Home ଓଡ଼ିଶା ମାଲକାନଗିରି ଜିଲ୍ଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ଯୋଗୁ ୬ବର୍ଷର ଶିଶୁର ମୃତ୍ୟୁ

ମାଲକାନଗିରି ଜିଲ୍ଲାରେ ଆମ୍ବୁଲାନ୍ସ ସେବା ବିପର୍ଯ୍ୟସ୍ତ, ଆମ୍ବୁଲାନ୍ସ ପହଁଚିବାରେ ବିଳମ୍ବ ଯୋଗୁ ୬ବର୍ଷର ଶିଶୁର ମୃତ୍ୟୁ

95

ମାଲକାନଗିରି, ୪ା୧୧(ଓଡିଆ ପୁଅ ) ରାଜ୍ୟ ସରକାର ଙ୍କ ୫-ଟି ଓ ମୋ ସରକାର ଯୋଜନା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ପ୍ରହସନ ପାଲଟିଛି। ତାହାର ଜ୍ୱଳନ୍ତ ପ୍ରମାଣ ମାଲକାନଗିରି ଜିଲ୍ଲାସ୍ୱାସ୍ଥ୍ୟ ବିଭାଗରୁ ହିଁ ଦେଖିବାକୁ ମିଳିଛି। ଗରିବ ଲୋକଙ୍କୁ ମାଗଣାରେ ସମସ୍ତପ୍ରକାର ସ୍ୱାସ୍ଥ୍ୟସେବା ସରକାର ଯୋଗାଇ ଦେଉଛନ୍ତି ବୋଲି ମନ୍ତ୍ରୀ, ନେତା, ସଚିବ ଙ୍କ ଠାରୁ ଆରମ୍ଭ କରି ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଡିଣ୍ଡିମ ପିଟୁଥିବା ବେଳେ ଜଣେ ଗରିବ ଆଦିବାସୀ ବ୍ୟକ୍ତିଙ୍କର ଏକ ମାତ୍ର ପୁଅ ଠିକ ସମୟରେ ଆମ୍ବୁଲାନ୍ସ ସେବା ନପାଇ ମୃତ୍ୟୁଘଟିବା ଘଟଣା ସମଗ୍ର ମାଲକାନଗିରି ଜିଲ୍ଲାରେ ସ୍ୱାସ୍ଥ୍ୟବିଭାଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଜନସାଧରଣ। ଏମିତି ଏକ ଦୁଃଖଦାୟକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ହସପିଟାଲରେ। ମାଲକାନଗିରି ଜିଲ୍ଲାସଦର ମହକୁମା ଏଜୁକେସନ କୋଲନୀ ର କୁମର ଜାନୀ ଙ୍କ ଏକମାତ୍ର ୬ବର୍ଷର ଶିଶୁପୁତ୍ର ରୋହିତ ଜାନୀ ଶୁକ୍ରବାର ଦିନ ସକାଳେ ଅସୁସ୍ଥ ହୋଇପଡିବାରୁ ତାକୁ ପରିବାର ଲୋକେ ମାଲକାନଗିରି ଜିଲ୍ଲାସଦର ମହକୁମା ହସପିଟାଲକୁ ଚିକିତ୍ସା ନିମନ୍ତେ ନେଇଥିଲେ। ହସପିଟାଲରେ ଚିକିତ୍ସା ହେବାପରେ ସେ ସୁସ୍ଥ ନହେବାରୁ ଡାକ୍ତର ଉଚ୍ଚତର ଚିକିତ୍ସା ନିମନ୍ତେ ଶନିବାର ଅପରାହ୍ନ ୪ଟାରେ କୋରାପୁଟ ହସପିଟାଲକୁ ରେଫର କରିଦେଇଥିଲେ। କୁମର ଜଣେ ଅତ୍ୟନ୍ତ ଗରିବ ଦିନମଜୁରୀଆ ଗରିବ ଆଦିବାସୀ ବ୍ୟକ୍ତି ହୋଇଥିବାରୁ ତା ନିକଟରେ ଟଙ୍କା ନଥିବାରୁ ଗାଡି କରି କୋରାପୁଟ ତା ପକ୍ଷେ ନେବା ସମ୍ଭବ ନୁହଁ ବୋଲି କହିବାରୁ ଡାକ୍ତର ଖାନା କର୍ତୁପକ୍ଷ କହିଥିଲେ ୧୦୮ ଆମ୍ବୁଲାନ୍ସ କୁ ଫୋନକର ମାଗଣାରେ କୋରାପୁଟ ଡାକ୍ତରଖାନା କୁ ନେଇ ଯିବ। ସାଥିରେ ଯାଇଥିବା ଗାଁର ଜଣେ ଯୁବକ ଦିନ୪ଟାରେ ୧୦୮ଆମ୍ବୁଲାନ୍ସ କୁ ଫୋନ କରିବା ପରେ ଘଣ୍ଟାଏ ବିଳମ୍ବରେ ଗୋଟିଏ ଆମ୍ବୁଲାନ୍ସ ହସପିଟାଲରେ ପହଁଚି ଗାଡି ସାଇଡ କରୁଛି କହି ପଳାଇଥିଲା। ପୁଣି ଥରେ ଫୋନ କରିବାରୁ ଆଉ ଗୋଟିଏ ଆମ୍ବୁଲାନ୍ସ ଆସି ସେ ଶିଶୁକୁ ନନେଇ ଅନ୍ୟ ଜଣେ ରୋଗୀଙ୍କୁ କୋରାପୁଟ ନେଇଥିଲା। ଆମ୍ବୁଲାନ୍ସ କୋରାପୁଟ ଯାଉଛି ଜାଣିବା ପରେ ଡ୍ରାଇଭରକୁ ବହୁତ କାକୁତି ବିନତି ହୋଇ କୁମର ଜାନୀ କହିଥିଲା ମୋ ପୁଅକୁ ଟିକଏ କୋରାପୁଟ ନେଇଯାଅ, ହେଲେ ଆମ୍ବୁଲାନ୍ସ ଡ୍ରାଇଭର ଅନ୍ୟକାହିରି କୁ ନେଇ ହେବନାହିଁ ବୋଲି ରୋକ ଠୋକ ଭାବେ ମନାକରିଦେଇ ଜଣେ ରୋଗୀକୁ ଧରି କୋରାପୁଟ ପଳାଇଥିଲା। ଏମିତି ବେଳକୁ ବେଳ ଶିଶୁଟି ଅସୁସ୍ଥ ହୋଇପଡୁଥିବାରୁ ବାପା କୁମର ଓ ମା ଦନେଇ ଜାନୀ ଦୁଃଖରେ କାନ୍ଦି ହସପିଟାଲ ବାରଣ୍ଡାରେ ଶିଶୁଟିକୁ ଧରି ଦିନ୪ଟା ଠାରୁ ରାତ୍ର୯ଟା ପର୍ଯ୍ୟନ୍ତ ରହିଥିବାର ଦେଖି ପାଖରେ ଥିବା ଜଣେ ଯୁବକ ଆଉଥରେ ୧୦୮ ଆମ୍ବୁଲାନ୍ସ କୁ ଫୋନ କରିବାରୁ ଅନ୍ୟ ଏକ ୧୦୮ ଆମ୍ବୁଲାନ୍ସ ଆସି ରାତ୍ର୧୦ଟାରେ ଶିଶୁଟି କୁ କୋରାପୁଟ ହସପିଟାଲକୁ ନେଇଥିଲା। କୋରାପୁଟ ହସପିଟାଲରେ ଆମ୍ବୁଲାନ୍ସ ପହଁଚିଲା ବେଳକୁ ରାତ୍ର୨ଟା ହୋଇ ଯାଇଥିଲା। ସେଠାରେ ପହଁଚିବା ପରେ ଡାକ୍ତର ଶିଶୁଟିର ଚିକିତ୍ସା ଆରମ୍ଭ କରିଦେଇଥିଲେ। ହେଲେ ଶିଶୁ ଟିକୁ ବଞ୍ଚାଇପାରିନଥିଲେ। ରାତ୍ର ୩ଟା ୩୦ ଶିଶୁଟିର ମୃତ୍ୟୁ ଘଟିଥିଲା। କୋରାପୁଟ ଡାକ୍ତରଖାନାକୁ ନେବାରେ ବିଳମ୍ବ ହେବାରୁ ଶିଶୁଟିର ମୃତ୍ୟୁ ହେଲା ବୋଲି ଚିକିତ୍ସା କରୁଥିବା ଡାକ୍ତର ଶିଶୁଟିର ବାପା କୁମର ଜାନିକୁ କହିଥିଲେ। ୨ଟି ଝିଅ ପରେ କେତେ ଠାକୁରଙ୍କୁ ଡାକି ଓଷା ବ୍ରତ କରି ପୁଅଟିଏ ହୋଇଥିଲା, ତାକୁ ଗେଲବସରରେ ବଢାଇ ଥିଲେ, ସେ ବାପା ମାଙ୍କର ଏକଇର ବଳା ବିଶିକେଶନ ଥିଲା। ହେଲେ ତାକୁ ବଞ୍ଚାଇ ପାରିନଥିବାରୁ ବାପା କୁମର ଓ ମା ଦନେଇ ଜାନୀ ମୁଣ୍ଡପିଟି କାନ୍ଦିଥିଲେ। କୋରାପୁଟ ରୁ ଶିଶୁଟିର ମୃତଶରୀର ଆଣିବା ପାଇଁ କିଛି ଗାଡି ନମିଳିବାରୁ ଜଣେ ବଦାନ୍ୟ ବ୍ୟକ୍ତି ଙ୍କ ଅନୁରୋଧ କ୍ରେମ ବହୁକଷ୍ଟରେ ହସପିଟାଲରୁ ଶବବାହକ ଗାଡିଟିଏ ପଠାଇଥିଲେ। ୨୫୦୦ଟଙ୍କା ଜଣେ ବ୍ୟକ୍ତିଠାରୁ ଧାର କରିଦେବା ପରେ ଶବବାହକ ଗାଡିଟି ମୃତ ଶିଶୁଟିକୁ ମାଲକାନଗିରି କୁମର ଜାନୀଙ୍କ ଘରେ ଆଣି ଗତକାଲି ଅପରାହ୍ନରେ ପହଁଚାଇଲା ପରେ ପରିବାର ଲୋକେ ଓ ଗ୍ରାମବାସୀମାନେ ଶୋକାକୁଳ ପରିବେଶ ମଧ୍ୟରେ ଶିଶୁଟିର ଶବସଂସ୍କାର କରିଛନ୍ତି। ମାଲକାନଗିରି ହସପିଟାଲ ବାରଣ୍ଡାରେ ଦିନ୪ଟା ଠାରୁ ରାତ୍ର ୧୦ଟା ପର୍ଯ୍ୟନ୍ତ ଆମ୍ବୁଲାନ୍ସ କୁ ଜଗି ଜଗି କୋରାପୁଟ ଯିବାରେ ବିଳମ୍ବ ହେବାରୁ ଶିଶୁଟିର ମୃତ୍ୟୁ ଘଟିଛି, ଏଥିପାଇଁ ମାଲକାନଗିରି ହସପିଟାଲ କର୍ତ୍ତୃପକ୍ଷ ଓ ଦିନ୪ଟାରେ ଫୋନକରିଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ହିଁ ଦାୟୀ ବୋଲି କୁମାର ଜାନୀ ଅଭିଯୋଗ କରିଛନ୍ତି। ଏ ସଂପର୍କରେ ଆମେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ ଡା ଅଜୟକୁମାର ବୈଠାରୁଙ୍କୁ ପଚାରିବାରୁ ସେ ଏହାକୁ ହାଲକା ଭାବେ ଗ୍ରହଣ କରି କହିଥିଲେ ୧୦୮, ୧୦୨ ଆମ୍ବୁଲାନ୍ସ ଆମହାତରେ ନାହିଁ, ଏହା ଭୁବନେଶ୍ୱର ଠାରେ ଥିବାରୁ ଫୋନ ଗଲେ ଡ୍ରାଇଭର କେତେବେଳେ ଆସୁଛି କିଛି ଜଣାପଡୁନାହିଁ। ସେ ଗାଡି ନମ୍ବର ଜଣାଇଲେ ଆମେ ଡ୍ରାଇଭର ଉପରେ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରିବାପାଇଁ ଭୁବନେଶ୍ୱରକୁ ଲେଖିବୁ ବୋଲି କହି ଥିଲେ।୧୦୮ ଆମ୍ବୁଲାନ୍ସ ସେବା ସଂସ୍ଥାର କଂଟ୍ରୋଲ ରୁମ ଓ ଅଫିସ ସୁଦୂର ଭୁବନେଶ୍ୱର ଠାରେ ଥିବାରୁ ସେମାନଙ୍କର ମାଲକାନଗିରି ଜିଲ୍ଲାପ୍ରତି ଗୁରୁତ୍ୱ ଦେଉନଥିବାର ଜଣାପଡିଛି। ଏହି ଆମ୍ବୁଲାନ୍ସ ସେବା ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ଅଧିନରେ ନଥିବାରୁ ଜିଲ୍ଲାସ୍ୱାସ୍ଥ୍ୟ ବିଭାଗ ମଧ୍ୟ ଟାଳଟୁଳା ନୀତି ଅବଲମ୍ବନ କରୁଥିବାର ସାଧରଣ ରୋଗୀମାନେ ହଇରାଣ ହେଉଛନ୍ତି। ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍ୱାସ୍ଥ୍ୟସେବାକୁ ଅଧିକ ଗୁରୁତ୍ୱଦେଇ ମାଗଣାରେ ରୋଗୀଙ୍କ ଚିକିତ୍ସାବ୍ୟବସ୍ଥା କରା ଯାଉଛି ବୋଲି କେନ୍ଦ୍ର ଓ ରାଜ୍ୟସରକାର ଡିଣ୍ଡିମ ପିଟୁଥିବାବେଳେ ଆନ୍ଧ୍ର ଛତିଶଗଡ ସୀମାନ୍ତ ଆଦିବାସୀ ଅଧ୍ୟୁଷିତ ମାଓପ୍ରବଣ ମାଲକାନଗିରି ଜିଲ୍ଲାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ବିଶେଷ କରି ପ୍ରସୂତୀ ମହିଳା ଓ ଶିଶୁଙ୍କ ପାଇଁ ୧୦୨ ଓ ଅନ୍ୟାନ୍ୟ ରୋଗୀଙ୍କ ପାଇଁ ୧୦୮ ଆମ୍ବୁଲାନ୍ସର ସେବା ଠିକ ଭାବେ ମାଲକାନଗିରି ଜିଲ୍ଲାବାସୀ ପାଇପାରୁ ନାହାଁନ୍ତି, ୧୦୮ କିମ୍ବା ୧୦୨ କୁ ଫୋନକଲେ ଅଧିକାଂଶ ସମୟରେ କେହି ଫୋନ ଉଠାଉନଥିବାର ଅଭିଯୋଗ ହେଉଛି, କେତେ ବେଳେ କେମିତି ଫୋନ ଉଠାଇଲେ ତାହା ମଧ୍ୟ ଠିକ ସମୟରେ ରୋଗୀ ନିକଟରେ ଆମ୍ବୁଲାନ୍ସ ପହଁଚିପାରୁ ନାହିଁ, ଏହି ଦୁଇଟି ଆମ୍ବୁଲାନ୍ସର କଂଟ୍ରୋଲରୁମ ଭୁବନେଶ୍ୱର ହୋଇଥିବାରୁ ପ୍ରଥମେ ସେଠାକୁ ଫୋନ ଯାଇଥାଏ, ପରେ ସେଠାରୁ ଆମ୍ବୁଲାନ୍ସ ଡ୍ରାଇଭର ନିକଟକୁ ଫୋନ ଆସିଥାଏ, ୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାକୁ ଜିଲ୍ଲାହେଡକ୍ୱାର୍ଟରରେ କଂଟ୍ରୋଲ ରୁମ କିମ୍ବା ସ୍ଥାନୀୟ ଡାକ୍ତରଖାନା ସହିତ ଯୋଗା ଯୋଗର ବ୍ୟବସ୍ଥା କରା ଗଲେ ଗାଁ ଗହଳର ଅନେକ ରୋଗୀ ଠିକ ଭାବେ ସ୍ୱାସ୍ଥ୍ୟସେବା ପାଇପାରନ୍ତେ। ଆମ୍ବୁଲାନ୍ସ ନପାଇ ରୋଗୀଙ୍କର ମୃତ୍ୟୁଘଟନ୍ତାନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.