Home ଜିଲ୍ଲା ପରିକ୍ରମା ବାତ୍ୟା ୟାସ୍ ପ୍ରଭାବରେ ତଳିଆ ଅଂଚଳରେ କୃତ୍ରିମ ବନ୍ୟା ପରିସ୍ଥିତି

ବାତ୍ୟା ୟାସ୍ ପ୍ରଭାବରେ ତଳିଆ ଅଂଚଳରେ କୃତ୍ରିମ ବନ୍ୟା ପରିସ୍ଥିତି

47

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବାତ୍ୟା ୟାସ୍‌ର ପ୍ରଭାବରେ ବିଭିନ୍ନ ସ୍ଥାନରେ ଏବେ ଯେଭଳି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତାହାର ସୁଧାର ଆସୁଥିଲେ ବି ଏବେବି ଭଦ୍ରକ ସଦରରେ ଗୁଡିଏ ଗ୍ରାମ ବିଚ୍ଛିନ୍ନ ହୋଇପଡିଛି । କେତେକ ଗ୍ରାମବାସୀ ମଧ୍ୟ ଏବେବି ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ଯଦିଓ ପ୍ରଶାସନର ପୂର୍ବ ପ୍ରସ୍ତୁତି ମୂଳେ କୌଣସି ଜୀବନ ହାନି ଘଟିନାହିଁ, ତେବେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ଠାରୁ ପ୍ରଶାସନିକ ଅଧିକାରୀମାନେ କ୍ଷତିଗ୍ରସ୍ତ ଗ୍ରାଉଣ୍ଡ ଜିରୋକୁ ଯାଇ କ୍ଷୟକ୍ଷତିର ଆକଳନ ଆରମ୍ଭ କରିଛନ୍ତି । ମାତ୍ର ଜଳବନ୍ଦୀ ଲୋକେ କିଭଳି ମୁକୁଳିବେ, ସେଥିନେଇ ପ୍ରଶାସନ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟପନ୍ଥା ଗ୍ରହଣ କରିବାର ଆବଶ୍ୟକତା ମଧ୍ୟ ରହିଛି । ଏହି ଜିଲାର ଦୁଇଟି ସମୁଦ୍ର ଉପକୂଳବର୍ତ୍ତୀ ବ୍ଲକ୍ ଓ ପୌରାଞ୍ଚଳରେ ଡ୍ରେନେଜ୍ ସମସ୍ୟା ପାଇଁ ଯେଉଁ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି, ତାହାର ସଦ୍ୟତମ ନଜିର ଭଦ୍ରକ ପୌରାଞ୍ଚଳର ତଳିଆ ଅଂଚଳରେ ଦେଖିବାକୁ ମିଳିଥିବାବେଳେ ଭଦ୍ରକ ସଦର ବ୍ଲକ୍‌ର ଜିରାଗମ୍ଭୀର ଗ୍ରାମର ଦୃଶ୍ୟରୁ ସ୍ପଷ୍ଟ ବାରିହୋଇପଡିଛି । ଏହି ଗ୍ରାମବାସୀମାନଙ୍କ ଘର ଏବେବି ଜଳଘେରରେ ଥାଇ ଗାଁ ଦାଣ୍ଡରେ ଡଙ୍ଗା ଚାଲିବା ଭଳି ପରିସ୍ଥିତି ଉପୁଜିଛି । ଏଣୁ ଜିଲା ପ୍ରଶାସନ ତୁରନ୍ତ ଏ ଦିଗରେ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.