Home ଜିଲ୍ଲା ପରିକ୍ରମା ହ୍ୱିଲ ଚେୟାର ଫେନ୍ସିଂ ବିଶ୍ୱ ଚାମ୍ପିଅନସିପ, ନେତୃତ୍ୱ ସହ ଦଳକୁ ସେମିଫାଇନାଲରେ ପହଞ୍ଚାଇ ଇତିହାସ ରଚିଲେ...

ହ୍ୱିଲ ଚେୟାର ଫେନ୍ସିଂ ବିଶ୍ୱ ଚାମ୍ପିଅନସିପ, ନେତୃତ୍ୱ ସହ ଦଳକୁ ସେମିଫାଇନାଲରେ ପହଞ୍ଚାଇ ଇତିହାସ ରଚିଲେ ରାଖାଲ ସେଠୀ

18

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ପ୍ରତି ଇଟାଲିର ତେରିନି ଠାରେ ଅନୁଷ୍ଠିତ ବିଶ୍ୱ ହ୍ୱିଲ ଚେୟାର ଫେନ୍ସିଂ ବିଶ୍ୱ ଚାମ୍ପିଆନସିପରେ ଭାରତକୁ ସେମି ଫାଇନାଲରେ ପହଞ୍ଚାଇଛନ୍ତି ଭଣ୍ଡାରିପୋଖରୀ ମାଟିର ପୁଅ ରାଖାଲ ସେଠୀ । ରାଖାଲଙ୍କ ଅଧିନାୟକତ୍ୱରେ ଭାରତ ପ୍ରଥମ ଥର ପାଇଁ ସେମିଫାଇନାଲରେ ଦଳଗତ ଭାବେ ପ୍ରବେଶ କରି ଇତିହାସ ରଚିଛି । ପ୍ରତି ୨ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା ଏହି ଚାମ୍ପିଅନସିପରେ ରାଖାଲଙ୍କ ଅଧିନାୟକତ୍ୱରେ ହରିୟାନାର ସୁନିଲ ଫୋଗତ ଓ ରାଜୀବ ବିଦଲାନ ଦଳରେ ଅଂଶଗ୍ରହଣ କରିଥିଲେ । ଇଟାଲୀ ସହ ଭାରତର ଅନୁଷ୍ଠିତ ସେମି ଫାଇନାଲ ମ୍ୟାଚରେ ଇଟାଲୀ ୪୫-୧୧ ଗୋଲରେ ବିଜୟୀ ହୋଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଭାରତ ୪ର୍ଥ ସ୍ଥାନ ହାସଲ କରିଛି । ଏପର୍ଯ୍ୟନ୍ତ ଅନୁଷ୍ଠିତ ଯେ କୌଣସି ବିଶ୍ୱ ହ୍ୱିଲ ଚେୟାର ଫେନ୍ସିଂ ବିଶ୍ୱ ଚାମ୍ପିଆନସିପରେ ଭାରତ ସେମି ଫାଇନାଲରେ ପ୍ରବେଶ କରିବା ପ୍ରଥମ ଘଟଣା । ଏଥିପାଇଁ ରାଖାଲଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଜ୍ଞାପନ କରାଯାଇ ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରାଯାଇଛି । ସୂଚନାଯୋଗ୍ୟ ଯେ ଦିବ୍ୟାଙ୍ଗ କ୍ରୀଡାବିତ୍ ଏଥିପୂର୍ବରୁ ୨୦୨୨ ମସିହାରେ ଲଣ୍ଡନରେ ହୋଇଥିବା ରାଜ୍ୟଗୋଷ୍ଠୀ ହ୍ୱଇଲଚେୟାର ଅସିଚାଳନା ଚାମ୍ପିଅନସିପ ପ୍ରତିଯୋଗୀତାରେ ଭାରତୀୟ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରି ଓଡିଶାର ୩ଜଣ କ୍ରୀଡାବିତ୍‌ଙ୍କ ମଧ୍ୟରୁ ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ତେସିଙ୍ଗା ଗ୍ରାମର ରାଖାଲ କୁମାର ସେଠୀ ଦଳଗତ ଇପିରେ ରୌପ୍ୟ ପଦକ ଜିଣିଥିଲେ । ରାଖାଲ ଜାତୀୟ ସ୍ତରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ ଏକାଧିକ ସ୍ୱର୍ଣ୍ଣ, ରୌପ୍ୟ ଓ କାଂସ୍ୟ ପଦକ ଜିଣିଥିବା ବେଳେ ପାରାଅଲମ୍ପିକସରେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଆର୍ଥୀକ ପ୍ରତିବନ୍ଧକ ସତ୍ତ୍ୱେ ଦୃଢ ଇଚ୍ଛାଶକ୍ତି ବଳରେ ରାଖାଲ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ ନିଜର ପାରଦର୍ଶିତା ଅର୍ଜ୍ଜନ କରି ଦେଶ, ରାଜ୍ୟ ସମେତ ନିଜ ଅଞ୍ଚଳ ପାଇଁ ଗୌରବ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.