Home ଜିଲ୍ଲା ପରିକ୍ରମା ପୌରପରିଷଦ ଦୁର୍ନୀତି ନେଇ ବି ଜେ ପି ର ସାମ୍ବାଦିକ ସମ୍ମିଳନୀ

ପୌରପରିଷଦ ଦୁର୍ନୀତି ନେଇ ବି ଜେ ପି ର ସାମ୍ବାଦିକ ସମ୍ମିଳନୀ

81

ବଲାଙ୍ଗୀର, ୦୬-୦୯(ଓଡ଼ିଆ ପୁଅ/ସନ୍ତୋଷ ନାୟକ), ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବିଜେପି ଦଳ ତରଫରୁ ଟିଟିଲାଗଡ଼ ପୌରପରିଷଦ କାର୍ୟ୍ୟାଳୟରେ ବିଗତ ବର୍ଷର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଆସିଥିବା ବିଭିନ୍ନ ଅନୁଦାନ ବା ପାଣ୍ଠି, ତଥା ଅସ୍ଥାୟୀ କର୍ମଚାରୀମାନଙ୍କ ନିଯୁକ୍ତି ସହ ଟିଟିଲାଗଡ଼ ସହରକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ମାନଙ୍କରେ ନିର୍ମାଣ ହୋଇଥିବା ୱେଲ କାମ, ଗେଟ, ନାଳ, ନର୍ଦ୍ଦମା ଆଦି ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିବା ସହ ଗତ ୨୦୧୪ ମସିହାରୁ ୨୦୧୯ ମସିହା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ଏକ ସୂଚନା ଅଧିକାର ଆଇନ ମାଧ୍ୟମରେ ଟିଟିଲାଗଡ଼ ପୌରପରିଷଦ ପ୍ରତିନିଧି ଗୁଲାବ ସୋନୀ ଆବେଦନ କରିଥିଲେ। ଗତ ଜୁଲାଇ ମାସ ୯ ତାରିଖରେ ଟିଟିଲାଗଡ଼ ପୌରପରିଷଦକୁ ସୂଚନା ଆଇନ ମାଧ୍ୟମରେ ବିବରଣୀ ପ୍ରଦାନ କରିବାକୁ ଆବେଦନ କରିଥିବା ବେଳେ ଦୀର୍ଘ ଦେଢ଼ ମାସ ପରେ ଟିଟିଲାଗଡ଼ ପୌର ପରିଷଦ ତରଫରୁ ସୂଚନାର ତଥ୍ୟ ପ୍ରଦାନ କରିବା ନେଇ ବିଭାଗ ତରଫରୁ ଏକ ଲକ୍ଷ ୯୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଡିପୋଜିଟ କରିବା ପାଇଁ ଏକ ପତ୍ର ଦେବାରୁ ଟିଟିଲାଗଡ଼ ବିଜେପି ଦଳ ଏହାକୁ ନେଇ ଆଶ୍ଚର୍ଯ୍ୟ ହେବା ସହ ଏକ ସାମ୍ବାଦିକ ସମ୍ମିଳନୀରେ ପୌରପରିଷଦ ଦୁର୍ନୀତିକୁ ଲୁଚାଇବା ପାଇଁ ଏପରି ଷଡଯନ୍ତ୍ର କରିଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେପି ନଗର ସଂଯୋଜକ ସଂଜୀବ ତ୍ରିପାଠୀ କହିଛନ୍ତି। ଏମିତିକି ଘଟଣାର ଭିଜିଲାନ୍ସ ତଦନ୍ତ ଦାବି କରିଛନ୍ତି। ଟିଟିଲାଗଡ଼ ପୌରପରିଷଦରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ବିଜେପି ଅଭିଯୋଗ କରିଛି। ମହାରାଜ ସାଗର ଓ ଦେଓ ବନ୍ଧର ପୁନଃ ଉଦ୍ଧାର କାର୍ୟ୍ୟରେ ମଧ୍ୟ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି। ତେବେ ଗୁଲାବ ସୋନୀ ତେର ଗୋଟି ମୁଖ୍ୟ ପ୍ରସଙ୍ଗ ନେଇ ସୂଚନା ମାଗିଥିବା ବେଳେ ଉପରୋକ୍ତ ତେର ଗୋଟି ପ୍ରସଙ୍ଗ ମଧ୍ୟରୁ ଅନେକ ବିଷୟ ପ୍ରଶ୍ନ ମାଧ୍ୟମରେ ରହିଥିବା ବିଜେପି ଅଭିଯୋଗ କରିଛି। ସୂଚନା ଆଇନ ବଳରେ ମଗା ଯାଇଥିବା ତଥ୍ୟ ଶହେ ପୃଷ୍ଠାରୁ ବି କମ ହୋଇଥିବା ବେଳେ ୧-୯୫ ହଜାର ଟଙ୍କା ଜମା କରିବାକୁ କହିବାକୁ ନେଇ ବିଜେପି ଦଳ ପୌରପରିଷଦର କାର୍ଯ୍ୟ ଗୁଡିକ ଉପରେ ପ୍ରଶ୍ନ କରିଛି। ଅନ୍ୟ ମାନଙ୍କ ମଧ୍ୟରେ ପ୍ରତୀକ ମହାପାତ୍ର ଟିଟିଲାଗଡ଼ ବିଜେପି ଯୁବ ନଗର ସଭାପତି- ସଂଜୀବ ବେହେରା ଉପସଭାପତି ସହ ଅନେକ ଦଳୀୟ କର୍ମୀ ତଥା ଦଳୀୟ ନେତା ଉପସ୍ଥିତ ଥିଲେ।

ସେହିପରି ଗତ ମାସରେ ଟିଟିଲାଗଡ଼ ରେ ଯୋଗ ଦେଇଥିବା ଟିଟିଲାଗଡ଼ ଉପଜିଲ୍ଲାପାଳ ଏହି ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦାଇତ୍ୱ ରେ ରହି ୧୪ ଜଣ କର୍ମଚାରୀ ଙ୍କୁ କୋଭିଡ-୧୯ ନିୟମ ଉଲ୍ଲଂଘନ କରି ଦୀର୍ଘ ୧୦ ବର୍ଷ ରୁ ଅଧିକ କାର୍ଯ୍ୟ ରତ କର୍ମଚାରୀ ଙ୍କୁ ବିନା ସୂଚନା ରେ କାର୍ଯ୍ୟ ରୁ ଅନ୍ତର କରିଦେଇଥିଲେ। ସୂଚନା ଅନୁଯାୟୀ ଉକ୍ତ ଚାକିରୀ କରୁଥିବା କର୍ମଚାରୀ ଙ୍କୁ ନିଯୁକ୍ତି ପତ୍ର ଟିଏ ନ ଦେଇ କେବଳ ତାଙ୍କ ଦସ୍ତଖତ ନେଇ କେତେ ଟଙ୍କା ଉଲ୍ଲେଖ ନ କରି ଦରମା ମନଇଚ୍ଛା ପ୍ରଦାନ କରିଆସୁଥିଲେ। ସୂଚନା ଆଇନ ଅନୁଯାୟୀ ଏ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ଙ୍କୁ ଆବେଦନ କରିଥିବା ବେଳେ ଏହି ସୂଚନା ଏହି କାର୍ଯ୍ୟାଳୟ ସୂତ୍ରରୁ ମିଳିବନି କହି ଆବେଦନ ପତ୍ର ଫେରାଇ ଦେଇଥିଲେ। ହେଲେ ନିୟମ ଅନୁଯାୟୀ ଉକ୍ତ ପତ୍ର ସମ୍ପୃକ୍ତ କାର୍ଯ୍ୟଳୟ କୁ ପାଞ୍ଚ ଦିନ ମଧ୍ୟରେ ପ୍ରେରଣ କରିବା ଉଚିତ।ଏ ନେଇ ଓଡିଶା ସୂଚନା କମିଶନର ଙ୍କ ନିକଟରେ ଅଭିଯୋଗ କରାଯାଇଛି। ପୂର୍ବତନ ନିର୍ବାହୀ ଅଧିକାରୀ ଙ୍କ ନାମରେ ଏପରି ବ୍ୟାପକ ଦୁର୍ନୀତି ନେଅଇ ପୂର୍ବରୁ ଅଭିଯୋଗ ହୋଇଥିଲା ଓ ଅତାଙ୍କୁ କାର୍ଯ୍ୟ ରୁ ଅନ୍ତର କରାଯାଇଥିଲା। ସେହିପରି ସାମ୍ବାଦିକ ସମ୍ମିଳନୀ ଟିଟିଲାଗଡ଼ ପୂର୍ତ୍ତ ବିଭାଗ ଡ଼ାକବଙ୍ଗଳାରେ ସାଂସଦଙ୍କ ପ୍ରତିନିଧି ଗୁଲାବ ସୋନୀ ଆୟୋଜନ କରିଥିବା ବେଳେ ନଗର ସଂଯୋଜକ ସଂଜୀବ ତ୍ରିପାଠୀ ପରିଚାଳନା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.