Home ଅନୁଗୁଳ ଚଳିତ ୩୦ ତାରିଖରେ ପାଳିତ ହେବ ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

ଚଳିତ ୩୦ ତାରିଖରେ ପାଳିତ ହେବ ମା ହିଙ୍ଗୁଳାଙ୍କ ନୂଆଖାଇ ପର୍ବ

80

ତାଳଚେର,୨୯/୮(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ନୂଆଖାଇ ପର୍ବ ତଥା ନବାନ୍ନ ପ୍ରସାଦ ଲାଗି ଚଳିତ ମାସ ୩୦ ତାରିଖ ରବିବାର ଦିନ ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ । ଏଥିନିମନ୍ତେ ତାଳଚେର ରାଜାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଗୋପାଳ ପ୍ରସାଦସ୍ଥିତ ହିଙ୍ଗୁଳା ପୀଠରେ ଅନୁଷ୍ଠିତ ହୋଇଯାଇଛି । ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ସ୍ୱଳ୍ପ ସେବକମାନଙ୍କ ଦ୍ୱାରା ପାରମ୍ପରିକ ଓ ବୈଦିକ ରୀତିନୀତି ଅନୁଯାୟୀ ମାଙ୍କ ଠାରେ ପୂଜାର୍ଚ୍ଚନା କରାଯିବା ସହ ଦିବା ୧୨ଟା ୨୭ମିନିଟରେ ନବାହ୍ନ ପ୍ରସାଦ ଲାଗି କରାଯିବ ବୋଲି ସ୍ଥିରୀକୃତ ହୋଇଥିଲା । କୋରୋନା କଟକଣା ଯୋଗୁଁ କୌଣସି ଶ୍ରଦ୍ଧାଳୁ ମନ୍ଦିରକୁ ଆସିବାକୁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ବାରଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.