Home ଆନ୍ତର୍ଜାତୀୟ ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା –...

ଋଷ ଉର୍ଜା ମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ଭିଡିଓ କନଫରେନ୍ସିଂ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା – ଧର୍ମେନ୍ଦ୍ର ପ୍ରଧାନ

232

– ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ଉପରେ ଗୁରୁତ୍ୱାରୋପ
– ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଆଲୋଚନା

ନୂଆଦିଲ୍ଲୀ/ଭୁବନେଶ୍ୱର, ମେ ୦୬ (ଓଡ଼ିଆ ପୁଅ) – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ଋଷର ଉର୍ଜା ମନ୍ତ୍ରୀ ଆଲେକଜାଣ୍ଡର ନୋଭାକଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଆଲୋଚନା କରିଛନ୍ତି।

ଏହି ଅବସରରେ ଉଭୟ ମନ୍ତ୍ରୀ କରୋନା ମହାମାରୀ କାରଣରୁ ବିଶ୍ୱ ଉର୍ଜା ବିଶେଷ ଭାବରେ ତୈଳ ଏବଂ ଗ୍ୟାସ ଉପରେ ପଡିଥିବା ପ୍ରଭାବ ଉପରେ ଆଲୋଚନା କରଥିବା ଜଣାପଡିଛି।

ଏହି ଆଲୋଚନା କାଳରେ ଦୁଇ ମନ୍ତ୍ରୀ ଭାରତ ଓ ଋଷ ମଧ୍ୟରେ ଦ୍ୱିପାକ୍ଷିକ ଉର୍ଜା ସହଯୋଗର ସମୀକ୍ଷା କରିଥିଲେ ଏବଂ ହାଇଡ୍ରୋକାର୍ବନ କ୍ଷେତ୍ରକୁ ମଜବୁତ୍ କରିବା ସହ ଅଶୋଧିତ ତୈଳ, ପ୍ରାକୃତିକ ଗ୍ୟାସ ଏବଂ ଦ୍ୱିପାକ୍ଷିକ ପୁଞ୍ଜିନିବେଶ କରିବା ଉପରେ ଆଲୋଚନା କରିଥିଲେ।

ଋଷରୁ ଭାରତକୁ କୋକିଂ କୋଲ ଆମଦାନୀକୁ ବଢାଇବା ଦିଗରେ ଉଭୟ ଆଲୋଚନା କରିଥିଲେ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ମାସରେ ରୋଜନେଫ୍ଟ ଏବଂ ଆଇଓସିଏଲ ଚୁକ୍ତି ଅନୁଯାୟୀ ପ୍ରଥମ ଥର ଋଷରୁ ପାରାଦୀପ ବନ୍ଦରରେ ଅଶୋଧିତ ତୈଳ ପହଁଚିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.