Home Top News ହିମାଚଳ ପ୍ରଦେଶ : କଂଗ୍ରେସ ଘୋଷଣା ପତ୍ର, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ଯୁବକମାନଙ୍କୁ...

ହିମାଚଳ ପ୍ରଦେଶ : କଂଗ୍ରେସ ଘୋଷଣା ପତ୍ର, ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଏବଂ ଯୁବକମାନଙ୍କୁ ୫ ଲକ୍ଷ ଚାକିରୀ

39

ନୂଆ ଦିଲ୍ଲୀ ୫-୧୧ (ଓଡ଼ିଆ ପୁଅ) ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନିଜର ମାନିଫେଷ୍ଟୋ ପ୍ରକାଶ କରିଛି। ଯେଉଁଥିରେ କଂଗ୍ରେସ ହିମାଚଳବାସୀଙ୍କୁ ୧୦ ଟି ଗ୍ୟାରେଣ୍ଟି ଦେଇଛି, ପ୍ରଥମ କ୍ୟାବିନେଟ ବୈଠକରେ ୧ ଲକ୍ଷ ଲୋକଙ୍କୁ ନିଯୁକ୍ତି ଦେବାପାଇଁ ପ୍ରତିଶୃତି ଦେଇଛି କଂଗ୍ରେସ ଏବଂ ଗାଈ ଗୋବର କିଣିବା ପରି ଅନେକ ପ୍ରତିଶୃତି ମଧ୍ୟ ଦିଆଯାଇଛି।

କଂଗ୍ରେସ ଏହାର ଘୋଷଣାପତ୍ରରେ ହିମାଚଳବାସୀଙ୍କୁ ୧୦ ଟି ଗ୍ୟାରେଣ୍ଟି ଦେଇଛି। ଯେଉଁଥିରେ ମହିଳାମାନଙ୍କୁ ମାସିକ ୧, ୫୦୦ ଟଙ୍କା, ଗାଈ ଗୋବର କିଣିବା (କିଲୋଗ୍ରାମ ଗୋବର ପିଛା ୨ ଟଙ୍କା), ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଇତ୍ୟାଦି। ଏହା ବ୍ୟତୀତ ଦଳ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ପୁରୁଣା ପେନ୍ସନ୍ ଯୋଜନା ପରି କେତେକ ପ୍ରତିଶୃତି ଦେଇଛି।

କଂଗ୍ରେସର ପ୍ରତିଶୃତି ପତ୍ର

– ପୁରୁଣା ପେନ୍‌ସନ୍‌ ଲାଗୁ।
– ଯୁବକମାନଙ୍କ ପାଇଁ ୫ ଲକ୍ଷ ଚାକିରି।
– ମହିଳାମାନଙ୍କୁ ମାସକୁ ୧୫୦୦ ଟଙ୍କା।
– ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍।
– ବଗିଚା ଫଳର ଦର ସ୍ଥିର।
– ଯୁବକମାନଙ୍କ ପାଇଁ ୬୮୦ କୋଟି ଷ୍ଟାର୍ଟଅପ୍ ପାଣ୍ଠି।
– ପ୍ରତ୍ୟେକ ବିଧାନସଭା କ୍ଷେତ୍ରରେ ୪ ଟି ଇଂରାଜୀ ମାଧ୍ୟମ ବିଦ୍ୟାଳୟ।
– ମୋବାଇଲ୍ କ୍ଲିନିକ୍ ଠାରୁ ପ୍ରତ୍ୟେକ ଗାଁରେ ମାଗଣା ଚିକିତ୍ସା।
– ଗୋରୁ ଚାଷୀଙ୍କ ଠାରୁ ଦୈନିକ ୧୦ ଲିଟର କ୍ଷୀର କିଣିବା।
– ପ୍ରତି କିଲୋଗ୍ରାମ ୨ ଟଙ୍କା ଦରରେ ଗାଈ ଗୋବର କିଣିବା।

ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କ ଉପସ୍ଥିତିରେ କଂଗ୍ରେସ ଏହି ପ୍ରତିଶଋତି ପତ୍ର ରିଲିଜ କରିଛି। ଏହି ଅବସରରେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ଦାୟିତ୍ୱରେ ଥିବା ରାଜୀବ ଶୁକ୍ଲା, ପୂର୍ବତନ ରାଜ୍ୟ କଂଗ୍ରେସ କମିଟି ମୁଖ୍ୟ ସୁଖବିନ୍ଦର ସିଂ ସୁଖୁ, ଏଆଇସିସି ସଚିବ ତେଜିନ୍ଦର ପାଲ ବିଟୁ ଏବଂ ମନୀଷ ଛତ୍ର ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.