Home Coronavirus Outbreak “କରୋନା ହେଉଛି ସାଧାରଣ ଥଣ୍ଡା ପରି” – ୧୦୦ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ହରାଇବା...

“କରୋନା ହେଉଛି ସାଧାରଣ ଥଣ୍ଡା ପରି” – ୧୦୦ ବର୍ଷ ବୟସ୍କା ବୃଦ୍ଧା କରୋନାକୁ ହରାଇବା ପରେ ଏପରି କହିଲେ

171

ନୂଆ ଦିଲ୍ଲୀ ୨୫-୭ (ଓଡ଼ିଆ ପୁଅ) କରୋନା ଭାଇରସକୁ ହରାଇ ସୁସ୍ଥ ହୋଇ ଫେରିଥିବା କର୍ଣ୍ଣାଟକର ଜଣେ ୧୦୦ ବର୍ଷ ବୟସ୍କା ମହିଳା କହିଛନ୍ତି ଯେ ଏହି ଭୂତାଣୁ ସାଧାରଣ ଥଣ୍ଡା ଭଳି।

ବିଭିନ୍ନ ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କର୍ଣ୍ଣାଟକର ବେଲାରୀ ଜିଲ୍ଲାର ହୁଭିନା ହାଡାଗାଲି ସହରର ୧୦୦ ବର୍ଷ ବୟସ୍କା ମହିଳା ଚଳିତ ମାସ ମଧ୍ୟଭାଗରେ କରୋନା ଭୂତାଣୁ ସଂକ୍ରମିତ ହୋଇଥିଲେ।

୧୦୦ ବର୍ଷ ବୟସ୍କା ବୃଦ୍ଧ ମହିଳା ହାଲ୍ଲାମା କହିଛନ୍ତି ଯେ ଡାକ୍ତରମାନେ ମୋତେ ଭଲ ବ୍ୟବହାର କରିଥିଲେ। ନିୟମିତ ଖାଦ୍ୟ ଖାଇବା ସହିତ ମୁଁ ପ୍ରତିଦିନ ଏକ ସେଓ ଖାଉଥିଲି। ଡାକ୍ତରମାନେ ମୋତେ ଔଷଧ ଏବଂ ଇଞ୍ଜେକ୍ସନ ଦେଉଥିଲେ ଏବଂ ମୁଁ ବର୍ତ୍ତମାନ ସୁସ୍ଥ ଅଛି। ସେ କହିଛନ୍ତି ଯେ କରୋନା ଭୂତାଣୁ ସଂକ୍ରମଣ ଏକ ସାଧାରଣ ଥଣ୍ଡା ଭଳି।

ଉକ୍ତ ମହିଳାଙ୍କ ପୁଅ, ବୋହୂ ଏବଂ ନାତି ମଧ୍ୟ କରୋନା ପଜିଟିଭ୍ ଥିଲେ। ସମସ୍ତେ ଘରେ ଚିକିତ୍ସିତ ହେଉଥିଲେ।

ସ୍ୱାସ୍ଥ୍ୟ ବିଭାଗର ଅଧିକାରୀଙ୍କ କହିବାନୁସାରେ, ତାଙ୍କ ପୁଅ ଏକ ବ୍ୟାଙ୍କରେ କାମ କରନ୍ତି ଏବଂ ଜୁଲାଇ ୩ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା।

ଅଧିକାରୀ କହିଛନ୍ତି ଯେ ଜୁଲାଇ ୧୬ ରେ ତାଙ୍କ ପୁଅ ପଜିଟିଭ୍ ମିଳିବା ପରେ ହାଲାମାଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ୍ ମିଳିଥିଲା।

୧୦୦ ବର୍ଷ ବୟସ୍କା ମହିଳାଙ୍କୁ ଜୁଲାଇ ୨୨ ରେ ଚିକିତ୍ସା କରାଯାଇଥିଲା। ତାଙ୍କର କରୋନା ରିପୋର୍ଟ ଏବେ ନେଗେଟିଭ୍ ଆସିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.