Home ଅନୁଗୁଳ ବିଜେପି ପକ୍ଷରୁ ପ୍ରଜାମଣ୍ଡଳ ଦିବସ ପାଳିତ

ବିଜେପି ପକ୍ଷରୁ ପ୍ରଜାମଣ୍ଡଳ ଦିବସ ପାଳିତ

55

ତାଳଚେର,୬/୯(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରରେ ବିଜେପି ପକ୍ଷରୁ ଆଜି ୮୩ତମ ପ୍ରଜାମଣ୍ଡଳ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ତାଳଚେର ଉପଜିଲ୍ଲାପାଳ ପରିସରରେ ଥିବା ସହୀଦ ସ୍ତମ୍ଭ ଠାରେ ପ୍ରଜାମଣ୍ଡଳ ଆନ୍ଦୋଳନର ସ୍ମୃତିଚାରଣ ପୂର୍ବକ ସହୀଦ ସ୍ତମ୍ଭରେ ମାଲ୍ୟାର୍ପଣ କରାଯାଇଥିଲା । ପ୍ରକାଶ ଥାଉକି, ବିପ୍ଳବୀ ନେତା ପବିତ୍ର ମୋହନ ପ୍ରଧାନଙ୍କ ନେତୃତ୍ୱରେ ଗଢ଼ି ଉଠିଥିବା ଏହି ପ୍ରଜାମଣ୍ଡଳ ଆନ୍ଦୋଳନ ଜରିଆରେ ବ୍ରିଟିଶ ତଥା ରାଜାରାଜୁଡ଼ା ଶାସନ ବିରୁଦ୍ଧରେ ଜନସାଧାରଣ ତୀବ୍ର ସ୍ୱର ଉତୋଳନ କରିଥିଲେ । ଏହାକୁ ଚପାଇବା ନିମନ୍ତେ ତାଳଚେରରେ ଆଜିର ଦିନରେ ଆନ୍ଦୋଳନ କାରୀଙ୍କ ଉପରେ ଗୁଳି ବର୍ଷଣ କରାଯାଇଥିଲା । ଏଥିରେ ଅନେକ ଲୋକ ସହୀଦ ହୋଇଥିଲେ । ଏଥିପାଇଁ ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୬ତାରିଖକୁ ପ୍ରଜାମଣ୍ଡଳ ଦିବସ ଭାବେ ପାଳନ କରାଯାଉଛି ବୋଲି ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ ପ୍ରକାଶ କରିଥିଲେ । ଏଥିସହିତ ସହୀଦ ସ୍ତମ୍ଭ ନିକଟରେ ଥିବା ସହୀଦ ରଞ୍ଜନ ମହାନ୍ତିଙ୍କ ପ୍ରତିମୂର୍ତୀରେ ବିଜେପି କାର୍ଯ୍ୟକର୍ତମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କୋଭିଡ-୧୯ ନିୟମାବଳୀକୁ ଦୃଷ୍ଟିରେ ରଖି ପାଳିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶ୍ରୀ ସାମଲଙ୍କ ସମେତ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା,ଜିଲ୍ଲା ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ ବାରିକ,ପୈାର ମଣ୍ଡଳ ସାଧାରଣ ସମ୍ପାଦକ ନିରୋଜ ଦାସ୍‌,ବରିଷ୍ଠ ବିଜେପି ନେତା କାଳନ୍ଦି ପ୍ରଧାନ,ପୂର୍ବତନ କାଉନସିଲର ଜ୍ଞାନେନ୍ଦ୍ରୀୟ ସେଠୀ, ବାଲ୍ମିକୀ ପ୍ରସାଦ କେଶରୀ,ଶ୍ରମିକ ନେତା ଅଶୋକ ସାମନ୍ତ, ସୁରେଶ ସାମଲ ଓ ଦୀପକ କୁମାର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.