Home କେନ୍ଦୁଝର ସ୍କୁଲ ପରିସରରୁ ମାଟିମୋରମ ତାଡିନେଲେ , ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷୟତ୍ରୀ

ସ୍କୁଲ ପରିସରରୁ ମାଟିମୋରମ ତାଡିନେଲେ , ଥାନାରେ ଏତଲା ଦେଲେ ପ୍ରଧାନଶିକ୍ଷୟତ୍ରୀ

60

ହାଟଡିହି- ୪ / ୬ ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ବାଙ୍ଗୋର ପଞ୍ଚାୟତରେ ମନରେଗା ଯୋଜନାରେ ଏକ ରାସ୍ତା କାମ ଚାଲିଥିବାବେଳେ ଗତକାଲି ବିଳମ୍ବିତ ରାତିରେ ବାଳିକା ହାଇସ୍କୁଲର ପଟ୍ଟାଭୁକ୍ତ ଜମିରୁ ମାଟିଓ ମୋରମ ତାଡିନେଇ କାମ ହେଉଥିବା ରାସ୍ତାରେ ପକାଇଥିବା ଅଭିଯୋଗ ହୋଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଏ ବାବଦରେ କୌଣସି ସୁଚନା ନଦେଇ ରାତାରତି ମେସିନି ସାହାଯ୍ୟରେ ତାଡିନେଇ ମନରେଗା ପ୍ରକଳ୍ପ କାର୍ଯ୍ୟ କରିବା କେତେଦୁର ଯୁକ୍ତିଯୁକ୍ତ ସେନେଇ ପ୍ରଶ୍ନ ଉଠିଛି । ଏ ସମ୍ପର୍କରେ ପ୍ରଧାନ ଶିକ୍ଷୟତ୍ରୀ ସୋସୋ ଥାନାରେ ଲିଖିତ ଅଭିଯୋଗ କରିବା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ, ହାଟଡିହି ତହସିଲଦାର, ହାଟଡିହି ବିଡିଓ ଏବଂ ବାଙ୍ଗୋର ସରପଞ୍ଚଙ୍କୁ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗରୁ ଜଣାଯାଇଛି ଯେ ବାଙ୍ଗୋର ପଞ୍ଚାୟତର ହଳିଆଦାଣ୍ଡି ରାସ୍ତା ନିର୍ମାଣ ଲାଗି ମନରେଗା ଯୋଜନାରେ କାର୍ଯ୍ୟ କରାଯାଉଛି । ଗତକାଲି ରାତିରେ ମେସିନି ସାହାଯ୍ୟରେ କାମ କରାଯାଉଥିବାବେଳେ କାମ କରୁଥିବା ବ୍ୟକ୍ତିମାନେ ନିକଟସ୍ଥ ବାଙ୍ଗୋର ହାଇସ୍କୁଲର ପଟ୍ଟାଭୁକ୍ତ ଜମିରୁ ଜେସିପି ମେସିନି ଲଗାଇ ମାଟିମୋରମ ଖୋଳିନେଇ ଉକ୍ତ ରାସ୍ତାକାମରେ ଲଗାଇଥିଲେ । ଆଜି ପ୍ରଧାନ ଶିକ୍ଷୟତ୍ରୀ ବାସନ୍ତୀଲତା ତ୍ରିପାଠୀ ସ୍କୁଲକୁ ଯାଇ ଏ ସମ୍ପର୍କରେ ଜାଣିବାପରେ ତୁରନ୍ତ ଏନେଇ ସୋସୋ ଥାନାରେ ଅଭିଯୋଗ କରିବାସହ ଜିଲ୍ଲା ଶିକ୍ଷା ଅଧିକାରୀ, ହାଟଡିହିୀ ତହସିଲଦାର, ହାଟଡିହି ବ୍ଲକର ବିଡିଓ ଏବଂ ବାଙ୍ଗୋର ପଞ୍ଚାୟତର ସରପଞ୍ଚଙ୍କୁ ଲିଖିତ ଭାବେ ଜଣାଇଛନ୍ତି । ଏଠାରେ ପ୍ରଶ୍ନ ଉଠେ ଯେ ଗୋଟିଏ ଅନୁଷ୍ଠାନର ପଟ୍ଟାଭୁକ୍ତ ଜମିରୁ ଏପରି ମାଟି ମୋରମ ଉଠାଯିବା କେତେଦୁର ଯଥାର୍ଥ ବୋଲି ସ୍ଥାନୀୀୟ ଲୋକମାନେ ମଧ୍ୟ ପ୍ରଶ୍ନ କରିଛନ୍ତି । ଏ ସମ୍ପର୍କରେ ସରପଞ୍ଚଙ୍କୁ ପଚାରିବାରେ ସେ ଅଭିଯୋଗ ପାଇଛନ୍ତି, କିନ୍ତୁ ତାଙ୍କ ଅଗୋଚରରେ ପଞ୍ଚାୟତରେ ସବୁ କାମ ହେଉଛି । ପୁର୍ବରୁ ଏନେଇ ଅନେକବାର ସେ ଜିଲ୍ଲା ଓ ବ୍ଲକ ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ବୋଲି କହିଛନ୍ତି । ସେହିପରି ଉକ୍ତ ପଞ୍ଚାୟତର କନିଷ୍ଠଯନ୍ତ୍ରୀଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଏପରି ଅଭିଯୋଗ ସମ୍ପର୍କରେ ଶୁଣିଛନ୍ତି କିନ୍ତୁ ଘଟଣାସ୍ଥଳକୁ ଯାଇ ଦେଖିବାପରେ ଯାହା ଜଣାପଡିବ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.