Home ଜିଲ୍ଲା ପରିକ୍ରମା ପୁରୀ ତହସିଲ ପକ୍ଷରୁ ରାଜସ୍ବ ରଥର ଶୁଭାରମ୍ଭ

ପୁରୀ ତହସିଲ ପକ୍ଷରୁ ରାଜସ୍ବ ରଥର ଶୁଭାରମ୍ଭ

47

ପୁରୀ- ୪-୬.(ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଜନ ସାଧାରଣମାନଙ୍କୁ ସେମାନଙ୍କ ଘର ନିକଟରେ ଘରବାଡି ପଟ୍ଟା ଓ ବିଭିନ୍ନ ପ୍ରମାଣପତ୍ର ପ୍ରଦାନ କରିବା ନିମନ୍ତେ ପୁରୀ ତହସିଲର ରାଜସ୍ବ ଅଞ୍ଚଳରେ ରାଜସ୍ବ ରଥର ଶୁଭାରମ୍ଭ ହୋଇଛି। କରୋନା ମହାମାରୀ ସମୟରେ ସଂପୃକ୍ତ ବ୍ୟକ୍ତି ବିଶେଷ ଅଫିସକୁ ନଆସି ପଟ୍ଟା ଓ ବିଭିନ୍ନ ପ୍ରମାଣ ପତ୍ର ସେମାନଙ୍କ ଘର ନିକଟରେ ପ୍ରଦାନ କରିବା ପାଇଁ ପୂର୍ବରୁ ସରକାର ଘୋଷଣା କରିଛନ୍ତି। ଏହି କ୍ରମରେ ସଦର ତହସିଲର ୧୨ଟି ରାଜସ୍ବ ସର୍କଲରେ ଏହି ସେବା ପ୍ରଦାନ କରାଯିବ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଦୀପ କୁମାର ସାହୁ, ଶ୍ରୀ ବିନୟ କୁମାର ଦାଶ, ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ଉପ ଜିଲ୍ଲାପାଳ ଶ୍ରୀ ଭବତାରଣ ସାହୁ, ତହସିଲଦାର ଶ୍ରୀ ରବିନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ତହସିଲଦାର ଶ୍ରୀ ଦେବୀପ୍ରସାଦ ଆଚାର୍ଯ୍ୟ, ଶ୍ରୀ ପର୍ଶୁରାମ ମଲ୍ଲିକ, ସୁଶ୍ରୀ ସୌମ୍ୟା ଶତଭିଶା ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.