Home ଜିଲ୍ଲା ପରିକ୍ରମା ଢ଼େଙ୍କା ହାଟସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

ଢ଼େଙ୍କା ହାଟସାହିରେ ଜଣେ ବ୍ୟକ୍ତିଙ୍କ ସନ୍ଦେହଜନକ ମୃତ୍ୟୁ

29

ହାଟଡିହି- ୪ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ଢ଼େଙ୍କା ହାଟ ସାହି ନିକଟରେ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ଘଟିଥିବା ଜଣାଯାିଛି । ସଢ଼ା ଗ୍ରାମର କରୁଣାକର ବଳ(୫୫)(କାଠିଆ) ନାମକ ଏହି ବ୍ୟକ୍ତି ଜଣକ ବିଭିନ୍ନ ଗାଁରେ କାମକାର୍ଯ୍ୟରେ ରୋଷେୟା ଭାବେ କାର୍ଯ୍ୟ କରନ୍ତି । ଆଜି ସେ ହଦଗଡକୁ ରୋଷେଇ କରିବାକୁ ଯାଇ ସାଇକେଲରେ ଫେରିବା ବାଟରେ ଢ଼େଙ୍କା ହାଟସାହି ନିକଟରେ ମୃତ୍ୟୁବରଣ କରିଥିଲେ । ସାଇକେଲ ଉପରେ ସେ ପଡିଥିବା ଲୋକମାନେ ଦେଖି ପରିବାର ଲୋକଙ୍କୁ ଜଣାଇଥିଳେ । ପରେ ସୋସୋ ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଛି । ଅଂଶୁଘାତରେ ମୃତ୍ୟୁ ଘଟିଥିବା ପରିବାର ଲୋକେ ସନ୍ଦେହ କରୁଥିବାବେଳେ ଆଉ କିଛି ଲୋକ ହୃଦଘାତରେ ମୃତ୍ୟୁ ବରଣ କରିଥିବା ସନ୍ଦେହ କରୁଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ମୃତ୍ୟୁର କାରଣ ଜଣାପଡିବ ବୋଲି ପୁଲିସ କହିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.