Home ଅନୁଗୁଳ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ ପାଳନ

ଜଗନ୍ନାଥ କ୍ଷେତ୍ର ପକ୍ଷରୁ ବନ ମହୋତ୍ସବ ପାଳନ

82

ତାଳଚେର,୨୫/୭(ଓଡ଼ିଆ ପୁଅ/ଅଜିତ କୁମାର ବେହେରା): ଏମ୍‌.ସି.ଏଲ ଜଗନ୍ନାଥ କ୍ଷେତ୍ରର ମହା ପ୍ରବନ୍ଧକ ଏ.କେ.ଧଳ ଆଂଚଳିକ ଷ୍ଟୋର ପରିସରରେ ୨୩ ଜୁଲାଇ ୨୦୨୦ରୁ ଆରମ୍ଭ ହୋଇଥିବା ବନ ମହୋତ୍ସବକୁ ଉଦଘାଟନ କରିଛନ୍ତି । ଏହି କାର୍ଯ୍ୟକ୍ରମ ଅବସରରେ ତାଳଚେର ରେଞ୍ଜର ହିମାନୀ ନାୟକ,ଡେରା ସରପଂଚ ରଶ୍ମିତା ପ୍ରଧାନ,ପଦ୍ମାବତୀପୁର ସରପଂଚ ଖୁଲଣା ପରିଡ଼ା,ବଡ଼ଯୋରଡ଼ା ସରପଂଚ ସରସ୍ୱତୀ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଜିଏମ ଶ୍ରୀ ଧଳ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ବାର୍ଷିକ ବନ ମହୋତ୍ସବ କାର୍ଯ୍ୟକ୍ରମକୁ ସ୍ୱାଗତ କରିଥିଲେ । ଏହି ଅବସରରେ ବିଭିନ୍ନ ଫଳ ଉତ୍ପାଦନକାରୀ ବୃକ୍ଷର ଚାରାରୋପଣ କରାଯାଇଥିଲା । ଶ୍ରମିକ ନେତା ଏସ.ସି. ପ୍ରଧାନ, ଶଙ୍କର ବେହେରା,ସଞ୍ଜୟ ମାଝି,ସୁରେନ୍ଦ୍ର ଶର୍ମା,ବ୍ରହ୍ମା ନାଏକ ପ୍ରମୁଖ ଏହି କାର୍ଯ୍ୟକମରେ ଉପସ୍ଥିତ ଥିଲେ । ଜଗନ୍ନାଥ କ୍ଷେତ୍ରର ଅନନ୍ୟା ମହିଳା ମଣ୍ଡଳର ଅଧ୍ୟକ୍ଷା ସସ୍ମିତା ଧଳଙ୍କ ନେତୃତ୍ୱରେ ସମ୍ପାଦିକା ରଞ୍ଜିତା ଦାସ ପ୍ରମୁଖ ଏଥିରେ ଅଂଶଗ୍ରହଣ କରି ଉତ୍ସାହର ସହ ଚାରାରୋପଣ କରିଥିଲେ । ଆଂଚଳିକ ଷ୍ଟୋର ପରିସରରେ ହୋଇଥିବା ଏହି କାର୍ଯ୍ୟକ୍ରମର ଲାଇଭ ଟେଲିକାଷ୍ଟ କୋଇଲା ମନ୍ତ୍ରାଳୟକୁ ପ୍ରେରଣ କରାଯାଇଥିଲା । ମହାମାରୀ କୋଭିଡ-୧୯ ହେତୁ ସାମାଜିକ ଦୂରତ୍ୱ ଅବଲମ୍ବନ କରାଯିବା ସହ ସାନିଟାଇଜର,ଗ୍ଲୋଭସ୍ ଏବଂ ମାସ୍କ ଆଦି ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସେହି ସ୍ଥାନରେ ବଂଟନ କରାଯାଇଥିଲା । ୪୫୦ରୁ ଉର୍ଦ୍ଧ୍ୱ ବିଭିନ୍ନ ପ୍ରଜାତିର ଚାରା,୧୫ଶହ ମାସ୍କ ଏବଂ ୩ଶହ ସାନିଟାଇଜର ଡେରା,ବଡ଼ଯୋରଡା ଏବଂ ପଦ୍ମାବତୀପୁରକୁ ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଜଗନ୍ନାଥ କ୍ଷେତ୍ରର ଜିଏମ୍ ଏ.କେ.ଧଳ ଫଳ ଉତ୍ପାଦନକ୍ଷମ ବୃକ୍ଷର ଚାରାରୋପଣ ଉପରେ ଗୁରୁତ୍ୱାରୋପ କରିବାସହ ବିଶ୍ୱ ତାପମାତ୍ରାକୁ ରୋକିବା ଓ ପ୍ରଦୁଷଣକୁ ହ୍ରାସ କରିବା କ୍ଷେତ୍ରରେ ବୃକ୍ଷର ପ୍ରମୁଖ ଭୂମିକା ରହିଛି । ସେହିପରି ଗ୍ରାମଗୁଡ଼ିକରେ ଚିହ୍ନଟ ହୋଇଥିବା ସ୍ଥାନଗୁଡ଼ିକରେ ଏମ୍‌.ସି.ଏଲ ପକ୍ଷରୁ ବୃକ୍ଷରୋପଣ କରାଯିବ ଏବଂ ସେଗୁଡ଼ିକୁ ନର୍ସରୀରେ ବିକଶିତ କରିବାକୁ ସାହାଯ୍ୟ କରିବ, ଯାହାକି ପୁନଶ୍ଚ ସେମାନଙ୍କୁ ବୃକ୍ଷରୋପଣ କରିବାରେ ଅଧିକ ଉତ୍ସାହିତ କରିବ ତଥା ସଚେତନତା ସୃଷ୍ଟି କରିପାରିବ ବୋଲି ଶ୍ରୀ ଧଳ ଆଶାବ୍ୟକ୍ତ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.