Home ଅନୁଗୁଳ ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କଲେ ଶ୍ରଦ୍ଧାଳୁ

ହିଙ୍ଗୁଳା ମନ୍ଦିର ନିର୍ମାଣ ପାଇଁ ଅର୍ଥଦାନ କଲେ ଶ୍ରଦ୍ଧାଳୁ

146

ତାଳଚେର,୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳାଙ୍କ ପରିକଳ୍ପିତ ନୂତନ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ତାରିଣୀ ଇଂଜିନିୟରିଂ ର ପ୍ରୋପାଇଟର ବିପ୍ର କୁମାର ବିଶ୍ୱାଳ ଓ ଟିକାୟତ କୁମାର ମହାନ୍ତିଙ୍କ ଦ୍ୱାରା ୫୦ ହଜାର ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଛି । ଏହି ଅର୍ଥଦାନ ବେଳେ ଟ୍ରଷ୍ଟ ବୋର୍ଡ ସଦସ୍ୟ ମୂରଲୀଧର ସାହୁ,ସନ୍ତୋଷ କୁମାର ପ୍ରଧାନ ଓ ମନ୍ଦିର ପୂଜକ କିଶୋର ଚନ୍ଦ୍ର ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ହିନ୍ଦୋଳ ନିବାସୀ ଶୈଳବାଳା ପଟ୍ଟନାୟକ ମନ୍ଦିର ନିର୍ମାଣ ନିମନ୍ତେ ପନ୍ଦର ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି ଅବସରରେ ମା ହିଙ୍ଗୁଳା ଠାକୁରାଣୀ ଟ୍ରଷ୍ଟ ବୋର୍ଡ ପକ୍ଷରୁ ସମସ୍ତ ଶ୍ରଦ୍ଧାଳୁଙ୍କୁ ସାଧୁବାଦ ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.