Home ଜିଲ୍ଲା ପରିକ୍ରମା ସୁନା ପଦକ ଧରି ଭଦ୍ରକ ଫେରିଲା ସୁନା ପୁଅ ନିର୍ମଳ

ସୁନା ପଦକ ଧରି ଭଦ୍ରକ ଫେରିଲା ସୁନା ପୁଅ ନିର୍ମଳ

30

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫ମ ବିଶ୍ୱ କପ ଟେନିକୋଏଟ ପ୍ରତିଯୋଗିତା ପାଇଁ ଭାରତୀୟ ଦଳରେ ଭଦ୍ରକର ନିର୍ମଳ ସେନ ଯୋଗ ଦେଇଥିଲା । ଏହି ଖେଳ ଦକ୍ଷିଣ ଆଫ୍ରିକା ପ୍ରିଟୋରିଆ ରେ ସେପ୍ଟେମ୍ୱର ୩୦ ରୁ ଅକ୍ଟୋବର ୭ ତାରିଖ ଯାଏ ହୋଇଥିଲା ।ଏଥିରେ ଭାରତୀୟ ଦଳ ଜର୍ମାନୀକୁ ହରାଇ ଚାମ୍ପିଅନ ହୋଇଥିଲେ । ଆଜି ଅପରାହ୍ନ ୧୨.୫୫ ରେ ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମଳ ପହଞ୍ôଚି ଥିଲେ । ଓଡ଼ିଶା ସରକାରଙ୍କ ତରଫରୁ ଶ୍ରୀ ବି କେ ରାଉତ ଫୁଲ ତୋଡା ଦେଇ ସ୍ୱାଗତ କରିଥିଲେ ।ରାଜ୍ୟ ସଂଘ ତରଫରୁ ସାଧାରଣ ସମ୍ପାଦକ ଶ୍ରୀ ଏସ କେ ଶିନ୍ନା, ଅଧକ୍ଷ ଗୋଲକ ନାୟକ, କୋଷାଧକ୍ଷ ପ୍ରତାପ ଆଚାର୍ଯ୍ୟ ଓ ଭଦ୍ରକ ଜିଲ୍ଲା ତରଫରୁ ସମ୍ପାଦକ ମନୋଜ ସାହୁ, ବରିଷ୍ଠ ଖେଳାଳି ଲିପନ ଓ ସାଥୀ । ଖେଳାଳିଙ୍କ ସହ ଓଲଙ୍ଗ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଅକ୍ଷୟ ପ୍ରସାଦ ମହାନ୍ତି ଯୋଗଦେଇ ନିର୍ମଳକୁ ସ୍ୱାଗତ କରିଥିଲେ । ନିର୍ମଳ ଜଣେ ଭିନ୍ନକ୍ଷମ ଭାବେ କଥା ଠିକ୍ ସେ କହି ପାରୁ ନ ଥିବା ବେଳେ ସେ ଜଣେ ଅତ୍ୟନ୍ତ ଗରିବ ପିଲା ଅଟେ । ବାପାଙ୍କୁ ହରାଇଥିବା ଦୁଃଖ ରେ ଭାଙ୍ଗି ନ ପଡ଼ି ସେ ଆଜି ଭଦ୍ରକ, ଓଡିଶା ଓ ଭାରତ ପାଇଁ ଗର୍ବ ଆଣିଛି । ତାଙ୍କୁ କୌଣସି ଏକ ଚାକିରୀ ଦେବାକୁ ଓ କିଛି ଆର୍ଥିକ ସହାୟତା କରିବାକୁ ଭଦ୍ରକ ଜିଲ୍ଲା ସଭାପତି ଅଧ୍ୟାପକ ଗୋଲକ ନାୟକଙ୍କ ସମେତ ଲୋକାଲ ସରପଞ୍ଚ ଶ୍ରୀ ଆଖାୟ ପ୍ରସାଦ ମହାନ୍ତି ସରକାରଙ୍କୁ ଅନୁରୋଧ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.