Home ଓଡ଼ିଶା ୧ଲକ୍ଷ ଟଙ୍କା ଜବତ

୧ଲକ୍ଷ ଟଙ୍କା ଜବତ

256

ସମ୍ବଲପୁର, ୧୯ା୪(ଓଡ଼ିଆ ପୁଅ)-ସମ୍ବଲପୁରରେ ନିର୍ବାଚନ ଆଚରଣ ବିଧି ଲାଗୁ ରହିଥିବା ବେଳେ ଧନୁପାଲି ଛକରେ ଏକ କାର୍ ରୁ ୧ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ଟଙ୍କା କ୍ଷେତରାଜପୁର ଅଞ୍ଚଳର ଦୀପକ ଅଗ୍ରୱାଲଙ୍କ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ବଲପୁର ଜିଲ୍ଲା ଧମା ଥାନା ଅନ୍ତର୍ଗତ ବଡଗାଁ ମାଁ ସମଲେଇ ଆଗ୍ରୋ ପ୍ରଡକ୍ଟର ମାଲିକ ନିଜ ରାଇସ୍ ମିଲ୍ ର କର୍ମଚାରୀଙ୍କୁ ଟଙ୍କା ଦେବା ପାଇଁ ଏକ କାର୍ ଯୋଗେ ଗତ ୧୮ତାରିଖ ସନ୍ଧ୍ୟା ୭ଟାରେ ଟଙ୍କା ନେଇ ଯାଉଥିବା ବେଳେ ଫ୍ଲାଇଂସ୍କାର୍ଡ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ କାର୍ ରୁ ୧ଲକ୍ଷ ଟଙ୍କା ଜବତ ହୋଇଛି। ଏନେଇ ଏକ ମାମଲା ରୁଜୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.