Home କେନ୍ଦୁଝର ସର୍ଭଫର ପିପୁଲ ପକ୍ଷରୁ ବିପନ୍ନଙ୍କୁ ସହାୟତା

ସର୍ଭଫର ପିପୁଲ ପକ୍ଷରୁ ବିପନ୍ନଙ୍କୁ ସହାୟତା

130

ହାଟଡ଼ିହି-୬/୪, ହାଟଡିହି ବ୍ଲକ ବାଲିବରେଇ ପଞ୍ଚାୟତର ବଧଗଡିଆ ଗ୍ରାମରେ ଗତ କିଛିଦିନ ତଳେ ବଜ୍ରପାତରୁ ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାରର ୨ବଖରା ଘର ଜଳିଯାଇଥିବା ସହ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏପରିକି ପିନ୍ଧାବସ୍ତ୍ର ବ୍ୟତିତି ଅନ୍ୟ କୌଣସି ସାମଗ୍ରୀ ଉଦ୍ଧାର ହୋଇ ନଥିଲା । ବିପନ୍ନ ପରିବାର ଅସହାୟ ଅବସ୍ଥାରେ ଥିବା ଖବରପାଇ ଆଜି ‘ସର୍ଭ ଫର ପିପୁଲ’ ପକ୍ଷରୁ ଶଙ୍କର୍ଶଣ ରାଉତ ଓ ଅନନ୍ତ ଜେନା ପ୍ରମୁଖ ତାଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ଯଥା ଚୁଡା, ଚାଉଳ, ଆଳୁ, ତେଲ, ଲୁଣ,ବିସ୍କୁଟ ଡାଲି ଆଦି ପ୍ରଦାନ କରିଛନ୍ତି । ସେହିପରି ହାବଳେଶ୍ୱର ପଞ୍ଚାୟତରେ ଘଟିଥିବା ଅଗ୍ନିକାଣ୍ଡର ବିପନ୍ନ ପରିବାର ନିକଟରେ ସଂଗଠନର ସଦସ୍ୟ ସୌଭାଗ୍ୟ ଖଣ୍ଡେଇ, ମନୋଜ ମାଝୀ, ପ୍ରଶାନ୍ତ ସେନାପତି ପ୍ରମୁଖ ପହଞ୍ଚି ଚାଉଳ, ଡାଲି, ଚୁଡା, ତେଲ, ବିସ୍କୁଟ, ଆଳୁ ଆଦି ବଣ୍ଟନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.