Home ଜିଲ୍ଲା ପରିକ୍ରମା ସାଇବର ସୁରକ୍ଷା ଅଭିଯାନରେ ଗଣଦୌଡ଼, ସାଇକେଲ ଓ ମୋଟର ସାଇକେଲ ରାଲି

ସାଇବର ସୁରକ୍ଷା ଅଭିଯାନରେ ଗଣଦୌଡ଼, ସାଇକେଲ ଓ ମୋଟର ସାଇକେଲ ରାଲି

20

ଭଦ୍ରକ, ୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅକ୍ଟୋବର ୨ ତାରିଖରେ ଭଦ୍ରକ ସାଂସଦ, ଭଦ୍ରକ ବିଧାୟକ, ଭଦ୍ରକ ଜିଲ୍ଲାପାଳ ଓ ଭଦ୍ରକ ଏସ୍‌.ପି. ପ୍ରମୁଖଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ସାଇବର ସୁରକ୍ଷା ଅଭିଯାନ ପାଇଁ ଜିଲ୍ଲାରେ ସଚେତନତା ରଥ ପରିକ୍ରମା କରିବା ସହିତ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏଥିପାଇଁ ରବିବାର ସକାଳେ ଭଦ୍ରକ ସହର ମୁଖ୍ୟ ରାସ୍ତାରେ ଗଣଦୌଡ଼, ସାଇକେଲ ଓ ମୋଟର ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଐତିହାସିକ ଗାନ୍ଧି ପଡ଼ିଆଠାରୁ ଗଣଦୌଡ଼, ଗୋଶାଳା ଛକ, ଶନିମନ୍ଦିର ନିକଟରୁ ସାଇକେଲ ରାଲି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରୁ ମୋଟର ସାଇକେଲ ରାଲିକୁ ଏସ.ପି. ବରୁଣ ଗୁଣ୍ଟୁପାଲି, ଜିଲ୍ଲା କ୍ରୀଡ଼ାଧିକାରୀ ପଦ୍ମନ ରାୟ ପତାକା ପ୍ରଦର୍ଶନ ପୂର୍ବକ ଆରମ୍ଭ କରାଇଥିଲେ । ୧୦୦ ରୁ ଉର୍ଦ୍ଧ୍ୱ ଯୁବକ ଗଣଦୌଡ଼ରେ ୫୦ ରୁ ଉର୍ଦ୍ଧ୍ୱ ଛାତ୍ର, ଛାତ୍ରୀ, ଯୁବକ ସାଇକେଲ ରାତିଲେ ୩୦ରୁ ଉର୍ଦ୍ଧ୍ୱ ପୋଲିସ କର୍ମଚାରୀ ମୋଟର ସାଇକେଲ ରାଲିରେ ଅଂଶ ଗ୍ରହଣ କରିଥିଲେ । ସଚେତନତା ରଥ ସଚେତନତାର ବାର୍ତ୍ତା ପ୍ରଚାର କରି ରାଲି ସହିତ ଭ୍ରମଣ କରୁଥିଲା । ଭଦ୍ରକ ଜିଲ୍ଲା ସାଇକେଲ ଚାଳନା ସଂଘ, ନେହେରୁ ଯୁବକେନ୍ଦ୍ର, ରେଡ଼ିଓ ବୁଲ୍‌ବୁଲ୍‌, ଆସିଆନା, ଭଦ୍ରକ ସ୍ପୋର୍ଟସ୍ ଆକାଡ଼େମୀ, ଜଗନ୍ନାଥପୁର ଭଦ୍ରକ ସ୍ୱୟଂଶାସିତ ୍‌୍‌ମହାବିଦ୍ୟାଳୟର ବିଦ୍ୟାର୍ଥୀ, ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଏହି ସବୁ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଅତିରିକ୍ତ ଏସ୍‌.ପି. ବିଜୟ ରଞ୍ଜନ କେରକେଟା, ସି.ଟି.ଡ଼ି.ଏସ୍‌.ପି. ଅଂଶୁମାନ ଦ୍ୱିବେଦୀ, ଡ଼ି.ଏସ୍‌.ପି. ଡ଼ି.ଆଇ.ବି. କମଳ ଲୋଚନ ଭୂୟାଁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକ, କାନାରା ବ୍ୟାଙ୍କର ଅଧିକାରୀ ବୃନ୍ଦ ପ୍ରମୁଖ ଏହି କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.