Home ଜିଲ୍ଲା ପରିକ୍ରମା ପ୍ରଶାସନର ସହାୟତା ଲୋଡିଲେ ଜଣେ ବନ୍ୟା ପୀଡିତ

ପ୍ରଶାସନର ସହାୟତା ଲୋଡିଲେ ଜଣେ ବନ୍ୟା ପୀଡିତ

53

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଧାରଣତଃ ସମସ୍ତେ ଜାଣନ୍ତି ସୋସିଆଲ ମିଡିଆ ଏକ ସୁସ୍ଥ ସମାଜ ପାଇଁ ଯେତିକି ଭଲ, ସେତିକି ମନ୍ଦ ମଧ୍ୟ । କିନ୍ତୁ ଏହି ସୋସିଆଲ ମିଡିଆର ଖବର ଯୋଗୁଁ ୟାସ୍ ବାତ୍ୟା ଜନିତ ବନ୍ୟା ଦାଉରେ ବେଘର ହୋଇ ଆଜିପର୍ଯ୍ୟନ୍ତ ଭୋକ ଓପାସରେ ଥିବା ୧୫ଟି ପରିବାର ସୋସିଆଲ ମିଡିଆରେ ପ୍ରଶାସନର ସହାୟତା ଲୋଡିଛନ୍ତି । ଯାହା ସୋସିଆଲ ମିଡିଆରୁ ଜାଣି କେତେକ ସ୍ୱେଚ୍ଛାସେବୀ ସଂଗଠନ ସେଠାକୁ ଯିବାର ପ୍ରୟାସ ଆରମ୍ଭ କରିଥିବାବେଳେ ପ୍ରଶାସନ ପକ୍ଷରୁ ମଧ୍ୟ ତତ୍ପରତା ପ୍ରକାଶ ପାଇଛି । ଏହିଭଳି ଘଟଣା ଘଟିଛି ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ନୟା ଧାମରା ଗ୍ରାମରେ । ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଯୋଗ ପ୍ରଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ଦୀପକ ରଂଜନ ବେହେରା ଓ ତାଙ୍କ ଗ୍ରାମର ପ୍ରାୟ ୧୫ଟି ପରିବାର ୟାସ୍ ର ମାଡରେ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କର ଘରଦ୍ୱାର ଭାଙ୍ଗିଯାଇଥିବାବେଳେ ତାଙ୍କ ଗ୍ରାମ ଏବେବି ପାଣିଘେରରେ ରହିଛି । ସେମାନେ ଆଜିପର୍ଯ୍ୟନ୍ତ ଖାଇବାକୁ ପାଉନାହାଁନ୍ତି । ଏଣୁ ଦୀପକ ସୋସିଆଲ ମିଡିଅରେ ନିଜର ମୋବାଇଲ୍ ନମ୍ବର ଦେଇ ପ୍ରଶାସନର ସାହାଯ୍ୟ ସହଯୋଗ ଲୋଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.