Home ଜିଲ୍ଲା ପରିକ୍ରମା ସ୍ଥିତିବାନ ସମ୍ପତ୍ତି ଉପରେ ସରକାରୀ ରାସ୍ତା ନିର୍ମାଣ ଅଭିଯୋଗରେ ବିଧାନସଭା ଆଗରେ ଧାରଣା ଦେବେ ଶ୍ରୀନିବାସ

ସ୍ଥିତିବାନ ସମ୍ପତ୍ତି ଉପରେ ସରକାରୀ ରାସ୍ତା ନିର୍ମାଣ ଅଭିଯୋଗରେ ବିଧାନସଭା ଆଗରେ ଧାରଣା ଦେବେ ଶ୍ରୀନିବାସ

86

ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳର ଗରିବ ଲୋକମାନଙ୍କ ଥଇଥାନ ପାଇର୍ ବାସଗୃହ ଯୋଗାଇ ଦେଉଥିବାବେଳେ ଅନେକ ଭୂମିହୀନ ଲୋକମାନଙ୍କୁ ଜମି ଜାଗା ଯୋଗାଇ ଦେଇ ସେମାନଙ୍କୁ ରହିବାପାଇଁ ସୁଯୋଗ ଦେଉଥିବାବେଳେ ଅଧିକାଂଶ ସ୍ଥାନରେ କୁଜିନେତାମାନେ ଜୋର ଜବରଦସ୍ତ ପୈତୃକ ଜମିକୁ ଅକ୍ତିଆର କରୁଥିବାର ଦେଖିବାକୁ ମିଳୁଛି । ଧାମନଗର ବ୍ଲକର ହସନାବାଦ ପଂଚାୟତର ଗୋପବନ୍ଧୁନଗର ଗ୍ରାମର ଶ୍ରୀନିବାସ ଦାସ, ପିତା- ବୃନ୍ଦାବନ ଦାସଙ୍କ ପୈତୃକ ସମ୍ପତ୍ତିରେ ରାଜନୈତିକ ଓ ବାହୁବଳ ଲଗାଇ ତାଙ୍କ ଜାଗାରେ ଜୋର ଜବରଦସ୍ତ ସରକାରୀ ରାସ୍ତା ନେଇଥିବାର ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ପ୍ରକାଶ ଥାଉକି ଶ୍ରୀନିବାସଙ୍କ ସ୍ଥିତିବାନ ସମ୍ପତ୍ତି ପଙ୍ଗଟା ଘାଟକୂଳ ଠାରେ ମୌଜା- ହସନାବାଦ, ଖତିୟାନ ନଂ- ୭୯, ପ୍ଲଟ ନଂ-୧୩୫, ୧୩୬ ଦୁଇଗୋଟି ପ୍ଲଟର ରକବା ଏ୦.୦୮ଡ଼ି, କୁ ସରକାର ଏବଂ ଠିକାଦାର ଚଞ୍ଚକତା କରି ହସନବାଦ ପୋଲ ନିକଟରୁ ପଙ୍ଗଟା ବାଇପାସ ରାସ୍ତା ନିର୍ମାଣ କରିବା ଆଳରେ କିଛି ଗୁଣ୍ଡା ଶ୍ରେଣୀର ଲୋକଙ୍କୁ ଲଗାଇ ବ୍ୟକ୍ତିଗତ ଜମିରେ ନୂତନ ରାସ୍ତା ନିର୍ମାଣ କରାଯାଇଛି । ଏ ନେଇ ଶ୍ରୀନିବାସ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ନିକଟରେ ଦାବି କରିଥିଲେ ସୁଦ୍ଧା କୌଣସି ପଦକ୍ଷେପ ନେଇନାହାନ୍ତି ବାଧ୍ୟ ହୋଇ ଶ୍ରୀନିବାସ ଭଦ୍ରକ ଜିଲ୍ଳାପାଳ, ଆରକ୍ଷିଅଧିକ୍ଷକ ଓ ଧାମନଗର ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିବା ପରେ ଧାମନଗର ତହସିଲଦାର ଘଟଣାର ମଧ୍ୟ ତଦନ୍ତ କରିଥିଲେ । ଏପରିକି ଉକ୍ତ ଜମିର ଶ୍ରୀ ଦାସ ୨୦୨୧-୨୨ରେ ସରକାରଙ୍କ ନିର୍ଦ୍ଧାରିତ ଖଜଣା ମଧ୍ୟ ପଇଠ କରିଥିଲେ । ଏଥିରେ ସମସ୍ତ ପ୍ରମାଣ ପତ୍ର ଥାଇ ମଧ୍ୟ ଠିକାଦାର ଓ ସ୍ଥାନୀୟ ଅଂଚଳର କେତେକ କୁଚକ୍ରୀ ଲୋକମାନେ ଜୋର ଜବରଦସ୍ତ ଗରିବ ଅସହାୟଙ୍କ ସ୍ଥିତିବାନ ସମ୍ପତ୍ତି ଉପରେ ରାସ୍ତା ନିଆଯାଇଛି । ତାଙ୍କୁ ଜଦି କୌଣସି ନ୍ୟାୟ ନମିଳେ ଆଗାମୀ ବିଧାନସଭା କାର୍ଯ୍ୟକାଳ ସମୟରେ ଧାରଣା ଦେଇ ପ୍ରତିବାଦ କରିବବୋଲି ଶ୍ରୀନିବାସ ଆମପ୍ରତିନିଧିଙ୍କୁ କହିଛନ୍ତି । ତେବେ ଏପରି ଅଭିଯୋଗ ଆମେ ପାଇଛୁ ଘଟଣାର ପ୍ରକୃତ ସତ୍ୟାସତ୍ୟ ତଦନ୍ତ କରାଯିବବୋଲି ଅତିରିକ୍ତ ତହସିଲଦାର ଅନୁପ ବେହେରା ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.