Home ଜିଲ୍ଲା ପରିକ୍ରମା ହୋଟେଲରୁ ମିଳିଲା ଯୁବକର ମୃତଦେହ, ହତ୍ୟା ନା ଆତ୍ମହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗର ତଦନ୍ତ...

ହୋଟେଲରୁ ମିଳିଲା ଯୁବକର ମୃତଦେହ, ହତ୍ୟା ନା ଆତ୍ମହତ୍ୟା, ପରିବାର ପକ୍ଷରୁ ହତ୍ୟା ଅଭିଯୋଗର ତଦନ୍ତ ଆରମ୍ଭ, ପ୍ରେମିକା ଥାନାରେ ଅଟକ

71

ଭଦ୍ରକ, ୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଭଦ୍ରକର ଚରମ୍ପା ଷ୍ଟେସନ ବଜାର ନିକଟ ଟୁରିଜିମ୍ ସଂସ୍ଥା ଅଧୀନରେ ଥିବା ‘ଦୁଶିଲୁ ହୋମ୍‌’ ନାମକ ହୋଟେଲରୁ ଏକ ଯୁବକର ମୃତଦେହ ଉଦ୍ଧାର ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଯୁବକ ଜଣକ ସହ ଉକ୍ତ ହୋଟେଲରେ ରହୁଥିବା ଯୁବତୀ ଜଣକ ତାକୁ ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ସହରାଞ୍ଚଳ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ତାକୁ ଅଟକ ରଖି ପରେ ଆସିୟାନା ସଟ୍ ଷ୍ଟେ ହୋମ୍‌ରେ ଛାଡିଥିବାର ଜଣାପଡିଛି । ପ୍ରାପ୍ତ ସୂଚନା ଅନୁସାରେ ଏହି ଭଣ୍ଡାରିପୋଖରୀ ଥାନା ଅଧୀନ ଜଳହରି ଗ୍ରାମର ଦେବରାଜ ସାମଲ ନିଜ ପିତାମାତାଙ୍କର ଏକମାତ୍ର ପୁତ୍ର ହୋଇଥିବାବେଳେ ପ୍ରେମ ସଂପର୍କ ରଖିଥିବା ଜନୈକା ଯୁବତୀ ସହ ଗତକାଲି ଅନଲାଇନ୍‌ରେ ଉକ୍ତ ହୋଟେଲଟିକ୍ ଦୁଇଦିନ ପାଇଁ ବୁକ୍ କରିଥିଲା । ତେବେ ଗତକାଲି ଉଭୟ ହୋଟେଲଟିର ୩ ତାଲାରେ ଥିବା ରୁମ୍‌ରେ ରହିବା ମଧ୍ୟରେ କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଶୁଭିଥିଲା । ପରେ ହୋଟେଲର କର୍ମଚାରୀ ସେଠାକୁ ଯାଇ ଯୁବକ ଜଣକ ଚିତ୍ ହୋଇ ପଡିଥିବାର ଦେଖି ହୋଟେଲ ମାଲିକଙ୍କୁ ଖବର ଦେଇଥିଲେ ।

ଫଳରେ ହୋଟେଲ ମାଲିକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଦେବରାଜକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲେ ମଧ୍ୟ ଡାକ୍ତରମାନେ ତାକୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସହରାଞ୍ଚଳ ଥାନା ପୁଲିସ୍ ଯୁବତୀ ଜଣଙ୍କୁ କିଛି ସମୟ ଥାନାରେ ଅଟକ ରଖି ତଦନ୍ତ ଚଳାଇବା ମଧ୍ୟରେ ଆସିୟାନାରେ ଛାଡିଥିବାର ଜଣାପଡିଛି । ତେବେ ଯୁବକଟିର ବଡ ଭିଣୋଇ ବିକାଶ ରଂଜନ ନାୟକ ଗଣମାଧ୍ୟମକୁ କହିଥିବା ତଥ୍ୟ ଅନୁସାରେ ଶଳା ଦେବରାଜ ପିତାମାତାଙ୍କର ଏକମାତ୍ର ରୋଜଗାରକ୍ଷମ ପୁତ୍ର ହୋଇଥିବାବେଳେ ତାର ୩ ଭଉଣୀ ଅଛନ୍ତି । ଏହି ଘଟଣା ସମୟରେ ଯୁବତୀ ଜଣକ ଉକ୍ତ ହୋଟେଲରେ ଥିବାବେଳେ ତାର ପାରିପାଶ୍ୱର୍ିକ ଅବସ୍ଥାକୁ ଲକ୍ଷ୍ୟକଲେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସେ କହିଛନ୍ତି । ପୁଲିସ୍ ହୋଟେଲର ରୁମ୍‌ଟିକୁ କଣ୍ଡୋମ, ଚକଲେଟ୍‌, ମେଡିସିନ୍‌, ମଦ ବୋତଲ ଭଳି ବହୁ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ତେବେ ଏହି ଘଟଣା ପଛରେ କେଉଁ ରହସ୍ୟ ଲୁଚି ରହିଛି, ତାହା ପୁଲିସ୍‌ର ତଦନ୍ତ ପରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.