Home ଓଡ଼ିଶା ହୀରାକୁଦ ଜଳଭଣ୍ଡାର : ୨ ଟି ଗେଟ୍ ଖୋଲା, ଜଳସ୍ତର ୬୨୫.୨୯ ଫୁଟ

ହୀରାକୁଦ ଜଳଭଣ୍ଡାର : ୨ ଟି ଗେଟ୍ ଖୋଲା, ଜଳସ୍ତର ୬୨୫.୨୯ ଫୁଟ

99

ସମ୍ବଲପୁର, ୦୬/୦୯ (ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ଦିବା ୧୨ ଘଟିକା ରେ ବନ୍ଧ କର୍ତ୍ତୃପକ୍ଷ ସୂଚନା ଅନୁସାରେ ଡ଼୍ୟାମରେ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିବାବେଳେ ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫. ୨୯ ଫୁଟ ରହିଛି। ଜଳସ୍ତର ହ୍ରାସ ଘଟି ଥିବା ବେଳେ ଏବେ ୨ ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି। ବାମ ଏବଂ ଡାହାଣ ଉଭୟ ଭାଗରେ ଗୋଟିଏ ଲେଖାଏଁ ଗେଟ ଦେଇ ଏହି ବନ୍ୟା ଜଳ ନିଷ୍କାସନ କରାଯାଉଛି। ଜଳଭଣ୍ଡାର କୁ ପ୍ରତି ସେକେଣ୍ଡରେ ୮୯ ହଜାର ୨୮୬ କ୍ୟୁସେକ ଜଳ ପ୍ରବେଶ କରୁଛି। ସେହିପରି ୫୧ ହଜାର ୧୬୭ କ୍ୟୁସେକ ଜଳ ପ୍ରତି ସେକେଣ୍ଡ ରେ ନିଷ୍କାସନ କରାଯାଉଛି। ଏହା ସହିତ ପାୱାର ଚେନାଲ କୁ ୧ ୫ ହଜାର ୫୧୬, ବିଭିନ୍ନ କେନାଲ ରେ ୩ ହଜାର ୬୭୫, ଶିଳ୍ପ ସଂସ୍ଥା ପାଇଁ ୧୭୦, ସ୍ଲିପୱେ ଦେଇ ୩୨ ହଜାର ୧୪୬ କ୍ୟୁସେକ ଜଳ ଛଡା ଯାଉଛି। ମହାନଦୀ ତଳ ମୁଣ୍ଡ ପର୍ଥଲା ରେ ୪୦ ହଜାର ୯୩୪, ବେଲଗାଁ ରେ ୧୨ ହଜାର ୮୦୦ ଖଇରମାଲରେ ୧ ଲକ୍ଷ, ବରମୂଳ ଠାରେ ୧ ଲକ୍ଷ ୭୦ ହଜାର ୭୫୦, ଓ ମୁଣ୍ଡଳୀ ନିକଟରେ ୨ ଲକ୍ଷ ୪୮ ହଜାର ୬୦୦ କ୍ୟୁସେକ ବନ୍ୟାଜଳ ପ୍ରତି ସେକେଣ୍ଡ ରେ ପ୍ରବାହିତ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.