Home ଖେଳ ୟୁଥ୍ କନେକ୍ଟ କ୍ରିକେଟ କପରେ ଓଡ଼ଗାଁ ଏନଏସି, ପନ୍ତିଖାରି, ଭାଟସାହି ଓ ବିରୁଡ଼ା ବିଜୟୀ

ୟୁଥ୍ କନେକ୍ଟ କ୍ରିକେଟ କପରେ ଓଡ଼ଗାଁ ଏନଏସି, ପନ୍ତିଖାରି, ଭାଟସାହି ଓ ବିରୁଡ଼ା ବିଜୟୀ

633

ନୟାଗଡ଼, ୯ା୨(ଓଡ଼ିଆ ପୁଅ): ନୟାଗଡ଼ ମହୋତ୍ସବ ପଡ଼ିଆରେ ଚାଲିଥିବା ୟୁଥ୍ କନେକ୍ଟ କ୍ରିକେଟ କପ୍ର ତୃତୀୟ ଦିବସରେ ଓଡ଼ଗାଁ ଏନଏସି, ପନ୍ତିଆରି, ଭାଟସାହି ଓ ବିରୁଡ଼ା ବିଜୟୀ ହୋଇଛି। ସବୁଦିନ ପରି ଆଜିର ଏହି ଖେଳରେ ୮ଟି ମ୍ୟାଚ ଭାଗ ନେଇଥିବାବେଳେ ପ୍ରଥମ ମ୍ୟାଚରେ ଓଡ଼ଗାଁ ଏନଏସି ଓ ପଣ୍ଡୁସର ପରଷ୍ପରକୁ ଭେଟିଥିବାବେେଳେ ଓଡ଼ଗାଁ ଏନଏସି ବିଜୟୀ ହୋଇଥିଲା। ସେହିପରି ଦ୍ୱିତୀୟ ମ୍ୟାଚରେ ପନ୍ତିଖାରି ଓ ବାଉଁଶସିଆପଡ଼ା ମଧ୍ୟରେ ଖେଳ ହୋଇ ପନ୍ତିଖାରୀ ବିଜୟୀ, ତୃତୀୟ ମ୍ୟଚରେ ଶରଣକୁଳର ଜହ୍ନପଦା ଓ ଭାଟସାହି ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ଭାଟସାହି ବିଜୟୀ ଓ ଶେଷ ମ୍ୟାଚରେ ବାଣ୍ଠପୁର ଓ ବିରୁଡ଼ା ମଧ୍ୟରେ ଖେଳ ଅନୁଷ୍ଠିତ ହୋଇ ବିରୁଡ଼ା ବିରୁଡ଼ା ବିଜୟୀ ହୋଇଥିଲା। ଆମ୍ପୟାରଭାବେ ଚିତରଂଜନ ଜେନା ଓ କିଶାନ ମହାପାତ୍ର ଖେଳ ପରିଚାଳନା କରିଥିଲାବେଳେ ସ୍କୋରବୋର୍ଡ କାର୍ଯ୍ୟ ତୁଲାଇଥିଲେ ଜାନୁ ଖାଁ ଏବଂ ଧାରା ବିବରଣୀ କାର୍ଯ୍ୟ ପ୍ରଦାନ କରିଥିଲେ ମୃତ୍ୟୁଞ୍ଜୟ ଦଳବେହେରା। ଖେଳରେ ମୁଖ୍ୟଅତିଥିଭାବେ ଯୋଗଦେଇଥିଲେ ବ୍ଳକ ଉପାଧ୍ୟକ୍ଷ ସୁବାସ ଚନ୍ଦ୍ର କଅଁର ଏବଂ ଅନ୍ୟତମ ଅତିଥିଭାବେ ଯୋଗଦେଇଥିଲେ ସମାଜସେବୀ ପୂର୍ଣ୍ଣଚନ୍ଦ୍ର ନାୟକ, ଘରୋଇ ବସ ମାଲିକ ସଂଘର ସଂପାଦକ ଏସ୍ କେ ୟୁସୁବ୍, ସରପଂଚ କିଶୋର ଚନ୍ଦ୍ରେ ସାହୁ ଏବଂ ଶକ୍ତିପ୍ରସାଦ ମିଶ୍ର। ଖେଳକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟ ଉତ୍କଣ୍ଠା ଦେଖାଦେଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.