Home ଓଡ଼ିଶା ୧୦ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିଲା, ୫୬୭୪ ଜଣ ଛାତ୍ର ଛାତ୍ରୀ ୨୯ଟି କେନ୍ଦ୍ରରେ ମାଟ୍ରୀକ...

୧୦ଟି ନୋଡାଲ ସେଣ୍ଟରରେ ପ୍ରଶ୍ନପତ୍ର ପହଁଚିଲା, ୫୬୭୪ ଜଣ ଛାତ୍ର ଛାତ୍ରୀ ୨୯ଟି କେନ୍ଦ୍ରରେ ମାଟ୍ରୀକ ପରୀକ୍ଷା ଦେବେ

114

ମାଲକାନଗିରି, ୧୪। ୨(ଓଡିଆ ପୁଅ ) ଆସନ୍ତା ଫେବୃୟାରୀ ମାସ ୧୯ ତାରିଖରୁ ମାଟ୍ରୀକ ପରୀକ୍ଷା ଆରମ୍ଭ ହେବାକୁ ଯାଉଥିବାରୁ ଜିଲ୍ଲା ଶିକ୍ଷା ବିଭାଗ ସମ୍ମିଳନୀ କକ୍ଷରେ ଶେଷ ପ୍ରସ୍ତୁତି ବୈଠକ। ଜିଲ୍ଲା ଶିକ୍ଷା ଅଧିକାରୀ ରମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମାଟ୍ରୀକ ପୁରୀକ୍ଷା ସୁପରିଚାଳନା ନିମନ୍ତେ ଜିଲ୍ଲାର ୨୯ଟି ପରୀକ୍ଷା କେନ୍ଦ୍ରର ସୁପରିଟେଣ୍ଡେଣ୍ଟମାନଙ୍କୁ ନେଇ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଥିଲା।

ଏହି ବୈଠକରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ କୃଷ୍ଣଚନ୍ଦ୍ର ବେବର୍ତ୍ତା, ମାଲକାନଗିରି ବ୍ଲକ ଶିକ୍ଷାଅଧିକାରୀ ହିମାଶୁଂ ଶେଖର ସମର୍ଥ, ପଡିଆ ବ୍ଲକ ଶିକ୍ଷା ଅଧିକାରୀ ଚିତ ରଂଜନ ପାଣ୍ଡେ, କାଲିମେଳା ବ୍ଲକ ଅତିକ୍ତ ଶିକ୍ଷା ଅଧିକାରୀ ଅସିତ ମିସ୍ତ୍ରୀ ପ୍ରମୁଖ ଯୋଗଦେଇ ପରୀକ୍ଷାରେ କପି ରୋକିବା ଓ ସୁପରିଚାଳନା ନେଇ ଆଲୋଚନା କରିଥିଲେ। ଜିଲ୍ଲାର ୨୯ଟି ପରୀକ୍ଷା କେନ୍ଦ୍ରର ପ୍ରଶ୍ନପତ୍ର ମାଲକାନଗିରି, କାଲିମେଳା, ପଡିଆ, ଏମଭି୭୯, ଓରକେଲ, ଚିତ୍ରକୋଣ୍ଡା, ଗୁମ୍ମା, ମୁଦୁଲିପଡା, ମାଥିଲି, ଗୋବିନ୍ଦପାଲି ୧୦ଟି ଥାନାରେ ହୋଇଥିବା ନୋଡାଲ ସେଂଟରରେ ପହଁଚି ଯାଇଛି। ୧୦ଟି ନୋଡାଲ ସେଣ୍ଟରରେ ୧୦ଜଣ ନୋଡାଲ ଅଫିସର ଓ ୧୦ଜଣ ଡେପୁଟି ନୋଡାଲ ଅଫିସରଙ୍କୁ ପ୍ରଶ୍ନପତ୍ର ସେଣ୍ଟର ଗୁଡିକରେ ପୁଲିସ ସୁରକ୍ଷା ସହ ପହଁଚାଇବାର ଦାଇତ୍ୱ ଦିଆଯାଇଛି।

ପରୀକ୍ଷାରେ କପି ରୋକିବା ଓ ସୁପରିଚାଳନା ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୩୨ ଜଣ ମାଜିଷ୍ଟ୍ରେଟ, ଶିକ୍ଷାବିଭାଗରୁ ବିଇଓ, ଏବିଇଓ ୧୦ଜଣଙ୍କୁ ନିଯୁକ୍ତି କରାଯାଇଛି। ୨୯ଟି ପରୀକ୍ଷା କେନ୍ଦ୍ରରେ ପ୍ରାୟ୪୦୦ଜଣ ଶିକ୍ଷକ ଶିକ୍ଷୟତ୍ରୀ ଙ୍କୁ ପରୀକ୍ଷା ନିରିକ୍ଷକ ଭାବେ ଦାଇତ୍ୱ ଦିଆଯାଇଛି, ମାଲକାନଗିରି ଜିଲ୍ଲାର ୧୧୭ ଟି ହାଇସ୍କୁଲର ୫୬୭୪ ଜଣ ଛାତ୍ର ଛାତ୍ରୀ ଙ୍କ ପାଇଁ ଜିଲ୍ଲାର ସାତଟି ଯାକ ବ୍ଲକରେ ୨୯ଟି ପରୀକ୍ଷା କେନ୍ଦ୍ର କରାଯାଇଥିବା ବେଳେ ସ୍ୱାଭିମାନ ଅଞ୍ଚଳର ପରୀକ୍ଷାର୍ଥୀ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ୫୩୧୭ଜଣ ରେଗୁଲାର, ୨୦ଜଣ ପତ୍ରବନିମୟ, ୩୪୨ ଜଣ ଏକ୍ସ ରେଗୁଲାର, ୧୩ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ମାଲାକାନଗିରି ବ୍ଲକରେ ୬ଟି ପରୀକ୍ଷା କେନ୍ଦ୍ର, କାଲିମେଳା ବ୍ଲକରେ ୩ଟି, ପଡିଆ ବ୍ଲକରେ ୪ଟି, ଖଇରପୁଟ ବ୍ଲକରେ ୨ଟି, ମାଥିଲି ବ୍ଲକରେ ୫ଟି, କୋରକୁଣ୍ଡା ବ୍ଲକରେ ୮ଟି, ଚିତ୍ରକୋଣ୍ଡା ବ୍ଲକରେ ୧ଟି ପରୀକ୍ଷା କେନ୍ଦ୍ର ହୋଇଛି।

ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳର ପଣସପୁଟ, ପାପରମେଟଲା, ବଡପଡା, ଦର୍ଲାବେଡା, ବଡପଦର, ଆରଏସି ୬, ଆରଏସି୧୧, ଚିତ୍ରକୋଣ୍ଡା ଏସଏସଡି ଉଚ୍ଚବାଳିକା ବିଦ୍ୟାଳୟର ମୋଟ ୧୯୫ ଜଣ ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଚିତ୍ରକୋଣ୍ଡା ସରକାରୀ ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର କରାଯାଇ ସ୍ୱାଭିମାନ ଅଞ୍ଚଳର ପରୀକ୍ଷାର୍ଥୀ ମାନଙ୍କ ପାଇଁ ରହିବା, ଖାଇବା ଓ କୋଚିଂ ଦେବା ବ୍ୟବସ୍ଥା ଜିଲ୍ଲାପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭାବେ କରାଯାଇଛି। ୨୯ଟି ପରୀକ୍ଷା କେନ୍ଦ୍ରର ପ୍ରଶ୍ନପତ୍ର ଗୁଡିକୁ ସୁରକ୍ଷିତ ଭାବେ ରଖିବା ପାଇଁ ୧୦ଟି ଥାନାରେ ନୋଡାଲ ସେଣ୍ଟର କରାଯାଇ ତ୍ରୀସ୍ତରୟୀ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଚଳିତ ବର୍ଷ ପରୀକ୍ଷାରେ କପି ରୋକିବା ଓ ପରୀକ୍ଷାକୁ ସୁପରିଚାଳନା ପାଇଁ ସେଟ୍ରାଂଲ(ବୋର୍ଡ), ଜିଲ୍ଲାପ୍ରଶାସନ ଓ ଶିକ୍ଷାବିଭାଗ ତ୍ରିସ୍ତରୀୟ ସ୍କାର୍ଡ ବ୍ୟବସ୍ଥା କରା ଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.