Home ଜିଲ୍ଲା ପରିକ୍ରମା ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବ ପରିବର୍ତ୍ତନ ବାହିନୀ : ଜିଲ୍ଲାପାଳ

ଆବାସ ଯୋଜନାକୁ ତ୍ୱରାନ୍ୱିତ କରିବ ପରିବର୍ତ୍ତନ ବାହିନୀ : ଜିଲ୍ଲାପାଳ

125

ଯାଜପୁର ୧୪ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ଯାଜପୁର ଜିଲ୍ଲାରେ ବିଭିନ୍ନ ଯୋଜନାରେ ସାମିଲ ହେବାପାଇଁ ହିତାଧିକାରୀ ମାନେ ବ୍ୟାକୁଳ ହୁଅନ୍ତି। ନିୟମ ଅନୁସାରେ ହିତାଧିକାରୀ ଚିହ୍ନଟ ହୋଇ କାର୍ଯ୍ୟାଦେଶ ପତ୍ର ଦିଆଯାଏ। ଏପରିକି, ଗୋଟିଏ ଦୁଇଟି କିସ୍ତି ପଇସା ମଧ୍ୟ ହିତାଧିକାରୀଙ୍କ ଆକାଊଣ୍ଟକୁ ଯାଏ। ତେବେ ପରବର୍ତ୍ତୀ ସମୟରେ ସଂପୃକ୍ତ ହିତାଧିକାରୀ ଯୋଜନାଟିର ପୂର୍ଣ୍ଣାଙ୍ଗ ନ କରି ଅଧାପନ୍ତରିଆ ଭାବେ ପକାଇ ଦିଅନ୍ତି। ସରକାରୀ ବାବୁ ମାନେ ହିତାଧିକାରୀ ପାଖକୁ ଧାଇଁ ଧାଇଁ କେବେ କେବେ ହତାଶ ହୁଅନ୍ତି ତ କେବେ କେବେ ତରାରଖ କରୁନାହଁ ବୋଲି ଅପବାଦ ପାଇ କାରଣ ଦର୍ଶାଅ ବା ଦରମା ବନ୍ଦର ଆକ୍ରୋଶର ଶିକାର ହୁଅନ୍ତି ଉପରସ୍ଥ ହାକିମଙ୍କ ଠାରୁ।

ହିତାଧିକାରୀ କିନ୍ତୁ ଆଉ ଧରାଚ୍ଥୁଆଁ ନ ଦେଇ ପ୍ରକଳ୍ପଟିକୁ ଅଧା ରଖିଦିଏ। ଯୋଜନାର ସପଂଳତା ସେଇଠି ବିପଂଳତାର ସ୍ୱାଦ ଚାଖୁଥାଏ। ଏ ସମସ୍ୟାର ସମାଧାନ ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ନେଇଚ୍ଥି ଏକ ଅଭିନବ ପଦକ୍ଷେପ। ଜିଲ୍ଲାରେ ଥିବା କିନ୍ନର ସଂଘ ମାଧ୍ୟମରେ ବିଭିନ୍ନ ଯୋଜନାକୁ ସପଂଳ କରିବାକୁ ପ୍ରୟାସ ଆରମ୍ଭ ହୋଇଚ୍ଥି। ଜିଲ୍ଲାପାଳ ରଂଜନ କୁମାର ଦାସ କିନ୍ନର ସଂଘର ସଭାପତି କାଜଲ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ସହ ଆଲୋଚନା କରି ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ଆବାସ ଯୋଜନାରେ କିନ୍ନର ମାନଙ୍କୁ ପରିବର୍ତ୍ତନ ବାହିନୀ ନାମରେ ସାମିଲ ପାଇଁ ବ୍ୟବସ୍ଥା କରିଚ୍ଥନ୍ତି। କିନ୍ନର ମାନେ ଭାରି ସ୍ୱାଭିମାନୀ ଓ କଷ୍ଟ ସହିଷ୍ଣୁ। ସେମାନେ ନିଷ୍ଠାପର ଭାବେ ମଧ୍ୟ କାମ କରିବାର ଅନେକ ନଜିର ଅଚ୍ଥି। ବିଭିନ୍ନ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇ ମଧ୍ୟ ଯେଉଁ ବ୍ୟକ୍ତିମାନେ ଘର ବା ପାଇଖାନା କରୁ ନାହାଁନ୍ତି ସେମାନଙ୍କ ଘରକୁ ଯାଇ ଏମାନେ ବ୍ୟକ୍ତି ମାନଙ୍କୁ ବୁଝାଇବେ। ସେମାନେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ଘରଟି ପୂର୍ଣ୍ଣାଙ୍ଗ କରିବେ ବୋଲି ଚୁକ୍ତି ପତ୍ର ଗୃହ କର୍ତ୍ତା ବା କର୍ତ୍ତିଙ୍କ ଠାରୁ ଆଣିବେ। ନିର୍ଦ୍ଧାରିତ ସମୟ ମଧ୍ୟରେ ପୁନଶ୍ଚ କିନ୍ନର ମାନେ ସେହି ଘରକୁ ପରିଦର୍ଶନ କରି ଅଗ୍ରଗତି ଦେଖିବେ। କାମ ହୋଇ ନଥିଲେ କିନ୍ନର ମାନେ ସଂପୃକ୍ତ ହିତାଧିକାରୀଙ୍କୁ ବିଭିନ୍ନ ସାମାଜିକ ଲଜ୍ୟା ମାଧ୍ୟମରେ ଗୃହ ନିର୍ମାଣ ତୁରନ୍ତ ପୂର୍ଣ୍ଣାଙ୍ଗ ପାଇଁ ବାଧ୍ୟ କରିବେ ବୋଲି ଜିଲ୍ଲାପାଳ ଶ୍ରୀ ଦାସ ସୂଚନା ଦେଇଚ୍ଥନ୍ତି। ଆମେ ଜିଲ୍ଲା କାର୍ଯ୍ୟାଳୟ ଠାରୁ ବ୍ଳ୍‌କ କାର୍ଯ୍ୟାଳୟ ମାନଙ୍କରେ ୱାଲ ଅପଂ ପେଂମ ଓ ସେମ୍ ଅର୍ଥାତ୍ ପ୍ରଶଂସା ଓ ଲଜ୍ୟା ନାମରେ ଦୁଇଟି ପଂଳକ ପ୍ରସ୍ତୁତ କରି ଭଲ କାମ କରୁଥିବା ଓ ଭଲ କାମ କରୁ ନଥିବା ଅଧିକାରୀ, କର୍ମଚାରୀଙ୍କ ନାମ ଠିକଣା ଲଗାଇବାର ବ୍ୟବସ୍ଥା କରିଚ୍ଥୁ। ଏହା ପ୍ରତ୍ୟେକ ଅଧିକାରୀ ଓ କର୍ମଚାରୀ ବୃନ୍ଦ ସେମାନଙ୍କ ପ୍ରଦର୍ଶନରେ ଉନ୍ନତି ଘଟାଇବାରେ ସହାୟକ ହୋଇଚ୍ଥି। ସେହିପରି କିନ୍ନର ମାନଙ୍କ ସହଯୋଗ ପାଇ ଏହି ଅଭିନବ ବ୍ୟବସ୍ଥା ବେଶ୍ ସପଂଳ ହେବ ବୋଲି ଜିଲ୍ଲାପାଳ ଆଶା ବ୍ୟକ୍ତ କରିଥିଲେ। ଏହି ଯୋଜନା ସହ ଅନ୍ୟାନ୍ୟ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ମଧ୍ୟ ପରିବର୍ତ୍ତନ ବାହିନୀ ଅନୁରୂପ ଭାବେ ଲାଗୁ କରାଯାଇପାରେ ବୋଲି ସୂଚନା ଦେଇଥିଲେ। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ପରିବର୍ତ୍ତନ ବାହିନୀ ନାମରେ ଗଠିତ ଏହି କିନ୍ନର ମାନଙ୍କୁ ଜିଲ୍ଲାପାଳ ପରିଚୟ ପତ୍ର ପ୍ରଦାନ କରିଥିଲେ। କିନ୍ନର ସଂଘର ସଭାପତି କାଜଲ କିନ୍ନର ମାନଙ୍କୁ ସାମାଜିକ ମୁଖ୍ୟ ସ୍ରୋତରେ ସାମିଲ କରାଯାଉଥିବାରୁ ପ୍ରଶାସନକୁ ଧନ୍ୟବାଦ ଜଣାଇବା ସହ ସେମାନଙ୍କୁ ପ୍ରଦାନ କରାଯାଇଥିବା ଦାୟିତ୍ୱକୁ ନିଷ୍ଠାର ସହ ପାଳନ କରି ସପଂଳତା ହାସଲ କରିବେ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଏ.ପି.ଡି. ସୋହନା ବେଗମ୍‌, ମଧୁମିତା ପୃଷ୍ଟି, , ପଞ୍ଚାୟତ ଅଧିକାରୀ ଅଶୋକ କୁମାର ସେଠୀ, ଜଳ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ ଅମୀୟ ପରିଜା ପ୍ରମୁଖ ଊପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.