Home ଜିଲ୍ଲା ପରିକ୍ରମା ସିଆରସିସିଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ, ବିଇଓ ପାଖରେ ସୂଚନା ନାହିଁ, ଘଂଟ ଘୋଡେଇବାକୁ ପ୍ରୟାସ,...

ସିଆରସିସିଙ୍କ ବିରୁଦ୍ଧରେ ଥାନାରେ ଅଭିଯୋଗ, ବିଇଓ ପାଖରେ ସୂଚନା ନାହିଁ, ଘଂଟ ଘୋଡେଇବାକୁ ପ୍ରୟାସ, ବାରମ୍ବାରଁ ସରକାରୀ କର୍ମଚାରୀଙ୍କ ନାମରେ ଅଭିଯୋଗ

237

କୋଲାବିରା, ୯।୨ (ଓଡିଆ ପୁଅ/ନିଶିତ ବହିଦାର) କୋଲାବିରା ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧିନରେ କାର୍ଯ୍ୟରତ ସିଆରସିସି ସନ୍ତୋଷ କିସାନ ନାମରେ ଲଇକେରା ଥାନାରେ ମାଡମିଟ କରିଥିବା ନେଇ ଅଭିଯୋଗ ହୋଇଛି। ତେବେ ଲଇକେରା ଥାନା ପକ୍ଷରୁ ସଂଧ୍ୟା ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ଜଣାପଡିଛି। ଅଭିଯୋଗ ମତେ ଲଇକେରା ଥାନା ଅନ୍ତର୍ଗତ ରେଙ୍ଗାଲବେଡା ଗ୍ରାମର ଚଇତୁ କିଶାନ ସକାଲ ୭ଟା ସମୟରେ ଘରୁ ଗାଇଗୋରୁ ନେଇ ବିଳରେ ବାନ୍ଧି ଘରକୁ ଫେରୁଥିବା ବେଳେ ସନ୍ତୋଷ କିସାନ ତାକୁ ଅଟକାଇ ପୂର୍ବଦିନ ସଂଧ୍ୟାରେ କଲ୍ୟାଣ ମଣ୍ଡପ ନିର୍ମାଣକୁ ନେଇ କଣ କହୁଥିଲୁ ବୋଲି ଅସ୍ରାବ୍ୟ ଭାଷାରେ ଗାଲି ଗଲୋଜ କରିଥିଲା। ଏହାର ପ୍ରତିବାଦ କରିବାରୁ ସନ୍ତୋଷ କିଷାନ ହାତରେ ଧରିଥିବା ଏକ ଠେଙ୍ଗାରେ ଚଇତୁକୁ ମାଡ ମାରିଥିଲା। ଏପରିକି ସନ୍ତୋଷ କିଶାନ ସାଙ୍ଗରେ ଥିବା ଅନ୍ୟ ଦୁଇଜଣ ଗୈାରୀ କିଶାନ ଏବଂ ବୈଦନାଥ କିଶାନ ମଧ୍ୟ ଚଇତୁକୁ ମାଡ ମରି ଘାଏଲା କରିଥଲେ ଏହି ସମୟରେ ଚଇତୁର ପୁଅ ଭିମସେନ କିଶାନ କରିଥିବା ନେଇ ଲିଖିତ ଭାବରେ ଲଇକେରା ଥାନାରେ ଅଭିଯୋଗ ହୋଇଛି। ଏଘଟଣାକୁ ପ୍ରତ୍ୟକ୍ଷ ଭାବରେ ଗ୍ରାମର ରତନି କିଶାନ, ସୁମିତ୍ରା କିଶନ ଏବଂ ବିରଂଚି କିଶାନ ଦେଖିଥରବା ନେଇ ମଧ୍ୟ ଉକ୍ତ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ଅଭିଯୋଗ ସତ୍ୱେ ସଂଧ୍ୟା ପର୍ଯ୍ୟନ୍ତ ପୁଲିସ ପକ୍ଷରୁ କୈାଣସି ତନ୍ତ କରାଯାଇନଥିବା ଜଣାପଡିଛି। ଲାଇକେରା ଥାନାଅଧିକାରୀ ପ୍ରବୀର କେଶରୀ ତ୍ରିପାଠୀଙ୍କୁ ଘଟଣା ସଂକ୍ରାନ୍ତରେ ପଚାରିବାରୁ ଉଭୟ ପକ୍ଷକୁ ଥାନାକୁ ଡାକାଯାଇଛି ତେବେ କେହି ଆସିନାହାଁନ୍ତି ଉଭୟ ପକ୍ଷ ଆସିବା ପରେ ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଅପର ପକ୍ଷରେ ସନ୍ତୋଷ କିଶାନ କୋଲାବିରା ବ୍ଲକରେ ସିଆରସିସି ଭାବରେ କାର୍ଯ୍ୟରତ ଏବଂ ଆଜି କାର୍ଯ୍ୟଦିବସରେ ସେ ଅନୁପସ୍ଥିତ ରହିଥିଲେ ଏବଂ ଦିନ ସାରା ଲଇକେରା ଥାନାର ଚକ୍କର କାଟୁଥିଲେ। ମାତ୍ର ଏସମ୍ପର୍କରେ କୋଲାବିରା ବିଇଓ ଗିରିଧାରୀ ଭୋଇଙ୍କୁ ସାକ୍ଷାତ କରି ପଚାରିବାରୁ ସେ କହିଥିଲେ ଯେ ସନ୍ତୋଷ କିଶାନ ଛୁଟି ନେଇ ନାହଁନ୍ତି ମାତ୍ର କାର୍ଯ୍ୟସ୍ଥଳିରେ ଅଛଁନ୍ତିକି ନାହିଁ ସେକଥା କହିପାରିବେ ନାହିଁ ବୋଲି ପ୍ରକାଶ କରିଥିଲେ। ତେବେ ଜଣେ ଦଇତ୍ୱ ସମ୍ପନ୍ନ ଉଚ୍ଚପଦସ୍ଥ ଅଧିକାରୀ ଭାବରେ ବିଇଓ ଘଟଣାକୁ ଗୁରୁତ୍ୱ ସହ ନନେଇ ସିଆରସିସି କାର୍ଯ୍ୟରେ ଅଛନ୍ତି କିନାହି ସେକଥା ତର୍ଜମା କରିବା ପରିବର୍ତେ କିଛିକ୍ଷଣ ମଧ୍ୟରେ ତୁରନ୍ତ ସିଆସିସିଙ୍କୁ ଫୋନ ଯୋଗେ ଖବରକାଗଜର ପ୍ରତିନିଧି ତାଙ୍କ ବିଷୟରେ ପଚାରୁଥିବା ନେଇ ସୂଚନା ଦେଇଥିଲେ। ଏଥିରୁ ସହଯେ ଅନୁମେୟ ଯେ ନିଜ ଅଧିନସ୍ଥ କର୍ମଚାରୀଙ୍କୁ ଘଂଟ ଘୋଡେଇବାରେ ଦିଗରେ ଉପରସ୍ଥ ଅଧିକାରୀ କେତେ ତତ୍ୱର।

ପ୍ରକାଶ ଯୋଗ୍ୟ ଯେ ଉକ୍ତ ସିଆରସିସି ସନ୍ତୋଷ କିଶାନଙ୍କ ନାମରେ ଆଗରୁ ମଧ୍ୟ ତିନି ତିନିଟି ମାମଲା ବିଭାଗୀୟ ଦତନ୍ତ ନାମରେ ଗଡୁଛି। ବର୍ଷାଧିକ କାଳ ଅତିବାହିତ ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତଦନ୍ତ ନାମରେ ବିଭାଗୀୟ ଅଧିକାରୀଙ୍କ ଉଦଉସୀନତା ହେଉ କିମ୍ବା ଅନୁକମ୍ପା ହେଉ ସିଆରସିସି ମହୋଦୟଙ୍କ କାର୍ଯ୍ୟକଳାପ ଦିନକୁ ଦିନ ବଢିବାରେ ଲାଗିଛି। ସେ ନିଜକୁ ଜଣେ ରାଜନୈତିକ ଦଳର ଖାସ୍ ଲୋକ ଭାବରେ ପରିଚୟ ଦେଇ କର୍ତବ୍ୟ ପ୍ରତି ଅବହେଲା ସାଙ୍କକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ସକ୍ରୀୟ ଭୂମିକା ନିର୍ବାହ କରୁଛନ୍ତି। ମାତ୍ର ପରିତାପର ବିଷୟ ଯେ ଜିଲ୍ଲା ଶିକ୍ଷା ଅଧିକାରୀ ସମସ୍ତ ବିଷୟରେ ଅବଗତ ଥାଇ ମଧ୍ୟ ଅନୁଶାସନାତ୍ମକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପରିବର୍ତେ ପରୋକ୍ଷରେ ପ୍ରୋତ୍ସାହନ ଦେଉଥିବା ଭଲି ମନେ ହେଉଛି, କାରଣ ଜିଲ୍ଲା ଶିକ୍ଷା ଅଧିକାରୀ ମିତ୍ରଭାନୁ କଚ୍ଛପଙ୍କ ସହିତ ସିଆରସିସିଙ୍କ ମାମଲା ବିଷୟରେ ଆଗରୁ ଦୁଇଥର ପଚାରା ଯାଇଛି ହେଲେ ତାଙ୍କ ଏକମାତ୍ର ଉତ୍ର ତଦନ୍ତପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ତଦନ୍ତ କେବେ ସରିବ ସେ ବିଷୟରେ କାହାରି ପାଖରେ ସୂଚନା ନାହିଁ ଏଦିଗରେ ଉଚ୍ଚକତୃପକ୍ଷ ତଥା ଜିଲ୍ଲା ପ୍ରଶାସନ ଦୃଷ୍ଟିଦେବାର ଆବଶ୍ୟକ ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.