Home ଜିଲ୍ଲା ପରିକ୍ରମା ଡ଼ାକ୍ତରଙ୍କ ଅସ୍ତ୍ରୋପଚାରରେ ତୃଟି ହେତୁ ମହିଳାଙ୍କ ଅବସ୍ଥା ସଂକଟାପନ୍ନ, ଗର୍ଭନାଡ଼ି ବଦଳରେ କାଟିଲେ ଖାଦ୍ୟନାଡ଼ି

ଡ଼ାକ୍ତରଙ୍କ ଅସ୍ତ୍ରୋପଚାରରେ ତୃଟି ହେତୁ ମହିଳାଙ୍କ ଅବସ୍ଥା ସଂକଟାପନ୍ନ, ଗର୍ଭନାଡ଼ି ବଦଳରେ କାଟିଲେ ଖାଦ୍ୟନାଡ଼ି

59

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ମୁଖ୍ୟ ଡ଼ାକ୍ତର ଖାନାରେ ଦିନକୁ ଦିନ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ସାଂଗକୁ ଡ଼ାକ୍ତରଙ୍କର ଅଭାବ ଏବଂ ଯେଉଁ ଡ଼ାକ୍ତର ଅଛନ୍ତି ଅଧିକାଂଶ ସମୟରେ ରୋଗୀ ମାନଙ୍କୁ ଦୁର୍ବେବହାର କରୁଥିବାରୁ ରୋଗୀଙ୍କର ରୋଗବି ଦୁଇଗୁଣା ବଢି ଯାଉଛି । ଏପରିକି କେତେକ ଠିକା ମହିଳା କର୍ମଚାରୀଙ୍କ ମନମାନିରେ ଡ଼ାକ୍ତର ଓ କର୍ମଚାରୀ ମାନେ ମଧ୍ୟ ଉଠ୍ ବସ ହେଉଛନ୍ତି । ଏହି ଅବସ୍ଥାରେ ଜଣେ ମହିଳା ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ନିଜେ ଏବେ ମୃତ ମୁଖରେ ସଂଗ୍ରାମ କରିବା ସମଗ୍ର ଭଦ୍ରକ ଜିଲ୍ଲରେ ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରକାଶ ଥାଉକି ଧାମନଗର ବ୍ଲକର ଭଗବାନପୁର ପଂଚାୟତ ପଳିକିରୀ (ଗୋପାଳପୁର) ଗାଁର ଜଣେ ମହିଳାଙ୍କ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇ ଡ଼ାକ୍ତର ଖାଦ୍ୟନାଡ଼ି କାଟିଦେଇଥିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସ୍ୱାମୀ ନିରଂଜନ ନିଜ ସ୍ତ୍ରୀର କ୍ଷେତିପ୍ରଭା ଜନ୍ମ ନିୟନ୍ତ୍ରଣ ଯୋଜନାରେ ସାମିଲ କରାଇ ଡାକ୍ତରଙ୍କ ପରାମର୍ଶ କ୍ରମେ ସ୍ତ୍ରୀକୁ ନେଇ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ ସ୍ୱାମୀ ନିରଂଜନ । ଗତ ୧୭ତାରିଖ ଦିନ ୧ଟା ୩୦ ମିନିଟ୍‌ରେ ଜନ୍ମନିୟନ୍ତ୍ରଣ ପାଇଁ ସରକାରୀ ସ୍ତରରେ ଦିନ ଧାର୍ଯ୍ୟ ହୋଇଥିବା ସ୍ଥଳେ ଭଦ୍ରକରୁ ସ୍ୱତନ୍ତ୍ରଭାବେ ଆସିଥିବା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୁତି ବିଭାଗ ଡ଼ାକ୍ତର ଅମରେନ୍ଦ୍ର ଜେନାଦ କ୍ଷେତିପ୍ରଭାଙ୍କୁ ଧାମନଗର ଡ଼ାକ୍ତର ଖାନାରେ ଅସ୍ତ୍ରୋପଚାର କରିଥିଲେ । ଡାକ୍ତର ଜେନାଙ୍କ ଖାମଖିଆଲ ମନୋଭାବ ଓ ଭୁଲ୍ ଅସ୍ତ୍ରୋପଚାର ହେତୁ କ୍ଷେତିପ୍ରଭାଙ୍କ ଖାଦ୍ୟ ନାଡ଼ିକୁ କାଟିଦେଇ ପୁଣି ଯୋଡ଼ି ଦେଇଥିଲେ । ଘରକୁ ଫେରିବା ପରେ ଗୁରୁତର ହେବାରୁ ୧୮ତାରିଖରେ ଧାମନଗର ଡ଼ାକ୍ତରଖାନାରେ ଡ଼ାକ୍ତରଙ୍କୁ ଦେଖାଇ ଔଷଧ କିଣିନେଇ ଖାଇବା ପରେ ସ୍ୱାସ୍ଥ୍ୟ ଅବସ୍ଥାର କୌଣସି ପରିବର୍ତ୍ତନ ହୋଇନଥିଲା । ଅବସ୍ଥା ସଂକଟାପନ୍ନ ହେବାରୁ କ୍ଷତିପ୍ରଭାଙ୍କୁ ୧୯ତାରିଖରେ ଭଦ୍ରକ ଡ଼ାକ୍ତରଖାନାକୁ ନେଇ ସେଠାରେ ଡ଼ାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ତୁରନ୍ତ କଟକ ବଡ଼ ଡ଼ାକ୍ତରଖାନାକୁ ଜିବାପାଇଁ ପରାମର୍ଶ ଦେଇଥିଲେ । କଟକରେ କ୍ଷେତିପ୍ରଭାଙ୍କର ପୁନଶ୍ଚ ଅସ୍ତ୍ରୋପଚାର କରାଯାଇଥିଲା । ଦୀର୍ଘ ଦେଢଘଂଟା ଅସ୍ତ୍ରୋପଚାର ପରେ ମହିଳା ଜଣଙ୍କ ସାମାନ୍ୟ ଆସ୍ୱସ୍ତି ଅନୁଭବ କରୁଥିବା ବେଳେ ଏବେବି ସଂକଟା ପନ୍ନ ଭାବେ କଟକ ଡ଼ାକ୍ତର ଖାନାରେ ଚିକିତ୍ସାଧିନ ଅଛନ୍ତି । ସାଧାରଣ ପରିବାରର ତଥା ଗରିବ ନିରଂଜନ ଧାର ଉଧାର କରି ସ୍ତ୍ରୀର ଚିକିତ୍ସା ପାଇଁ ଟଙ୍କା ଖର୍ଚ୍ଚ କରିଚାଲିଛନ୍ତି । ଏଠାରେ ସୂଚନା ଯୋଗ୍ୟଯେ ରୋଗୀଙ୍କ ଜୀବନ ସହ ଖେଳୁଥିବା ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପ୍ରସୁତି ବିଭାଗ ଡ଼ାକ୍ତର ଅମରେନ୍ଦ୍ର ଜେନା ଗତମାର୍ଚ୍ଚ ମାସ ୧୬ତାରିଖରେ ବାଁଶଡ଼ା ଥାନା ଛେଡ଼ାକ ଗ୍ରାମର କୁନିଲତା ନାମ୍ନୀ ଜଣେ ମହିଳାଙ୍କ ଜନ୍ମନିୟନ୍ତ୍ରଣ ଅପରେସନ ବେଳେ ଅସାବଧାନତା ବଶତ ଗର୍ଭନାଡ଼ି କାଡଟିବା ସ୍ଥାନରେ ମଳଦ୍ୱାର ନାଡ଼ି କାଟିଦେଇଥିଲେ । ଯନ୍ତ୍ରଣାରେ ଛଟପଟ କୁନିଲତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡ଼ାକ୍ତରଖାନାରେ ପୁନଃଶ୍ଚ ଅପରେସନ କରାଯିବା ସହ ବହୁ ଅର୍ଥ ଖର୍ଚ୍ଚ ପରେ ଏବେ ଶଯ୍ୟାରେ ପଡ଼ି କଲବଲ ହେଉଛନ୍ତି । ତେବେ ଡ଼ାକ୍ତରଙ୍କ ଅସାବଧାନତା ତଥା ଖାମଖିଆଲି ହେତୁ ଜୀବନ ସହ ଖେଳିଥିବା ଡ଼ାକ୍ତର ଜେନାଙ୍କବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହିତ ସଂକଟାପନ୍ନ ଭାବେ ଥିବା କ୍ଷେତିପ୍ରଭାଙ୍କୁ ତୁରନ୍ତ କ୍ଷତିପୁରଣ ଦେବାକୁ ସ୍ୱାମୀ ନିରଂଜନ ଦାବି କରିଛନ୍ତି । ଅପରପକ୍ଷେ ଭଦ୍ରକ ଡ଼ାକ୍ତରଖାନାରୁ ଏକ ସ୍ୱତନ୍ତ୍ର ଟିମ୍ କଟକ ରେ ପହଂଚି ଘଟଣାର ତଦନ୍ତ କରୁଛନ୍ତି । ତେବେ ଏପରି ଏକ ଅଭାବନିୟ ଘଟଣା ନିଶ୍ଚିତ ଭାବରେ ଦିଃଖଦାୟକ ସମ୍ପୃକ୍ତ ମହିଳା ଜଣକ ସୁସ୍ଥ ହୋଇ ଫେରିବା ପରେ ଯାହା ପଦକ୍ଷେପ ନିଆଯିବ ବୋଲି ଧାମନଗର ଡ଼ାକ୍ତରଖାନାର ମେଡ଼ିକାଲ ଅଫିସର ଦୀପକ ନାୟକ ଆମପ୍ରତିନିଧିଙ୍କୁ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.