକୃତ ସିଡ୍ୟୁଲ ରେଟର ୨୦୧୯ ମୂଲ୍ୟଭିତ୍ତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାଣ୍ଡାର୍ଡ ଡାଟା ବୁକ ଓ ଟେଣ୍ଡରର ନିୟମାବଳୀର ତୁରନ୍ତ ପ୍ରଚଳନ, ଓଡିଶା ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ -୧୪.୯୯ର ସପବର୍ଣ୍ଣ ପ୍ରତ୍ୟାହର, ହାଇକୋର୍ଟର ନିର୍ଦ୍ଦେଶ କ୍ରମେ ବର୍ଦ୍ଧିତ ମୂଲ୍ୟ ପ୍ରାପ୍ୟ ପ୍ରଦାନ, ଶ୍ରମିକ ମଜୁରୀର ଉଚିତ ନିର୍ଦ୍ଧାରଣ ଓ ଠିକାଦାରଙ୍କୁ ପ୍ରାପ୍ୟ ପ୍ରଦାନ, ତେଲେଙ୍ଗାନା ସରକାରଙ୍କ ପରି ଜିଏସଟି ପାଇଁ ଅଧିକ ୧୦ପ୍ରତିଶତ ପ୍ରଦାନ, ଲାଇସେନ୍ସ କ୍ଷମତା ଅନୁଯାଇ କାର୍ଯ୍ୟାଦେଶ, ପୂର୍ବ ବ୍ୟବସ୍ଥା ଅନୁଯାଇ ସଂଚୟପତ୍ର ମାଧ୍ୟମରେ ସିକ୍ୟୁରିଟ ପ୍ରଦାନ, ବ୍ୟବସ୍ଥା ନଥାଇ ନିର୍ମାଣ ସାମଗ୍ରୀ ପରିବହନ ସମୟରେ ଅନୁମତି ପତ୍ର ଓ ରୟାଲ୍ଟି ରସିଦ ଦାଖଲର ନିର୍ଦ୍ଦେଶକୁ ତୁରନ୍ତ ପ୍ରତ୍ୟାହର କରିବା ପାଇଁ ଦାବି ରହିଛି। ଏହି ଦାବିଗୁଡିକ ରାଜ୍ୟସରକାର ତୁରନ୍ତ ପୁରଣ ନକଲେ ଆଗାମି ଦିନରେ ଜିଲ୍ଲାର ଶତାଧିକ ଠିକାଦାର ମାନେ ରାଜ ରାସ୍ତାକୁ ଓହ୍ଲାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାସହିତ ଉନ୍ନୟମମୁଳକ କାର୍ଯ୍ୟଗୁଡିକୁ ବନ୍ଦକରିଦେବେ ବୋଲି ନିଷ୍ପତି ନିଆଯାଇଛି। ଏହି ବୈଠକରେ ସ୍ୱତନ୍ତ୍ର ଶ୍ରେଣୀ ଠିକାଦାର ନବକିଶୋର ପ୍ରଧାନ, ପ୍ରଭାକର ପ୍ରଧାନ, ରବିଭୋଳ, ପି.କେ.ସ୍ୱାଇଁ, ନିମାଇପାଲ, ସନ୍ତୋଷକୁମାର ରାଉତ, ପ୍ରୀତିପାଲ ସିଂ ପ୍ରମୁଖ ଶତାଧିକ ଠିକାଦାର ଉପସ୍ଥିତ ରହି ଆଲୋଚନାରେ ଭାଗନେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.