Home ଜଗତସିଂହପୁର ହିରଜନ ମହିଳାକୁ ମାଡ ଘଟଣାରେ ସମ୍ପୃକ୍ତ ଆସାମୀକୁ ଧରିବାରେ ଏରସମା ପୋଲିସ ବିଫଳ: ନ୍ୟାୟ ପାଇଁ...

ହିରଜନ ମହିଳାକୁ ମାଡ ଘଟଣାରେ ସମ୍ପୃକ୍ତ ଆସାମୀକୁ ଧରିବାରେ ଏରସମା ପୋଲିସ ବିଫଳ: ନ୍ୟାୟ ପାଇଁ ମହିଳାଜଣକ ଲୋକାୟୁକ୍ତ ଏବଂ ଜାତୀୟ ଏସି.ଏସ୍.ଟି. କମିଶନଙ୍କ ଦ୍ୱାରସ୍ଥ

140

ଜଗତସିଂହପୁର, ୩୦/୦୭ (ଓଡିଆ ପୁଅ/ ନୃସିଂହ ଚରଣ ବାରିକ)- ଏରସମା ଥାନା ଅନ୍ତର୍ଗତ କନାଗୁଳି ଗ୍ରାମରେ କାଜୁ ତୋଳୁଥିବା ସମୟରେ ନୃସିଂହ ଦାସଙ୍କ ସ୍ତ୍ରୀ ଜ୍ୟୋତ୍ସ୍ନାରାଣୀ ଦାସ (୩୨)ଙ୍କୁ ଗୁରୁ ଦାସ, ଶାରଦା ଦାସ, ପ୍ରମିଳା ଦାସ, ତପନ ଘୋସ ଏବଂ ଗୁରୁ ଦାସଙ୍କର ସାନ ଝିଅ ଓ ଶାରଦା ଦାସଙ୍କର ସ୍ତ୍ରୀ ପ୍ରମୁଖ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରି ଜୀବନରେ ମାରିଦେବା ପାଇଁ ଚେଷ୍ଟା କରିଥିବା ଏରସମା ଥାନାରେ ଅଭିଯୋଗ ହୋଇଛି। ଏମାନେ ମାଡମାରି ଜ୍ୟୋତ୍ସ୍ନାରାଣିଙ୍କର ଅଣ୍ଟା ଓ ହାତ ସମ୍ପୁର୍ଣ୍ଣ ଭାଙ୍ଗି ଦେଇଛନ୍ତି। ଆସାମୀମାନେ ତାଙ୍କୁ ଛୋଟ ଜାତି, ଅଛୁଆଁ ଜାତିକହି ଗାଳି ମଧ୍ୟ କରିଥିଲେ। ଏହି ଘଟଣା ଘଟିଥିଲା ଚଳିତ ବର୍ଷ ମଇମାସ ୧୩ ତାରିଖ ଦିନ ୧୨ ଘଟିକାରେ। ଏ ସମ୍ପର୍କରେ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ ଆସାମୀମାନଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଜ୍ୟୋତ୍ସ୍ନାରାଣି ଜିଲ୍ଲାର ଏସପିଙ୍କୁ ଏବଂ ରାଜ୍ୟ ମାନବାଧିକାର କମିଶନ ଭୁବନେଶ୍ୱରଙ୍କୁ ଅଭିଯୋଗ କରିବାରୁ ଏକମାସ ବିଳମ୍ବରେ ଏରସମା ପୋଲିସ କେସ୍ ରୁଜୁ କରିଥିଲା। କେସ୍ ନଂ ୭୧/୨୦୧୯, ଏସ୍.୩୪୧, ୩୨, ୩୨୫, ୨୯, ୫୦୬ ଏବଂ ୩୪ ଆଇ.ପି.ସି. ଏବଂ ଏସ୍.ସି. ଓ ଏସ୍.ଟି. ଆକ୍ଟ୩ (୧) (୪) (ଏସ୍) ଓ ଏସ୍. ପ୍ରିଭେନ୍ସନ ଆକ୍ଟ ୨ (ଭି) (ଏ) ଧାରାରେ କେସ୍ ରୁଜୁ କରିଥିଲେ ମଧ୍ୟ ଉପରୋକ୍ତ ଆସାମୀମାନଙ୍କୁ ଏପର୍ଯ୍ୟନ୍ତ ଗିରଫ କରିପାରି ନାହିଁ। ତଦନ୍ତ ଦାୟୀତ୍ୱରେ ଥିବା ଅଧିକାରି ଅଭିଯୋଗ କାରିଣିଙ୍କୁ କହୁଛନ୍ତି ଏସ.ପି.ଙ୍କୁ କଣ ପାଇଁ ଦେଖା କଲ ଓ କାହିଁକି ମାନବାଧିକାର କମିଶନରେ ଅଭିଯୋଗ କରିଲ। ଏହି ରାଗରେ ଥାନା ଆଇ.ଆଇ.ସି. ସେହିମାସ ୧୬ତାରିଖ ଦିନ ଜ୍ୟୋତ୍ସ୍ନାରାଣୀଙ୍କ ସ୍ୱାମିଙ୍କ ବିରୋଧରେ ଏବଂ ତାଙ୍କ ପରିବାର ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଲେଖି ଏକ କେସ୍ ନଂ ୭୫/୨୦୧୯, ୟୁ.ଏସ. ୩୪୧, ୩୨, ୨୯୪, ୩୫, ୫୦୬ ଏବଂ ୩୪ ଆଇ.ପି.ସି. ଧାରାରେ ମାମଲା ଦରଜ କରି ଗିରଫ ପାଇଁ ଗୋଡାଉଥିବା ମହିଳା ଜଣକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। “ମୁଁ ଜଣେ ହରିଜନ ଲୋକ ଏବଂ ମୋ ସ୍ୱାମୀ ଜଣେ ଗରିବ ଶ୍ରେଣିର ଦିନମଜୁରିଆ ଅଟେ। ପୋଲିସ୍ ଭୟରେ ଉଚ୍ଚନ୍ୟାୟାଳୟରୁ ଆଡଭାନ୍ସ ବେଲ ଆଣିଅଛୁ। କିନ୍ତୁ ପୋଲିସ୍ ଆସାମୀମାନଙ୍କ ପ୍ରତି କୋହଳ ମନୋଭାବ ରଖି ଦଳିତ ମହିଳା ହରିଜନଙ୍କ ପ୍ରତି ରାଷ୍ଟ୍ରିୟବ୍ୟବସ୍ଥାରେ ଥିବା ସ୍ୱତନ୍ତ୍ର ନିରାପତ୍ତା ଏବଂ ଆଇନ ସହାୟତା ଦେବାରେ ଅବହେଳା କରି ମୋର ଆଇନ୍ଗତ ଅଧୀକାର ପ୍ରତି ଧ୍ୟାନ ଦେଉନାହାଁନ୍ତି। ଆସାମୀମାନଙ୍କ ଠାରୁ ଲାଞ୍ଚ ନେଇ ମୋତେ ମିଥ୍ୟା ପ୍ରତିଶ୍ରୁତି ଦେଇ କହୁଛନ୍ତିଯେ ତୁ କାଷ୍ଟ ସାର୍ଟିଫିକେଟ୍ ଆଣିଦେଲା ପରେ ଓ ମେଡିକାଲରୁ କ୍ଷତ ଡିସ୍ଚାର୍ଜ ସାର୍ଟିଫିକେଟ୍ ରିପୋର୍ଟ ଅଣିଲା ପରେ ଆମେ ଯାହା ପଦକ୍ଷେପ ନେବୁ ବୋଲି ତଦନ୍ତକାରି ଅଧିକାରି କହୁଥିବା” ଜ୍ୟୋତ୍ସ୍ନାରାଣି ଲୋକାୟୁକ୍ତଙ୍କୁ ଦେଇଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରିଛନ୍ତି। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ଆସାମୀମାନେ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି ଏବଂ ଏହି କେସର କମ୍ପ୍ରମାଇଜ୍ ନ କଲେ ତୁମ ପରିବାରକୁ ସମ୍ପୁର୍ଣ୍ଣ ଶେଷ କରିଦେବାର ଧମକ୍ ମଧ୍ୟ ଦେଉଛନ୍ତି। ଏ ସମ୍ପର୍କରେ ଅଭିଯୋଗକାରିଣି ଜିଲ୍ଲସ୍ତରୀୟ ପୋଲିସ ଅଫିସର ଆଡିସନାଲ ଏସ.ପି. ଓ ଏସ.ଡି.ପି.ଓ.ଙ୍କୁ ଭେଟି କହିବାରୁ ଆସାମୀମାନେ ଆରେଷ୍ଟ ହେବା କଣ ନିହାତି ଜରୁରୀ ବୋଲି ସମ୍ପୃକ୍ତ ଅଧିକାରିଙ୍କ ଠାରୁ ଉତ୍ତର ସେ ପାଇଥିଲେ। ଜ୍ୟୋତ୍ସ୍ନାରାଣୀଙ୍କ ପରିବାର ପ୍ରତି ବିପଦ ଥିବାରୁ ପୋଲିସ କର୍ମଚାରିମାନଙ୍କର କାର୍ଯ୍ୟରେ ଅବହେଳା ଏବଂ ଆସାମୀମାନଙ୍କ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ସେ ଜିଲ୍ଲାପାଳ, ଜଗତସିଂହପୁର, ଲୋକାୟୁକ୍ତ ଭୁବନେଶ୍ୱର ଏବଂ ନ୍ୟାସନାଲ କମିଶନ ଏସ.ସି., ଏସ.ଟି ନୁଆଦିଲ୍ଲୀଙ୍କୁ ଲିଖିତ ଅଭିଯୋଗ କରିଥିବା ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.