Home ଜିଲ୍ଲା ପରିକ୍ରମା ଅର୍ଥ ଅଭାବରୁ ସ୍ଵାମୀଙ୍କ ମୃତ୍ୟୁ, ମିଳିଲାନି ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା

ଅର୍ଥ ଅଭାବରୁ ସ୍ଵାମୀଙ୍କ ମୃତ୍ୟୁ, ମିଳିଲାନି ଶବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନା ଟଙ୍କା

357

ଟିଟିଲାଗଡ ୮-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଉପଖଣ୍ଡ ଅନ୍ତର୍ଗତ ମୁରିବାହାଲ ବ୍ଳକ ଅଧୀନସ୍ଥ ମାଲିସିରା ଗ୍ରାମ ର ଅକ୍ଷୟ ନାଗ ନାମକ ଜଣେ ବ୍ୟକ୍ତି ଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି। ଉକ୍ତ ମୃତ ଅକ୍ଷୟ ଗୁରୁତର ଅସୁସ୍ଥ ହୋଇ ପ୍ରାୟ ତିନି ମାସ ହେଲା ନିଜ ଘରେ ପଡିରହିଥିଲେ,ତାଙ୍କ ପେଟ ଫୁଲିବା ନେଇ ତିନି ମାସ ତଳେ ପରିବାର ଲୋକେ ଡାକ୍ତର ଖାନା ନେଇଥିଲେ କିନ୍ତୁ ତାଙ୍କୁ ବଲାଙ୍ଗୀର କିମ୍ବା କଟକ ନେଇ ଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ।ଏପରିକି ତିନି ଦିନ ଡାକ୍ତର ଖାନା ରେ ଭର୍ତ୍ତି ମଧ୍ୟ ତାଙ୍କ ସ୍ତ୍ରୀ ଜେମା ନାଗ କରି ଥିଲେ। କିନ୍ତୁ ଟିଟିଲାଗଡ ଡ଼ାକ୍ତର ଖାନା ପରିସର ଅଟଲେଟ ପରୀକ୍ଷା ଗାର ରେ ୧୭ ଟଙ୍କା ର ବିଭିନ୍ନ ପ୍ରକାରର ପରୀକ୍ଷା କରି ବାହାର ଔଷଧ ଦୋକାନ ରୁ ସବୁ ଇଂଜେକସନ, ଔଷଧ କିଣି ଦେଇ ସବୁ ଅର୍ଥ ସରି ଯିବାରୁ ଓ ଟଙ୍କା ଅଭାବରୁ ବଲାଙ୍ଗୀର କିମ୍ବା କଟକ କୁ ନେଇ ନ ପାରି ଘରକୁ ଫେରି ଆସିଥିଲେ। ମୃତ ଅକ୍ଷୟ ଙ୍କ ଚାରି ବର୍ଷ ର ଝିଅ ଟିଏ ଥିବା ବେଳେ କେହି ସାହା ଭରସା ଅବା କୌଣସି ସରକାରୀ ସହାୟତା ପାଇଁ ଆବେଦନ କରି ସୁଦ୍ଧା ବି ପି ଏଲ କାର୍ଡ଼ ଅବା ସ୍ୱାସ୍ତ୍ୟ ବୀମା ଯୋଜନା କାର୍ଡ଼ ନ ଥିବାରୁ ତାଙ୍କୁ ନିରାଶ ହେବାକୁ ପଡିଥିଲା। ତେବେ ତାଙ୍କ ମୃତ୍ୟୁ ପରେ ତାଙ୍କ ସବ ସଂସ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରେ ଦୁଇ ହଜାର ଟଙ୍କା ବ୍ଲକ ଅବା ମାଲିସିରା ପଞ୍ଚାୟତ ସରପଞ୍ଚ ଙ୍କୁ ଆବେଦନ କରି ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ଆଜିକୁ ପାଞ୍ଚ ଦିନ ହେଲା ଜଣେ ଛୋଟ ଝିଅ କୁ ନେଇ ଉକ୍ତ ମହିଳା ପଂଚାୟତ ଓ ବ୍ଲକ କୁ ଧାଇଁ, ଧାଇଁ ନିରାଶ ହୋଇ ଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.