Home ଜିଲ୍ଲା ପରିକ୍ରମା ୟାସ୍ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା

ୟାସ୍ ଚାଷୀଙ୍କ ଦୁର୍ଦ୍ଦଶା ବଢାଇଲା

32

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାମୁଦ୍ରିକ ଝଡ ୟାସ୍ ଛଡାଇ ନେଇଛି ଶତାଧିକ ଚାଷୀଙ୍କ ମୁହଁରୁ ହସ । ଯେଉଁ ଚାଷୀମାନେ ବ୍ୟାଙ୍କ ଋଣ ଓ ହାତ ଉଧାରି ଟଙ୍କା ଆଣି ଚାଷ କରିଥିଲେ, ସେମାନେ ଏବେ ତାହା କିଭଳି ସୁଝିବେ, ସେଇ ଚିନ୍ତାରେ ଅର୍ଦ୍ଧ ପାଗଳ ଅବସ୍ଥାକୁ ଆସିଗଲେଣି । ଏହି ଜିଲାର ଆଗରପଡା ଓ ଏହାର ଆଖପାଖ ଅଂଚଳରେ ପ୍ରାୟ ୮୦ ଭାଗ ଲୋକ ବିଭିନ୍ନ ପନିପରିବା ଚାଷ କରି ତାହା ବଜାରରେ ବିକି ପରିବାର ପ୍ରତିପୋଷଣ କରିଥାନ୍ତି । ଏଥିସହିତ ରବିଧାନ ଚାଷ କରି ମଧ୍ୟ ବେଶ୍ କିଛି ଉପାର୍ଜନ କରିଥାନ୍ତି । ଚଳିତବର୍ଷ ପାଗ ଅନୁକୂଳ ରହିଥିବାରୁ ସେମାନଙ୍କର ଚାଷ କାର୍ଯ୍ୟ ବେଶ୍ ଭଲ୍ ହୋଇଥିଲା । ସେମାନେ ଆଶା କରିଥିଲେ ଏଥର ଅଧିକ ଲାଭ ପାଇବେ ବୋଲି । ମାତ୍ର ୟାସ୍ ତାଙ୍କର ସବୁ ଆଶାକୁ ଧୂଳିସାତ କରିଦେଲା । ଏହି ଅଂଚଳର ବିଭିନ୍ନ ଗ୍ରାମର ଚାଷୀଙ୍କ ଏକର ଏକର ଜମିରେ ଯେଉଁ ଭେଣ୍ଡି, କାକୁଡି, ପୋଟଳ, ଲଙ୍କା, କଲରା, ଜହ୍ନି, ଝୁଡଙ୍ଗ ଭଳି ଚାଷ କରାଯାଇଥିଲା, ତାହା ୟାସ୍ ଉଜାଡି ଦେଇଛି । ଉତ୍ପାଦନ ପୂର୍ବରୁ ସବୁ ନଷ୍ଟ ହୋଇଯିବାର ସମ୍ଭାବନା ଏବେ ଦେଖାଦେଇଛି । ଏଣୁ ଶହ ଶହ ଚାଷୀ ଏବେ ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି । କିଭଳି ବ୍ୟାଙ୍କ ଋଣ ଓ ହାତ ଉଦ୍ଧାରି ପରିଶୋଧ କରିବେ, ସେଥିନେଇ ସରକାରୀ ସାହାଯ୍ୟକୁ ଅନାଇ ବସିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.