Home କେନ୍ଦୁଝର ହୀରାପୁର ଓ ମୁଗୁପୁରରୁ ୨୪ସ୍ୱାବ ସଂଗ୍ରହ

ହୀରାପୁର ଓ ମୁଗୁପୁରରୁ ୨୪ସ୍ୱାବ ସଂଗ୍ରହ

162

ହାଟଡିହି- ୬ /୫/ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର ହୀରାପୁର ଗ୍ରାମରେ ଦ୍ୱିତୀୟ କରୋନା ପଜେଟିଭ ଚିହ୍ନଟ ହେବାପରେ ସମଗ୍ର ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି । ଗତକାଲି ସୁଧା ୨୩୨ଜଣଙ୍କ ନମୁନା ସଂଗ୍ରହ ପାଇଁ ପଠାଯାଇଥିବା ବେଳେ ଆଜି ହୀରାପୁର ଓ ମୁଗୁପୁର ଗ୍ରାମରୁ ୨୪ଜଣଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ଜଣାଯାଇଛି । ଆଜି ବଞ୍ଚୋ ଗ୍ରାମର ବିଭିନ୍ନ ସାହିରେ ହାଟଡିହି ଓ ଆନନ୍ଦପୁର ଅଗ୍ନିଶମ ବିଭାଗ ପକ୍ଷରୁ ଗାଁ ଗୁଡିକୁ ବିଶୋଧନ କରାଯାଇଛି । ସେହିପରି ଡାକ୍ତର, ସ୍ୱାସ୍ଥ୍ୟକର୍ମୀମାନେ ଆଜି ୨୪ଜଣଙ୍କୁ ନମୁନା ସଂଗ୍ରହ ପାଇଁ ଆନନ୍ଦପୁର ପଠାଇଥିଲେ । ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନେ ଘରଘର ବୁଲି ଲୋକମାନଙ୍କୁ ଘରୁ ବାହାରକୁ ନବାହାରିବା ପାଇଁ ସଚେତନତା କାର୍ଯ୍ୟକ୍ରମ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.